ETV Bharat / bharat

ଡିପୋରୁ ସରକାରୀ ବସ ନେଇଗଲେ ଚୋର, CCTVରୁ ଖିଅ ଖୋଜୁଛି ପୋଲିସ

କର୍ଣ୍ଣାଟକରେ ସରାକରୀ ବସକୁ ଚୋରି କରି ନେଇଗଲେ ଚୋର । ସିସିଟିଭିରେ କଏଦ ହେଲା ଘଟଣା । ଏତଲା ପରେ ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

author img

By

Published : Feb 21, 2023, 9:18 PM IST

ସରକାରୀ ଡିପୋରୁ ଚୋରୀ ହୋଇଗଲା ବସ: CCTV ରୁ ଖିଅ ଖୋଜୁଛି ପୋଲିସ

ବେଙ୍ଗାଲୁରୁ: ରାଜ୍ୟ ପରିବହନ ନିଗମ ବସ ଡିପୋରୁୁ ସରକାରୀ ବସ ଚୋରି କରି ନେଲେ ଚୋର । କର୍ଣ୍ଣାଟକ ବିଦର ଜିଲ୍ଲାର ଚିନଚୋଲି ସରକାରୀ ବସ ଡିପୋରୁ କର୍ଣ୍ଣାଟକ ରାଜ୍ୟ ପରିବହ ନିଗମ (KSRTC)ର ଏକ ବସକୁ ଚୋରି କରି ନିଆଯାଇଥିବା ଜଣାପଡିଛି । ତେବେ ଚୋରି ବେଳର ଭିଡିଓ ଡିପୋରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଡିପୋ କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସରେ ଚୋରି ଅଭିୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରିଛି ।

ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏହି ଚୋରି ମଧ୍ୟରାତ୍ରୀ ନୁହେଁ ବରଂ ଭୋର ସମୟରେ ହୋଇଛି । ଭୋର ପ୍ରାୟ 3.30 ରେ ଏହି ଚୋରି ହୋଇଥିବା ସିସିଟିିଭିରେ ରେକର୍ଡ ଭିଜୁଆଲରୁ ଜଣାପଡିଛି । ଚୋରି ହୋଇଥିବା ବସ ନମ୍ବର KA-38 F-971 । ପରିବହନ ନିଗମର ସୂଚନା ଅନୁସାରେ ବସଟି ବିଦରରୁ ଚିନଚୋଲି ଯାତ୍ରୀଙ୍କୁ ନେଇ ଆସିଥିବା ବେଳେ ରାତି ପ୍ରାୟ 9 ଟା ସମୟରେ ଡିପୋରେ ପହଞ୍ଚିବା ପରେ ପାର୍କିଂ ହୋଇଥିଲା । ତେବେ ପୋଲିସ ପହଞ୍ଚି ଗାଡିର ପଞ୍ଜୀକରଣ ନମ୍ବର ସହ ଇଞ୍ଜିନ, ଚେଚିସ ନମ୍ବର ଓ ଅନ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି । ଡିପୋରେ ସିସିଟିଭି ଓ ରାତ୍ରୀ ଜଗୁଆଳି ଥିବା ସତ୍ତ୍ବେ ମଧ୍ୟ ବସ ଚୋରି ହେବା ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ । ଯାହା ସ୍ଥାନୀୟ ପରିବହନ ନିଗମର ଅସାଧୁ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି ।

KKRTC ମଧ୍ୟ ଏକ ଟିମ ଗଠନ କରି ବସଟିକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି । କେବେ କର୍ଣ୍ଣାଟକରେ ସରକାରୀ ବସ ଚୋରି ହେବାର ପୂର୍ବରୁ ମଧ୍ୟ ନଜିର ରହିଛି । 1993-94 ମସିହାରେ ମଧ୍ୟ କାଲାବୁରାଗୀରେ ବସ ଚୋରି ହୋଇଥିଲା । ତେବେ ଏଥିରେ ନିଗମ କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଏହି ଚୋରିରେ ସେମାନଙ୍କର ସମ୍ପୃକ୍ତି ସନ୍ଦେହକୁ ମଧ୍ୟ ପୋଲିସ ତଦନ୍ତ ପରିସରକୁ ନେଇଛି । ନିକଟରେ ବିହାରରେ ବେଗୁସରାଇ ଷ୍ଟେସନରେ ରେଳ ଲୋକୋମୋଟିଭ୍‌ ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଷ୍ଟେସନରେ ରଖାଯାଇଥିବା ଏକ ପୁରୁଣା ଲୋକୋମୋଟିଭକୁ ଦୁର୍ବୃତ୍ତ ଚୋରି କରିନେଇଥିବା ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ହେଲେ ଏହାକୁ ରେଳବାଇ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.