ETV Bharat / bharat

CDS Chopper Crash: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ତଦନ୍ତ ରିପୋର୍ଟ

author img

By

Published : Jan 5, 2022, 5:32 PM IST

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ସିଡିଏସ ହେଲିକପ୍ଟର ଦୁର୍ଘଟଣା ରିପୋର୍ଟ । ପ୍ରାୟ ଏକ ମାସ ଧରି ଜାରି ରହିଥିଲା ତଦନ୍ତ । ଅଧିକ ପଢନ୍ତୁ

CDS chopper crash: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଗଲା ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ପ୍ରାୟ ଏକ ମାସ ପରେ ଶେଷ ହେଲା ବହୁଚର୍ଚ୍ଚିତ CDS ଜେନେରାଲ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିଛିନ୍ତି ବାୟୁସେନା ମୁଖ୍ୟ । 3 ସେନା ଦ୍ବାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଏହି ତଦନ୍ତ ଶେଷ କରିଛି ।

ଭାରତୀୟ ବାୟୁସେନା (IAF) ର ବରିଷ୍ଠ ଅଧିକାରୀ ଏୟାର ମାର୍ଶଲ ମାନଭେନ୍ଦ୍ର ସିଂଙ୍କ ନେତୃତ୍ବରେ ଏହି ତଦନ୍ତ ଚାଲିଥିବା ବେଳେ ଏଥିରେ ଅନ୍ୟ ଦୁଇ ସେନାର ବରିଷ୍ଠ ଅଧିକାରୀ ମଧ୍ୟ ସଦସ୍ୟ ରହିଥିଲେ । ପ୍ରାୟ ଏକ ମାସର ତଦନ୍ତ ଓ ସବୁ ସମ୍ଭାବ୍ୟ ଦିଗକୁ ଅନୁଧ୍ୟାନ କରିବା ପରେ ଏହି କମିଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛି । ତେବେ ରିପୋର୍ଟରେ କେଉଁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ସୂତ୍ରରୁ ଜଣାପଡିଛି ଯେ ଏହି ଦୁର୍ଘଟଣା ଭାରତୀୟ ବାୟୁସେନାର Mi-17-V5 ହେଲିକପ୍ଟରରେ କୌଣସି ବୈଷୟିକ ତ୍ରୁଟି ଯୋଗୁ ହୋଇନାହିଁ ବୋଲି ଦର୍ଶାଇଛି ତଦନ୍ତକାରୀ ଟିମ । ସମ୍ଭାବ୍ୟ ମାନବୀୟ ତ୍ରୁଟି, ଖରାପ ପାଗ ଓ ଯାନ୍ତ୍ରିକ ତ୍ରୁଟି ପରି ସମସ୍ତ ଦିଗକୁ ଏହି ତଦନ୍ତ ପରିସରଭୂକ୍ତ କରାଯାଇ ପ୍ରାୟ ଏକମାସ ଧରି ତଦନ୍ତ ଜାରି ରହିଥିଲା ।

ଗତବର୍ଷ ଡିସେମ୍ବର 8 ରେ, ଭାରତୀୟ ବାୟୁସେନାର MI-17 v-5 ହେଲିକପ୍ଟର ସୁଲୁର ବାୟୁସେନା ଷ୍ଟେସନରୁ ଉଡାଣ ଭରିବା ପରେ ତାମିଲନାଡୁର କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ସିଡିଏସ ଜେନେରାଲ ବିପିନି ରାଓ୍ବତଙ୍କ ସମେତ ପତ୍ନୀ ଓ ଅନ୍ୟ 11 ଜଣ ପ୍ରାଣ ହରାଇଥିଲେ । ଏହାର ପ୍ରାୟ 7 ଦିନ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.