ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ନିର୍ଦ୍ଦେଶର ପୁନଃବିଚାର ପାଇଁ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର (Rajiv Gandhi assassination case)। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ ସମସ୍ତ 7ଦୋଷୀଙ୍କୁ ମୁକ୍ତ କରାଯାଇଛି । ପୂର୍ବରୁ ଜଣଙ୍କୁ ଓ ନିକଟରେ ଅବଶିଷ୍ଟ 6ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି । ତେବେ ଏହାକୁ ନେଇ କଂଗ୍ରେସ ତୀବ୍ର ଆପତ୍ତି ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା ।
-
Centre files review petition in the Supreme Court against the November 11 order allowing the release of all convicts in the Rajiv Gandhi assassination case. pic.twitter.com/stcCnGENnz
— ANI (@ANI) November 17, 2022 " class="align-text-top noRightClick twitterSection" data="
">Centre files review petition in the Supreme Court against the November 11 order allowing the release of all convicts in the Rajiv Gandhi assassination case. pic.twitter.com/stcCnGENnz
— ANI (@ANI) November 17, 2022Centre files review petition in the Supreme Court against the November 11 order allowing the release of all convicts in the Rajiv Gandhi assassination case. pic.twitter.com/stcCnGENnz
— ANI (@ANI) November 17, 2022
ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ସମସ୍ତେ ପ୍ରାୟ ଗତ 3ଦଶନ୍ଧି ଧରି ସଜ୍ଜା କାଟି ସାରିଛନ୍ତି । ସେମାନଙ୍କର ଆଚରଣରେ ସୁଧାର ଓ ଉତ୍ତମ ବ୍ୟବହାର ପାଇଁ ସେମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ଏପରି ନିର୍ଦ୍ଦେଶ ଭୁଲ ପରମ୍ପରା ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ପୁନଃବିଚାର କରିବା ପାଇଁ ଏକ ପିଟିସନ ଦାଏର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ