ETV Bharat / bharat

ହୃଦଘାତରେ ଚାଲିଗଲେ ଡ୍ରାଇଭର, ବଞ୍ଚାଇ ଦେଲେ 45ଯାତ୍ରୀଙ୍କ ଜୀବନ - ଆନ୍ଧ୍ର ପ୍ରଦେଶ ଖବର

ବସ ଚଳାଉଥିବା ଅବସ୍ଥାରେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ । ହେଲେ ଉପସ୍ଥିତ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ସମସ୍ତ ଯାତ୍ରୀଙ୍କ ଜୀବନ (Bus driver suffers heart attack in Andhra Pradesh)। ହୃଦଘାତ ଅନୁଭବ ହେବା କ୍ଷଣି ରାସ୍ତାକଡରେ ବସ ରୋକିବାକୁ ପ୍ରୟାସ କରିଥିଲେ ଡ୍ରାଇଭର । ଅଧିକ ପଢନ୍ତୁ

ବସ ଚଳାଉଥିବା ଅବସ୍ଥାରେ ହୃଦଘାତରେ ଚାଲିଗଲେ ଡ୍ରାଇଭର

author img

By

Published : Jan 7, 2023, 6:02 PM IST

ହାଇଦ୍ରାବାଦ: ଯାତ୍ରୀ ଭର୍ତ୍ତି ଚଳନ୍ତା ବସରେ ଡ୍ରାଇଭରଙ୍କୁ ହଠାତ ଆସିଲା ହୃଦଘାତ । ଗାଡି ଚଳାଉଥିବା ବେଳେ ହୃଦଘାତରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ । କିନ୍ତୁ ମୃତ୍ୟୁର କ୍ଷଣିକ ପୂର୍ବରୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସ ବଞ୍ଚାଇ ଦେଲେ ବସରେ ଯାତ୍ରା କରୁଥିବା 45 ଯାତ୍ରୀଙ୍କ ଜୀବନ (Bus driver suffers heart attack in Andhra Pradesh)। ହୃଦଘାତ ଅନୁଭବ ହେବା କ୍ଷଣି ଡ୍ରାଇଭରଜଣଙ୍କ ବସଟିକୁ ରାସ୍ତାକଡରେ ଛିଡା କରାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ରାସ୍ତା କଡରେ ବସଟି ଅଟକିବାରେ ସଫଳ ହୋଇଥିଲା କିନ୍ତୁ ତାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ହୃଦଘାତରେ ଆଖି ବୁଜିଥିଲେ ଡ୍ରାଇଭର । ଘଟଣାଟି ଆନ୍ଧ୍ର ପ୍ରଦେଶର ମୁଲୁଗୁ ଜିଲ୍ଲାର ଭେଙ୍କଟପୁରମ ମଣ୍ଡଳରେ ଘଟିଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଏହି ଘରୋଇ ବସଟି ପ୍ରାୟ 45ଜଣ ଯାତ୍ରୀଙ୍କୁ ଧରି ତାମିଲନାଡୁରୁ ଆନ୍ଧ୍ର ପ୍ରଦେଶ ଫେରୁଥିଲା (Bus accident in Andhra Pradesh) । ରାସ୍ତାରେ ଯାତ୍ରୀମାନେ ଭଦ୍ରଚଳମରେ ଥିବା ସୀତାରାମ ଚନ୍ଦ୍ରସ୍ବାମୀ ମନ୍ଦିରରେ ଦର୍ଶନ କରିବା ପାଇଁ ଅଟକିଥିଲେ । ତେବେ ସେଠାରୁ ପୁଣି ବସଟି ଯାତ୍ରୀଙ୍କୁ ଧରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ହେଲେ ହଠାତ ବସର ଡ୍ରାଇଭର ଜେ.ଦେଭାରିକାମ ହୃଦଘାତର ଶିକାର ହୋଇଥିଲେ (Bus driver suffers heart attack in Andhra Pradesh)। ସେ ଗାଡିଟିକୁ ରାସ୍ତା କଡରେ ଛିଡା କରିବା କ୍ଷଣି ସେହିଠାରେ ହିଁ ଟଳି ପଡିଥିଲେ । ମୃତ ଡ୍ରାଇଭରଙ୍କ ଘର ତାମିଲନାଡୁ ଭେଲୋର ଜିଲ୍ଲାର ବୋଲି ଜଣାପଡିଛି ।

ତେବେ ଉକ୍ତ ବସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଡ୍ରାଇଭରଙ୍କୁ ହୃଦଘାତର ପ୍ରଥମ ଝଟକା ଲାଗିବା ପରେ ସେ ଯାତ୍ରୀଙ୍କୁ ସୁରକ୍ଷିତ କରିବା ପାଇଁ ପ୍ରାଣମୂର୍ଚ୍ଛା ପ୍ରୟାସ କରିଥିଲେ । ବସକୁ ରାସ୍ତାକଡକୁ ଆଣି ରୋକିବାକୁ ପ୍ରୟାସ କରିବା ବେଳେ ସେ ଆଖି ବୁଜିଥିଲେ । ହେଲେ ବସଟି ରାସ୍ତା କଡରେ ଛିଡା କରାଇବାରେ ସଫଳ ହୋଇଥିବାରୁ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ଯାତ୍ରୀ ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାର ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.