ETV Bharat / bharat

ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା - କୋଭିଡ ଟିକା

ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ସବୁ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦେବ କେନ୍ଦ୍ର । ଅଧିକ ପଢନ୍ତୁ...

ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା
ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା
author img

By

Published : Apr 24, 2021, 12:53 PM IST

ନୂଆଦିଲ୍ଲୀ: ଦେଶରେ ଟିକା ଦରଦାମକୁ ନେଇ ବିବାଦ ଦେଖାଦେବା ପରେ ସ୍ପଷ୍ଟ କଲା କେନ୍ଦ୍ର । ଦେଶର ସବୁ ରାଜ୍ୟକୁ ମାଗଣାରେ ଯୋଗାଇ ଦିଆଯିବ କୋଭିଡ ଟିକା । ଉଭୟ କୋଭିଡ ଟିକାକୁ 150 ଟଙ୍କାରେ କେନ୍ଦ୍ର କ୍ରୟ କରିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛି । ତେବେ ଉତ୍ପାଦକଙ୍କ ଠାରୁ ରାଜ୍ୟ କିମ୍ବା ହସ୍ପିଟାଲ ଟିକା କିଣିବାକୁ ଥିବା ଦର ଉପରେ କୌଣସି ସୂଚନା ଦିଆଯାଇନାହିଁ ।

ସେରମ ଇଷ୍ଟିଚ୍ୟୁଟରୁ କୋଭାସିଲ୍ଡ ଓ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ କିଣିବ । ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ । ଖୁବଶୀଘ୍ର ଖୋଲା ବଜାରରେ ଟିକା ଉପଲବ୍ଧ କରାଯିବ । 50 ପ୍ରତିଶତ ରାଜ୍ୟ ଓ ଘରୋଇ ହସ୍ପିଟାଲଙ୍କୁ ଟିକା ମିଳିବ ଅନ୍ୟ 50 ପ୍ରତିଶତ କେନ୍ଦ୍ର ପାଖରେ ରହିବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା ହୋଇଥିଲା ।

ଏହାପରେ ସେରମ ଇଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ ହୋଇଥିଲା । ଘରୋଇ ହସ୍ପିଟାଲଗୁଡିକୁ 600 ଟଙ୍କା ଓ ରାଜ୍ୟଗୁଡିକରୁ 500 ଟଙ୍କାରେ ମିଳିବ । ତେବେ କେନ୍ଦ୍ରକୁ 150 ଟଙ୍କା ଦିଆଯିବ ନେଇ ସେରମ ସିଇଓ ଆଦର ପୁନାୱାଲା ଘୋଷଣା କରିଥିଲେ । ତେବେ କେନ୍ଦ୍ର ଅପେକ୍ଷା ରାଜ୍ୟ ସରକାରଙ୍କୁ ଅଧିକ ବଢୁଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ଶୁକ୍ରବାର ଦେଶରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଟିଏ ଦେଶରେ ଭ୍ୟାକ୍ସିନର ଦାମକୁ ଗୋଟିଏ ରଖିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ଏନେଇ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ହୋଇଛି ଯେ, ସବୁ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.