ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା (Delhi liquor scam case) । ଆଜି (ରବିବାର) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ଟିଆରଏସ(TRS) ବିଧାନ ପରିଷଦ ସଦସ୍ୟା କବିତା (MLC Kavitha)ଙ୍କୁ ଜେରା କରିବ ସିବିଆଇ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ନେଇ କବିତାଙ୍କୁ ପଚରାଉଚରା କରିବ ସିବିଆଇ ।
ଗତ ଡିସେମ୍ବର ୨ ତାରିଖରେ ସିବିଆଇ କବିତାଙ୍କୁ ସମନ ଜାରି ୬ ତାରିଖରେ ହାଜର ହେବା ପାଇଁ କୁହାଯାଇଥିଲା । କିନ୍ତୁ ହାଜର ହୋଇପାରିବେ ନାହିଁ ବୋଲି ଡିସେମ୍ବର ୫ ତାରିଖରେ ସିବିଆଇକୁ ଚିଠି ଲେଖି ଜଣାଇଥିଲେ କବିତା । ଡିସେମ୍ବର ୧୧, ୧୨, ୧୪ କିମ୍ବା ୧୫ରରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟି ପାରିବେ ବୋଲି କହିଥିଲେ କବିତା । ଏହାପରେ ରବିବାର କବିତାଙ୍କୁ ଜେରା ହେବା ନେଇ ସିବିଆଇ ତରଫରୁ କୁହାଯାଇଥିଲା ।
ଗତ ମଙ୍ଗଳବାର ସିବିଆଇ ତରଫରୁ କୁହାଯାଇଥିଲା ଯେ, ''ଏକ ଟିମ ରବିବାର ହାଇଦ୍ରାବାଦ ସ୍ଥିତ କବିତାଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିବ । ଏନେଇ ନିଶ୍ଚିନ୍ତ କରିବାକୁ କବିତାଙ୍କୁ କହିଥିଲା ସିବିଆଇ । ଏହାର ଉତ୍ତରରେ ସେ ଆଜି ଦିନ ୧୧ଟା ସମୟରେ ବାସଭବନରେ ପହଞ୍ଚିବାକୁ ସିବିଆଇକୁ କହିଥିଲେ '' ।
ଏହା ମଧ୍ୟ ପଢନ୍ତୁ-ବଦଳିବ ଟିପୁ ସୁଲତାନ ଅମଳର ନାଁ, ସଲାମ ଆଳତୀ ପରିବର୍ତ୍ତେ କୁହାଯାଏ ଆଳତୀ ନମସ୍କାର
କବିତାଙ୍କ ବୟାନ ରେକର୍ଡ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ତାଙ୍କ ସମର୍ଥକ ମାନେ କବିତାଙ୍କ ଘର ଆଗରେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଥିଲା । ଫାଇଟରଙ୍କ ଝିଅ କେବେବି ଡରିବେ ନାହିଁ , ଆମେ କବିତାଙ୍କ ସହ ଅଛୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିଲା ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ କହିଥିଲା ଯେ, ତଦନ୍ତ ସମୟରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ଭାରତ ରାଷ୍ଟ୍ର ସମିତି(BRS) ନେତ୍ରୀ ଜାଣିଥିବେ । ତେଣୁ ଯାଞ୍ଚ ଦୃଷ୍ଟିରୁ ଏହି ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବ ।