ETV Bharat / bharat

ଅବକାରୀ ଦୁର୍ନୀତି ମାମଲାରେ ପୁଣି ୫ ଜଣଙ୍କୁ ସମନ, ଗିରଫ ଆଶଙ୍କା କଲେ ସିସୋଦିଆ

author img

By

Published : Aug 20, 2022, 6:56 PM IST

ଦିଲ୍ଲୀରେ ଜୋର ଧରିଛି ଅବକାରୀ ଦୁର୍ନୀତି ମାମଲା (Delhi Excise case)ର ତଦନ୍ତ । ଗତକାଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଉପରେ CBI ଚଢାଉ ପରେ ଆଜି ଆଉ ୫ ଜଣଙ୍କୁ ସମନ । ନିଜେ ଗିରଫର ଆଶଙ୍କା ପ୍ରକାଶ କଲେ ସିସୋଦିଆ । କହିଲେ ଉଦ୍ଦେଶ୍ୟମୂଳକ ଭାବେ ଖୁବଶୀଘ୍ର ହୋଇପାରନ୍ତି ଗିରଫ । ଅଧିକ ପଢନ୍ତୁ

ଅବକାରୀ ଦୁର୍ନୀତି ମାମଲାରେ ପୁଣି ୫ ଙ୍କୁ ସମନ, ଖୁବଶୀଘ୍ର ଗିରଫ ହୋଇପାରନ୍ତି ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି (Delhi Excise case) ମାମଲାରେ ବଢିବାରେ ଲାଗିଛି ସିବିଆର ତଦନ୍ତ ପରିସର । ଗତକାଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ ପରେ ଆଜି ଆଉ ୫ ଜଣଙ୍କୁ (CBI summons five accused in Delhi Excise case) ସଂସ୍ଥା ପକ୍ଷରୁ ସମନ ଜାରି କରାଯାଇଛି । ସମନ ପାଇଥିବା ବ୍ୟକ୍ତିମାନେ ଆଜି ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହେବା ନେଇ ନିର୍ଦ୍ଦେଶ ରହିଛି । ତେବେ ସିବିଆଇ ସ୍କାନରରେ ଥିବା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମଧ୍ୟ କୌଣସି ସମୟରେ ଗିରଫ କରାଯାଇପାରେ । ତାଙ୍କୁ ୨ରୁ ୩ ଦିନ ମଧ୍ୟରେ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ସୋସୋଦିଆ ।

ଗତକାଲି ସିସୋଦିଆଙ୍କ ଘରେ ସିବିଆଇ (CBI action in Delhi)ର ସର୍ଚ୍ଚ ପରେ ଆଜି ତାଙ୍କୁ ଗିରଫ ଆଶଙ୍କା ଦର୍ଶାଇ ସିସୋଦିଆ କହିଛନ୍ତି, ‘‘ଆଗାମୀ ୩ ରୁ ୪ ଦିନ ମଧ୍ୟରେ ମତେ ଗିରଫ କରାଯାଇପାରେ । ତେବେ ଏଥିପାଇଁ ମୁଁ ଆଦୌ ଭୟଭୀତ ନୁହେଁ । ଏପରି କରି ସେମାନେ ଆମକୁ ଭାଙ୍ଗି ପାରିବେନାହିଁ । ୨୦୨୪ ସାଧାରଣ ନିର୍ବାଚନରେ AAP ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ସାମ୍ନାକୁ ଆସିବାକୁ ଯାଉଛି ।’’

‘‘ଏପରି କାର୍ଯ୍ୟାନୁଷ୍ଠାନ ପଛରେ ଅବକାରୀ ଦୁର୍ନୀତି ନୁହେଁ ବରଂ ସେମାନଙ୍କ ପ୍ରକୃତ ସମସ୍ୟା ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲଙ୍କ ପାଇଁ ମୋ କାର୍ଯ୍ୟାଳୟ ଓ ଘରେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଜାରି ରହିଛି । କୌଣସି ଦୁର୍ନୀତିରେ ମୁଁଁ ସମ୍ପୃକ୍ତ ନୁହେଁ ବରଂ ମୁଁ କେବଳ କେଜ୍ରିଓ୍ବାଲଙ୍କ ଶିକ୍ଷାମନ୍ତ୍ରୀ ହୋଇଥିବାରୁ ମୋ ଉପରେ ଏପରି ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ:- ଅବକାରୀ ନୀତିରେ ଦୁର୍ନୀତି, ମନୀଷ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ କଲା CBI

ଗତକାଲି କାର୍ଯ୍ୟାନୁଷ୍ଠାନ ପରେ ଆଜି ଏହି ଦୁର୍ନୀତିରେ ଏକାଧିକ ବ୍ୟକ୍ତିଙ୍କୁ ପୁଣି ସମନ ଜାରି କରିଛି ତଦନ୍ତକାରୀ ସଂସ୍ଥା ସିବିଆଇ । ଆଜି ଜେରା ପରେ ସଂସ୍ଥା ପୁଣି ଆକ୍ସନ ମୋଡକୁ ଆସିପାରେ । ତଦନ୍ତ ପରିସରକୁ ଆଉ କିଛି ନୂଆ ଚେହେରା ମଧ୍ୟ ଆସିପାରନ୍ତି ବୋଲି ଅନୁମାନ କାରଯାଉଛି । ପ୍ରଥମେ ଏହି ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ କିଛି ଅଧିକାରୀଙ୍କ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ ସକ୍ସେନା । ପରେ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.