ETV Bharat / bharat

CAG Report 2022: ସତର୍କ କରାଇଥିଲା ସିଏଜି, ସୁରକ୍ଷା ସଞ୍ଚାଳନ ଓ ଟ୍ରାକ ନବୀକରଣ ପାଇଁ ଥିଲା ପରାମର୍ଶ

ସିଏଜି ତାର 2022 ରିପୋର୍ଟରେ ଦୁଇଟି ପ୍ରମୁଖ ଅଭିଯୋଗ କରିଥିଲା । ଖରାପ ଟ୍ରେନ୍‌ ଚଳାଚଳ ଓ ଓଭରସ୍ପିଡିଂ ନେଇ ଚିନ୍ତାବ୍ୟକ୍ତ କରିଥିଲା ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହୀସମୀକ୍ଷକ (ସିଏଜି) । ଅଧିକ ପଢନ୍ତୁ

CAG Report 2022
cag report on derailments
author img

By

Published : Jun 5, 2023, 7:34 AM IST

Updated : Jun 5, 2023, 8:35 AM IST

ହାଇଦ୍ରାବାଦ: ଓଡିଶାର ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାକୁ ପ୍ରାୟ 51 ଘଣ୍ଟା ବିତିଛି । ଏହି ଭୟଙ୍କର ଦୁର୍ଘଟଣାର କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ଏକ ତଥ୍ୟ ସାମ୍ନାକୁ ଆସିଛି । ରେଳ ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗତବର୍ଷ ଚିନ୍ତାବ୍ୟକ୍ତ କରିଥିଲା ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(CAG) । ଟ୍ରେନ୍‌ ଲାଇନଚ୍ୟୁତ ହେବା ଓ ପରସ୍ପର ମଧ୍ୟରେ ଧକ୍କା ହେବାକୁ ରୋକିବା ପାଇଁ ଭାରତୀୟ ରେଳପଥ ଉଚିତ ପଦକ୍ଷେନ ନେଉଛି କି ନାହିଁ ସିଏଜି ତାର ରିପୋର୍ଟରେ ପ୍ରଶ୍ନ ଉଠାଇଥିଲା । ଟ୍ରାକ ନବୀକରଣ ଏବଂ ସୁରକ୍ଷା ସଞ୍ଚାଳନ ଦିଗରେ ଧ୍ୟାନ ଦେବାକୁ ସତର୍କ କରାଇଥିଲା । ବର୍ତ୍ତମାନ ଏହି ରିପୋର୍ଟ ଉପରେ ଆଲୋଚନା ଆରମ୍ଭ ହୋଇଛି ।

ସିଏଜି ରିପୋର୍ଟରେ ଦୁର୍ଘଟଣା ପରେ ରିପୋର୍ଟ ଜମା କରିବା ଓ ବିଫଳତାକୁ ମଧ୍ୟ ଚିହ୍ନଟ କରିଛି । ରିପୋର୍ଟରେ ଏହା କୁହାଯାଇଛି କି, ସୁରକ୍ଷା କାର୍ଯ୍ୟରେ ଷ୍ଟାଫ ନ ରହିବା, ଉତ୍ସର୍ଗୀକୃତ ରେଳ ପାଣ୍ଠିର ସଠିକ ବିନିଯୋଗ କରା ନଯିବା ଏକ ଚିନ୍ତାର ବିଷୟ ବୋଲି ସିଏଜି ପ୍ରଶ୍ନ କରିଥିଲା । ଓଡ଼ିଶାରେ ଜୁନ୍‌ 2 ତାରିଖରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ 275ଜଣ ରେଳଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । 1000ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ 2022 ରିପୋର୍ଟରେ ସିଏଜି ଦୁଇଟି ବିଷୟରେ ଚିନ୍ତାବ୍ୟକ୍ତ କରିଥିଲା । ରେଳ ଦୁର୍ଘଟଣାର କାରଣ ଅନୁସନ୍ଧାନ ଓ ତ୍ରୁଟିବିଚ୍ୟୁତି ରହିଥିବା ନେଇ ଅଭିଯୋଗ କରାଯାଇଥିଲା । ଏମିତିକି ଟ୍ରେନ ଚଳାଚଳ ଏବଂ ଦୁର୍ଘଟଣା ପରବର୍ତ୍ତୀ ତଦନ୍ତ ରିପୋର୍ଟ ଦାଖଳ କରା ନଯିବା ନେଇ ମଧ୍ୟ ସିଏଜି ତାର ରିପୋର୍ଟରେ ପ୍ରଶ୍ନ କରିଥିଲା । ଟ୍ରାକ ନବୀକରଣ ପାଇଁ ପାଣ୍ଠି ଯୋଗାଣ କମିବା ଓ କର୍ମଚାରୀ ଅଭାବ ଯୋଗୁଁ କାର୍ଯ୍ୟ ନୀରିକ୍ଷଣ କରାଯାଉନାହିଁ । ଏ ଦିଗରେ ଧ୍ୟାନ ଦେବାକୁ ସିଏଜି ତାରି ରିପୋର୍ଟରେ କହିଥିଲା...

CAG ରିପୋର୍ଟ 2022:

1. ଟ୍ରାକ ମ୍ୟାନେଜମେଣ୍ଟ ବ୍ୟବସ୍ଥା (TMS) ବିଫଳ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ୍ୟ । ଟିଏମସି ଟ୍ରାକ ରକ୍ଷାଣାବେକ୍ଷଣ କାର୍ଯ୍ୟ ପାଇଁ ଏକ ୱେବଭିତ୍ତିତ ଆପ୍ଲିକେସନ ରହିଛି । ଟିଏମସି ପୋର୍ଟାଲର ତଦାରଖ ବ୍ୟବସ୍ଥା ସଚଳ ହୋଇନଥିଲା ।

2. ଟ୍ରାକ ମ୍ୟାନେଜମେଣ୍ଟ ବ୍ୟବସ୍ଥା (TMS) ବିଫଳ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ୍ୟ । ଟିଏମସି ଟ୍ରାକ ରକ୍ଷାଣାବେକ୍ଷଣ କାର୍ଯ୍ୟ ପାଇଁ ଏକ ୱେବଭିତ୍ତିତ ଆପ୍ଲିକେସନ ରହିଛି । ଟିଏମସି ପୋର୍ଟାଲର ତଦାରଖ ବ୍ୟବସ୍ଥା ସଚଳ ହୋଇନଥିଲା ।

3. ଏପ୍ରିଲ 2017ରୁ ମାର୍ଚ୍ଚ 2021ମଧ୍ୟରେ ମୋଟ 422 ରେଳ ଲାଇନଚ୍ୟୁତ ଘଟଣା ସାମ୍ନାକୁ ଆସିଥିଲା । ବଗି ଲାଇନଚ୍ୟୁତ ହେବା ନେଇ ପ୍ରମୁଖ କାରଣ ଟ୍ରାକ୍‌ର ରକ୍ଷଣାବେକ୍ଷଣ 171ଟି ମାମଲା ଜଡିତ ଥିଲା । ଏହାଛଡା ଟ୍ରାକ ମାନଦଣ୍ଡ ସୀମାରୁ ଅଧିକ ବିଚଳନ 156ମାମଲା ଅନ୍ୟତମ କାରଣ ଥିଲା ।

4. ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଥିବା ଦୁର୍ଘଟଣାର ସଂଖ୍ୟା 182 ଥିଲା । ହ୍ବିଲ ଡାୟାମିଟର ଭାରିଏସନରେ ତ୍ରୁଟି ଓ ବଗି ଲାଇନଚ୍ୟୁତ ନେଇ ପ୍ରମୁଖ କାରଣରେ ଯୋଗଦାତା 37% ରହିଥିଲା ।

5. ଲୋକ ପାଇଲଟ ଦ୍ବାରା ହୋଇଥିବା ଦୁର୍ଘଟଣା ସଂଖ୍ୟା 154 ଥିଲା । ଖରାପ ଟ୍ରେନ୍‌ ଚଳାଚଳ ଓ ଓଭରସ୍ପିଡିଂ ମଧ୍ୟ ଦୁର୍ଘଟଣାର ପ୍ରମୁଖ କାରଣ ଥିଲା ।

6. ଏହାଛଡା ପରିଚାଳନା ବିଭାଗର ବିଫଳତା ପାଇଁ ହୋଇଥିବା ଦୁର୍ଘଟଣା ସଂଖ୍ୟା 275 ରହିଥିଲା । ଭୁଲ ପଏଣ୍ଟ ସେଟିଂ, ସଟିଙ୍ଗ ଅପରେସନ ଓ ଅନ୍ୟ ଭୁଲ ପାଇଁ ଦୁର୍ଘଟଣାର କାରଣ 84 ପ୍ରତିଶତ ଦାୟୀ ।

7. 63% ରେଳ ବଗି ଲାଇନଚ୍ୟୁତ ମାମଲାର ଉପଯୁକ୍ତ ରିପୋର୍ଟ ଯଥାସମୟରେ ଦାଖଲ ହୋଇନଥିଲା । 49% ମାମଲାର ବିଳମ୍ବରେ ରିପୋର୍ଟ ଗ୍ରହଣ ହୋଇଥିଲା ।

8. ଜେପିଓ, ଟ୍ରେନିଂ ଷ୍ଟାଫ, ସୁପଭିଜନ ଅଫ ଅପରେସନ, ଷ୍ଟାଫ ଏବଂ ବିଭାଗ ମଧ୍ୟରେ ଯୋଗାଯୋଗ ଅଭାବ ଏବଂ ସୂଚୀ ତଦାରକରେ ବିଫଳତା ପାଇଁ ଅଧିକ ଦୁର୍ଘଟଣା ଘଟିଥିବା ସିଏଜି ତାର ରିପୋର୍ଟରେ ଦର୍ଶାଇଛି ।

9. ଟ୍ରାକ୍‌ ନବୀକରଣ ନେଇ 2018-19ରେ 9,607.65 କୋଟି, 2019-20ରେ 7,417 କୋଟି ମିଳିଥିଲା । ମାତ୍ର ଏହା ଟ୍ରାକ ନବୀକରଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ଲାଗି ନଥିଲା । 2017-21 ମଧ୍ୟରେ ହୋଇଥିବା 1,127 ଟ୍ରେନ୍‌ ଲାଇନଚ୍ୟୁତ ମଧ୍ୟରେ 289 ଯଥା 26 ପ୍ରତିଶଥ ଟ୍ରାକ ନବୀକରଣ ସହ ଜଡିତ ।

10. ରାଷ୍ଟ୍ରୀୟ ରେଳ ସୁରକ୍ଷା କୋଷକୁ ପ୍ରାଥମିକତା ଦିଆଯାଇଥିଲା । ଏନେଇ ବିନିଯୋଗ ପାଣ୍ଠିର ସଠିକ ବିନିଯୋଗ ହୋଇପାରିନଥିଲା । ରେଳ ଲାଇନଚ୍ୟୁତ ପ୍ରତିଶତ 2017-18ରେ 81.55% ଓ 2019-20ରେ 73.76% ରହିଥିଲା ।

ଏହା ବି ପଢନ୍ତୁ...Train Accident: 51 ଘଣ୍ଟା ପରେ ଚାଲିଲା ଟ୍ରେନ, ପରୀକ୍ଷାମୂଳକ ଭାବେ ଗଡିଲା ମାଲଗାଡି

ରେଳ ବ୍ୟବସ୍ଥାରେ ସୁରକ୍ଷାକୁ ନେଇ 2022ରେ ସିଏଜି ଦେଇଥିବା ରିପୋର୍ଟକୁ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି କି ସିଏଜି ରିପୋର୍ଟ ଆଧାରରେ ଯଦି ପଦକ୍ଷେପ ନିଆଯାଇଥାନ୍ତା ତେବେ ବାଲେଶ୍ବର ବାହାନଗାରେ ଏତେ ବଡ଼ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟି ନ ଥାନ୍ତା ।

Last Updated : Jun 5, 2023, 8:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.