ETV Bharat / bharat

BJP Nabanna Abhijan: ରାଜ୍ୟ ଗୃହ ସଚିବଙ୍କୁ କୋଲକାତା ହାଇକୋର୍ଟଙ୍କ ରିପୋର୍ଟ ତଲବ

author img

By

Published : Sep 13, 2022, 9:36 PM IST

କୋଲକାତରେ ବିଜେପିର ନବାନ୍ନ ଚଲୋ ଶୋଭାଯାତ୍ରା (BJP Nabanna Abhijan) ବେଳେ ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେବା ପ୍ରସଙ୍ଗରେ ରାଜ୍ୟ ଗୃହ ସଚିବଙ୍କ ଠାରୁ ରିପୋର୍ଟ ମାଗିଲେ କୋଲକାତା ହାଇକୋର୍ଟ । କାହିଁକି ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଲା ସେ ନେଇ ଉତ୍ତର ରଖିବ ରାଜ୍ୟ ଗୃହ ବିଭା । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ଆଜି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି ପକ୍ଷରୁ କୋଲକାତାରେ ଆୟୋଜିତ ‘ନବାନ୍ନ ଚୋଲୋ’ (Nabanna Chalo) ପ୍ରତିବାଦ ଶୋଭାଯାତ୍ରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମାମଲା ଏବେ ଅଦାଲତରେ ପହଞ୍ଚିଛି । ଏହି ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ଗୃହ ସଚିବଙ୍କ ଠାରୁ କୋଲକାତା ହାଇକୋର୍ଟ ରିପୋର୍ଟ ମଧ୍ୟ ତଲବ କରିଛନ୍ତି । ପୋଲିସ କାହଁକି ଓ କେଉଁ ପରିସ୍ଥିତିରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ତାର ଶବିଶେଷ ତଥ୍ୟ 19 ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୋର୍ଟ ରାଜ୍ୟ ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • Kolkata, WB | Hands & feet of many (BJP) workers were broken, more than 200 workers were injured. We'll fight against this. BJP will call a press conference & reveal party's next program: LoP & BJP's Suvendu Adhikari after being released by police following 'Nabanna Chalo' march pic.twitter.com/rozXwImQwe

    — ANI (@ANI) September 13, 2022 " class="align-text-top noRightClick twitterSection" data=" ">

କୋର୍ଟ ଆଜିର କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟଶୈଳୀ ନେଇ ଆପତ୍ତି ଉଠାଇବା ସହ ଧାରଣା, ଆନ୍ଦୋଳନ କିମ୍ବା ପ୍ରତିବାଦ ବେଳେ ସାଧାରଣ ସମ୍ପତ୍ତି କ୍ଷତିଗ୍ରସ୍ତ କିମ୍ବା ସାଧାରଣ ଜନତା ପ୍ରଭାବିତ ନହେଲେ କାହାକୁ ଅଟକ ନରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି (BJP Nabanna Abhijan of west Bengal bjp) ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସ ବାରିକେଡ ଲଗାଇ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରିବା ସହ ଲୁହବୁହା ଗ୍ୟାସ ଓ ପାଣିମାଡ ମଧ୍ୟ କରିଥିଲା । କିଛି ସ୍ଥାନରେ ପୋଲିସ ଉଗ୍ର ହୋଇ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରି ଆକ୍ରମଣରେ କିଛି କର୍ମୀଙ୍କ ହାତଗୋଡ ଭାଙ୍ଗିବା ସହ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ବିଜେପି ଅଭିଯୋଗ କରିଥିଲା ।

  • Calcutta High Court seeks report from West Bengal Home Secretary over today’s BJP Nabanna Abhijan; report to be submitted on 19th September. The HC further directs the Police to not illegally detain any person and also ensure that there is no damage to public property. pic.twitter.com/bec03NJzpO

ଏହା ମଧ୍ୟ ପଢନ୍ତୁ :- Nabanna Chalo March: ଶୁଭେନ୍ଦୁ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ, କହିଲେ ବଙ୍ଗକୁ ଉତ୍ତର କୋରିଆ କରି ସାରିଲେଣି ମମତା

ବିରୋଧୀ ଦଳ ନେତା ତଥା ଆନ୍ଦୋଳନର ନେତୃତ୍ବ ନେଇଥିବା ଶୁଭେନ୍ଦୁ ଅଧିକାରୀ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିବା ସହ ରାଜ୍ୟ ବର୍ତ୍ତମାନ ଉତ୍ତର କୋରିଆରେ ପରିଣତ ହୋଇସାରିଲାଣି ବୋଲି ଅଭିଯୋଗ କରିଥିଲେ । ମମତାଙ୍କ ନିର୍ଦ୍ଦେଶରେ ପୋଲିସ ଏମିତି ଉଗ୍ର ଆକ୍ରମଣ କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲା ବିଜେପି । ତେବେ ଶୁଭେନ୍ଦୁ ଅଧିକାରୀ, ସାଂସଦ ଲୋକେଟ ଚାଟାର୍ଜୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତା ଓ ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇ ନେଇ ଅଟକ ରଖିଛି । ତେବେ ଏହି ମାମଲା ଏବେ କୋର୍ଟରେ ପହଞ୍ଚିବା ପରେ କୋର୍ଟ ମଧ୍ୟ ପୋଲିସର କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ଗୃହ ବିଭାଗକୁ ସବିଶେଷ ରିପୋର୍ଟ ତଲବ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.