ETV Bharat / bharat

Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ ଜେରା କରିବ CBI, ED

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ବଢିଲା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡୁଆ । ଅଭିଷେକଙ୍କୁ ଜେରା କରିବ CBI ଓ ED । ଅଧିକ ପଢନ୍ତୁ

author img

By

Published : May 18, 2023, 7:28 PM IST

Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ ଜେରା କରିବ CBI, ED
Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ ଜେରା କରିବ CBI, ED

କୋଲକାତା: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କୋଲକାତା ହାଇକୋର୍ଟରୁ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବଡ଼ ଝଟକା ଲାଗିଛି । ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ଅଭିଷେକଙ୍କୁ ଜେରା କରିବା ପାଇଁ କୋର୍ଟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି । ଏଥିରୁ ଆଶ୍ବସ୍ତି ପାଇବା ପାଇଁ ଅଭିଷେକ କରିଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ କୋର୍ଟର ସମୟ ନଷ୍ଟ କରିଥିବାରୁ 25 ଲକ୍ଷ ଟଙ୍କାର ଫାଇନ ମଧ୍ୟ ଲଗାଇଛନ୍ତି ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଜେଲ୍‌ରେ ଥିବା ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା କୁନ୍ତାଲ ଘୋଷଙ୍କୁ ମଧ୍ୟ 25 ଲକ୍ଷ ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ମିଳିଛି । ଆଜି ଏହି ମାମଲାରେ ଜଷ୍ଟିସ ଅମ୍ରିତା ସିହ୍ନାଙ୍କ ଏକକ ଖଣ୍ଡପୀଠ ଶୁଣାଣି କରିଥିଲେ । ଶିକ୍ଷକ ନିଯୁକ୍ତି ଆଶାୟୀଙ୍କଠାରୁ ନିଲମ୍ବିତ ଟିଏମସି ନେତା କୁନ୍ତାଲ ଘୋଷ ବିପୁଳ ଲାଞ୍ଚ ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ସେ ଗିରଫ ହେବା ସହ ଟିଏମସିରୁ ମଧ୍ୟ ନିଲମ୍ବିତ ହୋଇସାରିଛନ୍ତି ।

ଗତ ଏପ୍ରିଲ 13 ରେ କୋଲକାତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଏହି ମାମଲାର ଶୁଣାଣି କରି ଅଭିଷେକଙ୍କୁ ଜେରା କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିଲେ । ହେଲେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଷେକ । ସୁପ୍ରିମକୋର୍ଟ ଏହି ମାମଲାକୁ ପୁନଶ୍ଚ ହାଇକୋର୍ଟଙ୍କ ନିକଟକୁ ଫେରାଇ ଦେବା ସହ ଅନ୍ୟ ଏକ ଖଣ୍ଡପୀଠ ଦ୍ବାରା ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥାର ଜେରାରୁ ବର୍ତ୍ତିବା ପାଇଁ ଅଭିଷେକ ବାନାର୍ଜୀ ହାଇକୋର୍ଟରେ ଏକ ନୂତନ ଆବେଦନ ମଧ୍ୟ କରିଥିଲେ । ଆଜି ଜଷ୍ଟିସ ଅମ୍ରିତା ସିହ୍ନା ଏହି ମାମଲାର ଶୁଣାଣି କରି ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ ପୂର୍ବ ରାୟକୁ ବଳବତ୍ତର ରଖିବା ସହ ଅଭିଷେକଙ୍କ ନୂତନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏବେ ଅଭିଷେକ ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରାର ସମ୍ମୁଖୀନ ହେବେ । ଏଥିରେ ରାଜ୍ୟରେ ପ୍ରାୟ 36 ହଜାର ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ ରହିଛି । ଅନ୍ୟପଟେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନଙ୍କ ଚାକିରିର ବୈଧତା ପ୍ରସଙ୍ଗ ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି । ଏହି ଘୋଟାଲା ବ୍ୟତୀତ ଅଭିଷେକ ବାନାର୍ଜୀ କୋଇଲା ଦୁର୍ନୀତି ମାମଲାରେ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ରାଡାରରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.