ETV Bharat / bharat

JNU କ୍ୟାମ୍ପସରେ 2 ଛାତ୍ରୀଙ୍କୁ ଅପହରଣ ଉଦ୍ୟମ, ସୁରକ୍ଷାବ୍ୟବସ୍ଥାକୁ ନେଇ ପ୍ରଶ୍ନ

author img

By

Published : Jun 7, 2023, 10:24 PM IST

ରାଜଧାନୀ ଦିଲ୍ଲୀ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଥିବାବେଳେ ଦେଶର ନମ୍ବର ୱାନ ବିଶ୍ବବିଦ୍ୟାଳୟରୁ ଆସିଛି ଅପହରଣ ଉଦ୍ୟମ ଅଭିଯୋଗ । ଗୋଟିଏ କାରରେ 3 ରୁ 4ଜଣ ଯୁବକ JNU କ୍ୟାମ୍ପସରେ ପ୍ରବେଶ କରିବା ସହ 2ଜଣ ଛାତ୍ରୀଙ୍କୁ ଅସଦାଚରଣ ସହ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

JNUରେ 2 ଛାତ୍ରୀଙ୍କୁ ଅପହରଣ ଉଦ୍ୟମ
JNUରେ 2 ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ନୂଆଦିଲ୍ଲୀ: ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଦିଲ୍ଲୀ । ଦେଶର ନମ୍ବର ୱାନ୍‌ ବିଶ୍ବବିଦ୍ୟାଳୟ କୁହାଯାଉଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟିରୁ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । JNU ପରିସରରେ 2 ଜଣ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ ପରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ କାରରେ 3ରୁ 4ଜଣ ଯୁବକ ମଦ୍ୟପାନ କରି କ୍ୟାମ୍ପସ ଭିତରକୁ ପଶି ଆସିଥିଲେ । 2ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ସେମାନଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଏହି ଅସାମାଜିକ ବ୍ୟକ୍ତି । ଫଳରେ ଭୟଭୀତ ହୋଇ ଛାତ୍ରୀମାନେ ଚିତ୍କାର କରିବାରୁ ସେମାନେ ମୁଖ୍ୟ ଫାଟକ ଦେଇ ସେଠାରୁ ଖସି ପଳାଇଥିଲେ ।

ଖବର ପାଇବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ । ଜବାହରଲାଲ ନେହେରୁ ୟୁନିଭରସିଟିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ଏନେଇ ବିଶ୍ବବିଦ୍ୟାଳୟ ତରଫରୁ ଥାନାରେ ଅଭିଯୋଗ ପରେ 2ଟି ମାମଲା ରୁଜୁ କରିଛି ପୋଲିସ। ଜଣେ ଛାତ୍ରୀଙ୍କ ସହ ମାରପିଟ୍ ନେଇ ଅଭିଯୋଗ ହୋଇଥିବାବେଳେ ଅନ୍ୟ ଜଣଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ହୋଇଥିଲା । ତେବେ ଅଭିଯୁକ୍ତଙ୍କ ସୁରାକ୍ ମିଳିଥିବା ଡିସିପି ପ୍ରକାଶ କରିଛନ୍ତି ।

ଅପରପକ୍ଷେ, ABVP ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଅଜମେରାଙ୍କ କହିବା କଥା, JNU ଦେଶର ନମ୍ବର ୱାନ ବିଶ୍ବବିଦ୍ୟାଳୟ ଅଟେ ଏବଂ ଏହାର ଭାଇସ ଚାନସେଲର ମଧ୍ୟ ଜଣେ ମହିଳା ଅଟନ୍ତି । ଦେଶର ନମ୍ବର ୱାନ୍‌ ବିଶ୍ବ ବିଦ୍ୟାଳୟ ହୋଇଥିବା ସତ୍ତ୍ବେ ମଧ୍ୟ ଏଠାରେ ଛାତ୍ରୀଙ୍କୁ ଏଭଳି ଅସଦାଚରଣ କରାଯିବା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦର୍ଶାଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଶ୍ବବିଦ୍ୟାଳୟ ସୁରକ୍ଷା ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ବୋଲି କହିଛନ୍ତି ABVP ଅଧ୍ୟକ୍ଷ । ଏହାସହ ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଦାୟିତ୍ବରେ ଥିବା ଚିଫ୍ ସିକ୍ୟୁରିଟି ଇନଚାର୍ଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ମୁଖ୍ୟ ଫାଟକରୁ ଆରମ୍ଭ କରି କ୍ୟାମ୍ପସ୍ ବ୍ୟାପି ଚାରିଆଡେ ସିସିଟିଭି କ୍ୟାମେରା ଲାଗିଛି। ଏତେ ଉନ୍ନତମାନର ସିକ୍ୟୁରିଟି ଥାଇ ସୁଦ୍ଧା ଏପରି ଗମ୍ଭୀର ମାମଲା ସାମନାକୁ ଆସିବା ନିଶ୍ଚିତରୂପେ ଉଦବେଗଜନକ ବୋଲି କହିଛନ୍ତି ଉମେଶ ଚନ୍ଦ୍ର ଅଜମେରା । ତେବେ ବିଗତ ଦିନରେ JNUରେ ଅନେକ ସମୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଏବଂ ଛାତ୍ରୀଙ୍କୁ ଅସଦାଚରଣ ମାମଲା ପରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯଦି ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆଗାମୀ ଦିନରେ ABVP ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.