ETV Bharat / bharat

ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର

author img

By

Published : Aug 31, 2022, 4:48 PM IST

ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର(central govt to provide Chana dal to all states ) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅଧିକ ପଢ଼ନ୍ତୁ

ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର
ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ରିହାତି ଦରରେ ଡାଲି ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି(central govt to provide Chana dal to all states ) । ମୂଲ୍ୟ ସମର୍ଥନ ଯୋଜନା (Price Support Scheme) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (Price Stabilisation Fund) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକ୍‌ରୁ କେନ୍ଦ୍ର ସରକାର ଏହି ଡାଲି ରାଜ୍ୟଗୁଡ଼ିକୁ ଯୋଗାଇ ଦେବେ ।

ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ । ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସ୍‌ଏସ୍‌ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫ ପ୍ରତିଶତରୁ ୪୦ ପ୍ରତିଶତକୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଅନୁମୋଦିତ ଯୋଜନାରେ, ଡାଲି ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଡାଲି ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି ।

ପ୍ରଥମେ ଆବଶ୍ୟକ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ICDP) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଉପଯୋଗ କରିବେ ।

୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ ଡାଲି ଷ୍ଟକ୍‌ ଶେଷ ହେବା ପର୍ଯ୍ୟନ୍ତ, ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ । ଭାରତ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଏହି ଡାଲିକୁ ଉପଯୋଗ କରିବା ପାଇଁ ସକ୍ଷମ ହେବେ ।

ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡ଼ିକରେ ସ୍ଥାନ ଖାଲି ହୋଇପାରିବ । ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ । ଏହାଦ୍ବାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ ମୂଲ୍ୟ ପାଇପାରିବେ । ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ । ଭବିଷ୍ୟତରେ ମଧ୍ୟ ସେମାନେ ନିଜ ଉତ୍ପାଦର ଉଚିତ୍‌ ମୂଲ୍ୟ ପାଇପାରିବେ । ଏହା ଦେଶକୁ ଏପରି ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ସହାୟକ ହେବ ।

ନିକଟ ଅତୀତରେ, ବିଶେଷ କରି ଗତ ତିନି ବର୍ଷ ମଧ୍ୟରେ ଚଣା (ଡାଲି) ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ରବି ଋତୁରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଭାରତ ସରକାର ରେକର୍ଡ ପରିମାଣର ଡାଲି କିଣିଛନ୍ତି । ଏହି କାରଣରୁ ପିଏସଏସ ଏବଂ ପିଏସଏଫ ଅଧୀନରେ ସରକାରଙ୍କ ପାଖରେ ୩୦.୫୫ ଲକ୍ଷ ମେଟ୍ରିକ ଟନ୍‌ ଚଣା (ଡାଲି) ମହଜୁଦ ଅଛି । ପରବର୍ତ୍ତୀ ରବି ଋତୁରେ ଚଣା (ଡାଲି) ଉତ୍ପାଦନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି । ଏହାଛଡ଼ା ୨୦୨୨-୨୩ ଋତୁ ପାଇଁ ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା କାରଣରୁ ମୂଲ୍ୟ ସମର୍ଥନ ଯୋଜନାରେ ଅଧିକ ଡାଲି କିଣାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.