ETV Bharat / bharat

ଛାତିରେ ଅଟକିଛି ଗୁଳି: ସପ୍ତାହେ ହେଲାଣି ଅସହ୍ୟ ଯନ୍ତ୍ରଣାରେ ବିଭିନ୍ନ ହସ୍ପିଟାଲ ବୁଲିଛନ୍ତି ମହିଳା - ବିହାର କ୍ରାଇମ ଖବର

Bullet Stuck in Woman's Body: ପଡୋଶୀର ଗୁଳିମାଡରେ ମହିଳା ଗୁରୁତର । ସପ୍ତାହେ ହେଲେଣି ଛାତିରେ ଅଟକିଛି ଗୁଳି । ଏକାଧିକ ହସ୍ପିଟାଲ ବୁଲିଲେ ମଧ୍ୟ ହୋଇପାରୁନି ଅପରେସନ । ଅଭିଯୁକ୍ତ ମଧ୍ୟ ଫେରାର । ଚର୍ଚ୍ଚାରେ ବିହାର ଆଇନ ଶୃଙ୍ଖଳା ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା । ଅଧିକ ପଢନ୍ତୁ

ଛାତିରେ ଅଟକିଛି ଗୁଳି: 6 ଦିନ ହେଲା ବିଭିନ୍ନ ହସ୍ପିଟାଲ ବୁଲିଛନ୍ତି ମହିଳା

author img

By ETV Bharat Odisha Team

Published : Dec 13, 2023, 6:38 AM IST

ପାଟନା: ସାମାନ୍ୟ ବଚସାରୁ ପଡ଼ୋଶୀ କରିଥିଲା ଗୁଳିମାଡ । ମହିଳାଙ୍କ ଶରୀରରେ ଗୁଳି ବାଜିଥିଲା । ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଘଟଣାକୁ 6 ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ମହିଳାଙ୍କ ଶରୀରରୁ ଗୁଳି ବାହାର କରିବାରେ ସଫଳ ହୋଇନାହାନ୍ତି ଡାକ୍ତର । ଫଳରେ ପେଟରେ ପଶିଥିବା ଗୁଳି ଏବେ ଛାତିରେ ଅଟକିଛି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଧାଉଁଛନ୍ତି ପୀଡ଼ିତା । ହେଲେ ତଥାପି ଅସ୍ତ୍ରୋପଚାର ସଫଳ ହୋଇପାରୁନି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ତାଠାରୁ ବଳିଯାଇଥିବା ସ୍ବାସ୍ଥ୍ୟସେବାର ଏପରି ଅଭାବନୀୟ ଅବସ୍ଥା ବିହାରରେ ଦେଖିବାକୁ ମିଳିଛି ।

ଘଟଣାଟି ଡିସେମ୍ବର 7 (ଗୁରୁବାର) ଦିନର । ବିହାର ମୁଙ୍ଗେର ଜିଲ୍ଲାର ଏକ ଗ୍ରାମର ବାସିନ୍ଦା କହ୍ନେୟା ଝା ଓ ପଡ଼ୋଶୀ ପୁନମ ମଧ୍ୟରେ କିଛି ଟଙ୍କା କାରବାରକୁ ନେଇ ବିବାଦ ଦେଖାଯାଇଥିଲା । ଏହି ସମୟରେ ପୁନମ କହ୍ନେୟାଙ୍କୁ ଆକ୍ରମଣ କରିଥିଲା । ନିକଟରେ ଥିବା ପତ୍ନୀ କାଜଲ ସ୍ବାମୀଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ପୁନମ ଉଭୟଙ୍କ କହ୍ନେୟା ଓ କାଜଲଙ୍କ ଉପରେ ଗୁଳି ଚଳାଇଥିଲା । କହ୍ନେୟା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପତ୍ନୀ କାଜଲଙ୍କ ପେଟରେ ଗୁଳି ବାଜିଥିଲା । ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ପୁନମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ

ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ବାମୀ କହ୍ନେୟା । ହେଲେ ଘଟଣାକୁ 6 ଦିନ ବିତିଥିବା ବେଳେ ଏପର୍ଯ୍ୟନ୍ତ ଡାକ୍ତରମାନେ ଗୁଳି ବାହାର କରିବାରେ ସଫଳ ହୋଇନାହାନ୍ତି । ଏବେ ଏକ୍ସ-ରେ'ରୁ ଜାଣାପଡ଼ିଛି ଯେ, ଗୁଳିଟି ଛାତିରେ ଅଟକିଛି । ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ମଧ୍ୟ ହେଉଛି । ଏକାଧିକ ହସ୍ପିଟାଲ ବୁଲି ସାରିଥିବା କହ୍ନେୟା ଓ ତାଙ୍କ ପତ୍ନୀ ଏବେ ଅପରେସନ ପାଇଁ ସାଧାରଣ ଲୋକଙ୍କଠାରୁ ଆର୍ଥିକ ସହାୟତା ମଧ୍ୟ ମାଗିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା କହିଛି । ଗତ ସପ୍ତାହେ ହେବ ଅଭିଯୁକ୍ତ ପୁନମ ଫେରାର ରହିଛି । ହସ୍ପିଟାଲ ବେଡ୍‌ରେ ଯନ୍ତ୍ରଣା ସହ ସଂଘର୍ଷ କରୁଛନ୍ତି ପୀଡ଼ିତା କାଜଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.