ETV Bharat / bharat

ପରାକ୍ରମୀ-ବାଜିଗର-ଯୋଦ୍ଧା: ସେନାମୁଖ୍ୟରୁ CDS, ସର୍ଜିକାଲ ଷ୍ଟ୍ରାଇକ ହିରୋ Bipin Rawatଙ୍କ କ୍ୟାରିୟର - indias First CDS Bipin Rawat news

CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଆଖିବୁଜିଲେ ଦେଶର ପ୍ରଥମ ସିଡିଏସ୍ । ତେବେ ନଜର ପକାନ୍ତୁ ତାଙ୍କର ଗୌରବମୟ ସେନା କ୍ୟାରିୟର ଉପରେ

ପରାକ୍ରମୀ-ବାଜିଗର-ଯୋଦ୍ଧା: ସେନାମୁଖ୍ୟରୁ CDS, ସର୍ଜିକାଲ ଷ୍ଟ୍ରାଇକ ହିରୋ Bipin Rawatଙ୍କ କ୍ୟାରିୟର

author img

By

Published : Dec 8, 2021, 7:03 PM IST

ନୂଆଦିଲ୍ଲୀ: CDS ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ଘଟିଛି । ଏଥିରେ CDS ଜେନେରାଲ ରାଓ୍ବତ ଓ ପତ୍ନୀ ମଧୁଲିକାଙ୍କ ସମେତ ୧3 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦେଶର ପ୍ରଥମ ସିଡିଏସଙ୍କୁ ହରାଇବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଠୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ।

ଭାରତର ପ୍ରଥମ ୩ସେନା ପ୍ରମୁଖ ଭାବେ ନିଯୁକ୍ତ ହୋଇଥିଲେ ଜେନେରାଲ ବିପିନ ରାଓ୍ବତ । ପ୍ରଥମେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ ପରେ ସେ ଏହି ନୂତନ ସର୍ବୋଚ୍ଚ ସମାରିକ ପଦରେ ୩ ସେନାର ମୁଖ୍ୟ କାମାଣ୍ଡିଂ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା:-

ଉତ୍ତରାଖଣ୍ଡର ପାଉରୀରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବିପିନ ରାଓ୍ବତ । ରାଓ୍ବତଙ୍କ ବାପା ଲକ୍ଷ୍ମଣ ସିଂ ରାଓ୍ବତ ମଧ୍ୟ ଭାରତୀୟ ସେନାରେ ଏକ ଉଚ୍ଚପଦସ୍ଥ ପଦବୀରେ ନିୟୋଜିତ ଥିଲେ । ଡେରାଡୁନରେ ସ୍କୁଲ ଶିକ୍ଷା ସମାପ୍ତ ପେରେ ରାଓ୍ବତ ଶିମଲାରେ କଲେଜ ଶିକ୍ଷା ଗ୍ରହଣ କରିଥିଲେ । କଲେଜ ଶିକ୍ଷା ଗ୍ରହଣ ସମାପ୍ତ ପରେ ସେ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଭର୍ତ୍ତି ହୋଇଥିଲେ । ପରେ ସେଠାରୁ ଭାରତୀୟ ମିଲିଟାରୀ ଏକାଡେମୀରେ ଭର୍ତ୍ତି ହୋଇଥିଲେ । ଏକାଡେମୀରେ ପ୍ରଶିକ୍ଷଣ ସମୟରେ ସେ 'Sword of Honour' ପଦବିରେ ସମ୍ମାନିତ ମଧ୍ୟ ହୋଇଥିଲେ । ସେହିପରି ସେ Defence Services Staff College (DSSC) ରୁ ମଧ୍ୟ ଗ୍ରାଜୁଏଟ ହୋଇଥିଲେ । ପରେ ପ୍ରତିରକ୍ଷା ଶିକ୍ଷାରେ ସେ M.phil ମଧ୍ୟ କରିଥିଲେ । military media strategic studies ରେ ମିରଟର ଚୌଧୁରୀ ଚରଣ ସିଂ ବିଶ୍ବ ବିଦ୍ୟାଳୟରୁ ସେ P.hd ମଧ୍ୟ ହାସଲ କରିଥିଲେ ।

୩ ସେନାମୁଖ୍ୟଙ୍କ ସହ CDS
୩ ସେନାମୁଖ୍ୟଙ୍କ ସହ CDS

ଭାରତୀୟ ସେନାରେ କ୍ୟାରିୟର:-

୧୯୭୮ ମସିହା ଡିସେମ୍ବର ୧୬ତାରିଖରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ରାଓ୍ବତ । ଗୋର୍ଖା ରାଇଫଲର ୫ମ ବାଟାଲିୟନରେ ପ୍ରଥମେ ତାଙ୍କର ଭର୍ତ୍ତି ହୋଇଥିଲା । ପରେ ସେ ଏହି ଗୋର୍ଖା ବାଟାଲିୟନରେ କମାଣ୍ଡିଂ ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ । ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ କିଛିବର୍ଷ ସଫତାର ସହ ନେତୃତ୍ବ ନେବା ପରେ ସେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇଥିଲେ । ପରେ ରାଷ୍ଟ୍ରୀୟ ରାଇଫଲର ମଧ୍ୟ ନେତୃତ୍ବ ନେଇଥିଲେ ରାଓ୍ବତ । ୧୯୮୭ ରେ Sino-Indian skirmish ଅପରେସନର ଦାୟିତ୍ବ ନେଇଥିଲା ତାଙ୍କ ନେତୃତ୍ବଧୀନ ବାଟାଲିୟନ । ଚୀନ ସେନାକୁ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶକୁ ପଣ୍ଡ କରିବାରେ ତାଙ୍କର ନେତୃତ୍ବ ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା ।

ପୂର୍ବତନ ସେନାମୁଖ୍ୟ ଜେନେରାଲ ଦଲବୀର ସିଂଙ୍କ ସହ ଜେନେରାଲ ରାଓ୍ବତ

ଅନ୍ତର୍ଜାତୀୟ ମିଶନରେ ଭୂମିକା:-

ସେହପରି କେବଳ ଦେଶରେ ଗୁରୁତ୍ବପୂର୍ଣ୍ଣ ସାମରିକ କାର୍ଯ୍ୟାନୁଷ୍ଠାନରେ ତାଙ୍କର ନେତୃତ୍ବ ନଥିଲା ବରଂ ସେ କିଛି ଆନ୍ତର୍ଜାତୀୟ ମିଶନର ମଧ୍ୟ ସଫଳ ନେତୃତ୍ବ ନେଇଥିଲେ । ଏହି ମିଶନ ମଧ୍ୟରେ ଅନ୍ୟତମ ଥିଲା UN Mission in Congo । ଦକ୍ଷିଣ ଆଫ୍ରିକୀୟ ଦେଶ କଙ୍ଗୋରୋ ମଧ୍ୟ ଏହି ମିଶନରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା ।

କ୍ରସ-ବର୍ଡର ଷ୍ଟ୍ରାଇକର ନେତୃତ୍ବ-

ଭାରତୀୟ ସେନାରେ ବଳିଷ୍ଠ ଭୂମିକା ପାଇଁ ତାଙ୍କୁ ସ୍ଥଳସେନା ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବରେ ଅବସ୍ଥାପିତ କରାଯିବା ପରେ ୨୦୧୫ ମସିହାରେ ପଡୋଶୀ ମୀଆଁମାରେ ସେନାର ଷ୍ଟ୍ରାଇକ ଥିଲା ତାଙ୍କ ସାମରିକ ନେତୃତ୍ବର ଆଉ ଏକ ବଡ ସଫଳତା । ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୧୮ ଯବାନ ଶହୀଦ ହେବା ପରେ ସୀମାପାର ଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଯାହାର ନେତୃତ୍ବ ନେଇଥିଲେ ଜେନେରାଲ ରାଓ୍ବତ । ଅନ୍ୟ ଏକ ବଡ ସଫଳତା ଥିଲା ଉରି ସର୍ଜିକାଲ ଷ୍ଟ୍ରାଇକ । ପାକିସ୍ତାନ ସୀମା ଭିତରରେ ପ୍ରବେଶ କରି ଉରି ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ସେ କମାଣ୍ଡ ସମ୍ଭାଳିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ CDS ଜେନେରାଲ ରାଓ୍ବତ
ପ୍ରଧାନମନ୍ତ୍ରୀଙ୍କ ସହ CDS ଜେନେରାଲ ରାଓ୍ବତ

ସେନାମୁଖ୍ୟ ଭାବେ ଭୂମିକା-

ସେନାରେ ମୁଖ୍ୟଭାବେ କାର୍ଯ୍ୟ କରିବାବେଳେ ଅନେକ ଆନ୍ତର୍ଜାତୀୟ ଦ୍ବିପାକ୍ଷିକ ସାମରିକ ଚୁକ୍ତି ଓ ବୈଠକରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେନାର ଆଧୁନିକୀକରଣ ଓ ନବୀକରଣକୁ ସେ ମଧ୍ୟ ଗୁରୁତ୍ବ ଦେଇଥିଲେ । ଅନେକ ନୂତନ ଯୁଦ୍ଧସ୍ତ୍ର ସେନାରେ ସାମିଲ ହେବା ସହ ଶକ୍ତିଶାଳୀ ହୋଇଥିଲା ଭାରତୀୟ ସେନା ।

ପରେ ଭାରତ ସରକାରଙ୍କ ଦ୍ବାରା ୩ ସେନାର ସମନ୍ବୟ ରକ୍ଷା ପାଇଁ ୩ ସେନାର ମୁଖ୍ୟ ଭାବେ CDS ପଦବିରେ ତାଙ୍କୁ ଦାୟିତ୍ବ ଦେଇଥିଲେ ଭାରତ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.