ETV Bharat / bharat

୪ ଦିନରେ ୫ମ ଘଟଣା; ଅମୃତସରରେ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଖସାଇଲା BSF - ପାକିସ୍ତାନୀ ଡ୍ରୋନ

ଅମୃତସରରେ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ । ଗତ ୪ ଦିନରେ ଏହା ପଞ୍ଚମ ଘଟଣା । ଅଧିକ ପଢନ୍ତୁ

ଅମୃତସରରେ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି କଲା BSF

author img

By

Published : May 23, 2023, 10:14 AM IST

ଚଣ୍ଡିଗଡ: ପୁଣିଥରେ ଅମୃତସରରେ ଠାବ ହେଲା ପାକିସ୍ତାନୀ ଡ୍ରୋନ୍‌ । ଗତକାଲି(ସୋମବାର) ରାତିରେ ପାକିସ୍ତାନ ପଟୁ ଆସି ଅମୃତସର ସେକ୍ଟରରେ ଭାରତ ସୀମାରେ ପ୍ରବେଶ କରିଥିବା ଆଉ ଗୋଟିଏ ଡ୍ରୋନ୍‌କୁ ଗୁଳି କରି ଖସାଇଛନ୍ତି ବିଏସଏଫ ଯବାନ । ଗତ ୪ ଦିନରେ ଏହା ହେଉଛି ୫ମ ଘଟଣା । ଏଥିରେ ମଧ୍ୟ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଜଣାପଡିଛି । ଯବାନମାନେ ଡ୍ରୋନ୍‌ ସହିତ ଦୁଇଟି ପ୍ୟାକେଟ ଜବତ କରିଛନ୍ତି । ଯେଉଁଥିରେ ୨ କେଜିରୁ ଅଧିକ ହେରୋଇନ ଥିବା ଅନୁମାନ କରାଯାଉଛି । ଲଗାତାର ୪ ଦିନ ହେଲାଣି ପଞ୍ଜାବ ଅମୃତସରରେ ବାରମ୍ବାର ପଡୋଶୀ ଦେଶର ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳୁଛି ।

ଅମୃତସରର ଭାଇନି ରାଜପୁତାନା ଅଞ୍ଚଳରେ ମୁତୟନ ଥିବା ବିଏସଏଫ ଯବାନମାନେ ଗତକାଲି ରାତିରେ ଡ୍ରୋନ ଉଡୁଥିବାର ଶବ୍ଦ ଶୁଣିବାକୁ ପାଇଥିଲେ । ଅନ୍ତର୍ଜାତୀୟ ସୀମା ନିକଟରେ ଡ୍ରୋନଟି ପାକିସ୍ତାନ ପଟୁ ଆସି ଭାରତ ବାୟୁସୀମାରେ ପ୍ରବେଶ କରିଥିଲା । ଏହା ଦେଖିବା କ୍ଷଣି ଯବାନମାନେ ଏହାକୁ ଗୁଳି କରି ତଳକୁ ଖସାଇଥିଲେ । ଡ୍ରୋନଟି ପାଖରେ ଥିବା ଚାଷ ଜମିରେ ପଡିଥିଲା । ଯବାନମାନେ ବହୁ ଖୋଜାଖୋଜି କରିବା ପରେ ଜମିରୁ ଡ୍ରୋନ ସହିତ ଦୁଇଟି ପ୍ୟାକେଟ ଜବତ କରିଥିଲେ । ତେବେ ପ୍ୟାକେଟରେ ୨.୧ କେଜି ହେରୋଇନ ଥିବା ସନ୍ଦେହ କରାଯାଉଛି । ଏନେଇ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି

ପ୍ରକାଶଥାଉ କି, ଗତ ରବିବାର ରାତିରେ ମଧ୍ୟ ବିଏସଏଫ ଯବାନମାନେ ଅମୃତସରରରେ ଆଉ ଗୋଟିଏ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇ ଥିଲେ । ରାତି ପ୍ରାୟ ୮ଟା ୪୮ ମିନିଟ୍ ସମୟରେ ଉକ୍ତ ଡ୍ରୋନ ଧାନଇ କଲାନ ଗ୍ରାମ ନିକଟରେ ଭାରତ ସୀମାରେ ପ୍ରବେଶ କରିଥିଲା । ଏହା ଉପରେ ଯବାନଙ୍କ ନଜର ପଡିବା ପରେ ସେମାନେ ତୁରନ୍ତ ତାକୁ ଗୁଳି କରି ଖସାଇଥିଲେ । ଏହି ଡ୍ରୋନରେ ୩.୩ କିଲୋଗ୍ରାମର ହେରୋଇନ ଚାଲାଣ କରାଯାଉଥିଲା । ବିଏସଏଫ ଡ୍ରୋନ୍‌ ସହିତ ନିଶାଦ୍ରବ୍ୟକୁ ଜବତ କରିଥିଲା । ଭାରତ ଆକାଶରେ ପାକିସ୍ତାନୀ ଡ୍ରୋନ ପଶିବା ନିତିଦିନିଆ ଘଟଣା ହୋଇଗଲାଣି । ଗତ ରବିବାର ପୂର୍ବରୁ ଆଉ ୩ଟି ପାକିସ୍ତାନୀ ଡ୍ରୋନ୍‌ ଅମୃତସର ସେକ୍ଟରରେ ଠାବ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ : ପାରିବାରିକ କଳହର କରୁଣ ପରିଣିତି, ବୋହୂକୁ ବଞ୍ଚାଇବାକୁ ଯାଇ ଶ୍ବଶୁର ସମେତ 3ମୃତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.