ETV Bharat / bharat

Birbhumi Arson: ବୀରଭୂମି ନରସଂହାର ମାମଲାର ତଦନ୍ତ କରିବ CBI - ବୀରଭୂମି ନରସଂହାର ମାମଲା ରାୟ

ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ତଦନ୍ତ କରିବ ସିବିଆଇ(CBI) । ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Birbhumi Arson: ବୀରଭୂମି ନରସଂହାର ମାମଲାର ତଦନ୍ତ କରିବ CBI

author img

By

Published : Mar 25, 2022, 11:50 AM IST

କୋଲକାତା: ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ତଦନ୍ତ କରିବ ସିବିଆଇ(CBI) । ଏହି ନରସଂହାର ମାମଲାର ଶୁଣାଣି କରି ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ । ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏସଆଇଟି(SIT) ମାମଲାର ଯାଞ୍ଚ କରୁଥିଲା । ଏହାକୁ ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରାଯିବ । ମାମଲା ସହ ଜଡିତ ସମସ୍ତ ତଥ୍ୟ ସିବିଆଇକୁ ଦେବାକୁ କୋର୍ଟ SITକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି, ପ୍ରମାଣ ଏବଂ ଘଟଣାର ପ୍ରଭାବକୁ ବିଚାର କଲେ ଜଣାପଡୁଛି କି, ରାଜ୍ୟ ପୋଲିସ ଏହି ମାମଲାର ଯାଞ୍ଚ କରିପାରିବ ନାହିଁ । ତେଣୁ CBI ଏହାର ତଦନ୍ତ କରିବ । ଏପ୍ରିଲ ୭ ତାରିଖ ସୁଦ୍ଧା ମାମଲାର ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ କି, ବୀରଭୂମି ନରସଂହାର ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ଏହାର ଶୁଣାଣି କରି ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟ ।

ଇତିମଧ୍ୟରେ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ସାଙ୍ଘାତିକ ତଥ୍ୟ ଜଣାପଡିଛି । ମୃତ୍ୟୁ ପୂର୍ବରୁ ମୃତକଙ୍କୁ ଭୟଙ୍କର ଶାରିରୀକ ନିର୍ଯ୍ୟାତନା ଦିଆଯିବା ସହ ପରେ ତାଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇ ହତ୍ୟା କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଗତ ୨୨ ତାରିଖ ରାତିରେ ଏହି ନରସଂହାର ଘଟିଥିଲା । ଜଣେ ଟିଏମସି ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିଲେ ଦୁର୍ବୃତ୍ତ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.