ETV Bharat / bharat

Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ 9ଘଣ୍ଚା ଜେରା ପରେ ଛାଡିଲା CBI

ପ୍ରାଥମିକ ଶିକ୍ଷକ ନିଯୁକ୍ତି ମହାଘୋଟାଲାରେ ଅଭିଷେକ ବାନାର୍ଜୀଙ୍କୁ 9 ଘଣ୍ଚା ଜେରା ପରେ ଛାଡିଲା CBI । ଅଭିଷେକ କହିଲେ କିଛି ଲାଭ ନାହିଁ । ତଥାପି ସହଯୋଗ କରିଛି । ଅଧିକ ପଢନ୍ତୁ

author img

By

Published : May 20, 2023, 10:53 PM IST

Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ 9 ଘଣ୍ଚା ଜେରା ପରେ ଛାଡିଲା CBI

କୋଲକାତା: ବହୁଚର୍ଚ୍ଚିତ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ମାମଲାରେ ଆଜି (ଶନିବାର) ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦୀର୍ଘ 9 ଘଣ୍ଟା ଜେରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହି ମାମଲାରେ ଅଭିଷେକଙ୍କୁ ଜେରା କରିବା ପାଇଁ ଗୁରୁବାର କୋଲକାତା ହାଇକୋର୍ଟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟକୁ ଅନୁମତି ଦେଇଥିଲେ । ଏହାର ଗୋଟିଏ ଦିନ ପରେ ସିବିଆଇ ଅଭିଷେକଙ୍କୁ ଦୀର୍ଘ 9 ଘଣ୍ଟା ମାରାଥନ ଜେରା କରିଛି ।

ତେବେ ସିବିଆଇର କୋଲକାତା ସ୍ଥିତ ନିଜାମ ପ୍ୟାଲେସ କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି ଅଭିଷେକ । ଜେରା ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଷେକ କହିଛନ୍ତି, ଏହି ଜେରା ଉଭୟ ସିବିଆଇ ଓ ତାଙ୍କ ପାଇଁ ନିରର୍ଥକ । ତଥାପି ସେ ସାଢେ 9 ଘଣ୍ଟା ଜେରା ମଧ୍ୟରେ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ସହଯୋଗ କରିଛନ୍ତି । ହେଲେ ସିବିଆଇ ଦିଲ୍ଲୀ ନିର୍ଦ୍ଦେଶରେ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଗତକାଲି ସିବିଆଇ ସମନ ଜାରି କରିବା ପରେ ଅଭିଷେକ କହିଥିଲେ, ''20 ତାରିଖରେ ସିବିଆଇରେ ହାଜର ହେବାକୁ ମୋତେ ସମନ ଜାରି କରିଛି । ମୁଁ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବି ଏବଂ ଜେରାରେ ସହଯୋଗ ମଧ୍ୟ କରିବି । ମୋର ଜନ ସଂଯୋଗ ଯାତ୍ରା ବନ୍ଦ ରଖାଯାଇଛି । ଏହା ପୁଣି ଥରେ ଆସନ୍ତା ମେ 22 ଓ 23 ରେ ଆରମ୍ଭ ହେବାକୁ ଯାଉଛି ।’’ ଏହାପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କ ପତ୍ନୀ ଓ ତାଙ୍କ ଶାଳୀଙ୍କୁ ଜେରା କରିଥିଲା ।

ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଏପ୍ରିଲ 13 ରେ କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଶୁଣାଣି କରି ଅଭିଷେକଙ୍କୁ ଜେରା କରିବା ପାଇଁ ସିବିଆଇ ଓ ଇଡିକୁ ଅନୁମତି ଦେଇଥିଲେ । ହେଲେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଷେକ । ସୁପ୍ରିମକୋର୍ଟ ଏହି ମାମଲାକୁ ପୁନଶ୍ଚ ହାଇକୋର୍ଟଙ୍କ ନିକଟକୁ ଫେରାଇ ଦେବା ସହ ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ରାୟ ପରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଜେରା କରିବା ନେଇ ଅନୁମାନ କରାଯାଉଥିବା ବେଳେ ଆଜି ସେ ସାଢେ 9 ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟରେ ପ୍ରାୟ 36 ହଜାର ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ ନେଇ ଜାରି ରହିଛି ଖୋଳତାଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.