ETV Bharat / bharat

Ahmedabad: ରଥଯାତ୍ରାରେ ଅଘଟଣ, ବିଲ୍ଡିଂର ବାଲକୋନୀ ଭୁଶୁଡି ଜଣେ ମୃତ, ଏକାଧିକ ଆହତ

ଅହମ୍ମଦାବାଦରେ ରଥଯାତ୍ରା ବେଳେ ବିଲ୍ଡିଂର ବାଲକୋନୀ ଭୁଶୁଡି ଜଣେ ମୃତ, ଏକାଧିକ ଆହତ । ବଲକୋନୀରେ ଛିଡା ହୋଇ ରଥ ଦେଖୁଥିଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By

Published : Jun 20, 2023, 7:57 PM IST

Updated : Jun 20, 2023, 8:13 PM IST

Ahmedabad: ରଥଯାତ୍ରାରେ ଅଘଟଣ, ବିଲ୍ଡିଂ ଭୁଶୁଡି 11 ଆହତ

ଗାନ୍ଧୀନଗର: ଗୁଜୁରାଟର ପ୍ରସିଦ୍ଧ ଅହମ୍ମଦାବାଦ ରଥଯାତ୍ରାରେ ଅଘଟଣ । ଏକ 3 ମହଲା ଅଟ୍ଟାଳିକାର ବଲକୋନୀ ଭୁଶୁଡି ପଡିବା କାରଣରୁ ଜଣେ ମୃତ, ଏକାଧିକ ଆହତ ହୋଇଛନ୍ତି । ରଥଯାତ୍ରା ଦେଖିବାକୁ ପାଇଁ ଲୋକେ ବାଲକୋନୀରେ ଛିଡା ହୋଇଥିଲେ । ଏହି ସମୟରେ ଅଟ୍ଟାଳିକାର 3ୟ ମହଲାର ବାଲକୋନୀଟି ଭୁଶୁଡି ପଡିଥିଲା । ପ୍ରାୟ 10 ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଟ୍ଟାଳିକାର ଭଗ୍ନାବଶେଷ ସହ ବାଲକୋନୀରେ ଛିଡା ହୋଇଥିବା ଲୋକେ ମଧ୍ଯ ତଳକୁ ଖସିପଡିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରଥ ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଲୋକେ ଏହି ବିଲ୍ଡିଂର ବାଲକୋନୀରେ ଛିଡା ହୋଇ ରଥାଯାତ୍ରା ଦେଖିଥିଲେ । ପୂର୍ବରୁ ଏହି ଅଟ୍ଟାଳିକାଟି ଦୁର୍ବଳ ଅବସ୍ଥାରେ ଥିବା ବେଳେ ଏହାର 3ୟ ମହଲା ବାଲକୋନୀଟି ହଠାତ ଭୁଶୁଡି ପଡିଥିଲା । ଏଥିରେ ଛିଡା ହୋହଇଥିବା ସମସ୍ତେ ଖସି ପଡିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଅହମ୍ମଦାବାଦରେ ହୋଇ ଆସୁଥିବା ଭଗବାନ ଜଗନ୍ନାଥଙ୍କ ଏହି ପବିତ୍ର ରଥଯାତ୍ରା ଚଳିତବର୍ଷ 146 ବର୍ଷରେ ପଦାର୍ପଣ କରିଛି । ଏଠାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଛେରା ପହଁରା ନୀତିରେ ଅଂଶଗ୍ରହଣ କରିବାର ପରମ୍ପରା ରହିଆସିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚଳିତ ଥର ଛେରା ପହଁରା ଓ ପହଣ୍ଡି ବିଜେ ନୀତିରେ ଅଂଶଗ୍ରହଣ କରିଥିଲେ । ପୂର୍ବାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜଗନ୍ନାଥ ମନ୍ଦିରରେ ମଙ୍ଗଳ ଆଳତୀରେ ଅଂଶଗ୍ରହଣ କରି ପୂଜାର୍ଚ୍ଚନା କରିଥିଲେ । ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁସାରେ ପ୍ରାକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଛି । ପ୍ରାୟ 18 କି.ମି ଧରି ଏହି ରଥଟଣା ହୋଇଥାଏ । ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ମଧ୍ୟ ହୋଇଛି ।

ଅନ୍ୟପଟେ ପୁରୀ ଧାମରେ ସମସ୍ତ ତିନି ରଥ ମା’ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ସାରିଛନ୍ତି । ଏଥର ପ୍ରାୟ 15 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଅପରାହ୍ନ 3ଟାରେ ରଥଟଣା ହୋଇଥିଲା । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା ସେବା କରିଥିଲେ । ଗୋବର୍ଦ୍ଧନ ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ 3 ଠାକୁରଙ୍କୁ ଦର୍ଶନ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବଡଦାଣ୍ଡରେ ରଥ ଟାଣିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2023, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.