ETV Bharat / bharat

ଗୁଜୁରାଟ ଉପକୂଳରୁ 2 ପାକିସ୍ତାନୀ ମାଛଧରା ବୋଟ ଜବତ - ଗୁଜୁରାଟରୁ ପାକିସ୍ତାନୀ ମାଛଧରା ବୋଟ ଜବତ

ଗୁଜୁରାଟର ଭୁଜର ସାର କ୍ରିକରୁ ୨ଟି ପାକିସ୍ତାନୀ ମାଛଧରା ବୋଟ ଜବତ କଲା ସୀମା ସୁରକ୍ଷା ବଳ (BSF) । ଅଧିକ ପଢନ୍ତୁ

ଗୁଜୁରାଟ ଉପକୂଳରୁ 2 ପାକିସ୍ତାନୀ ମାଛଧରା ବୋଟ ଜବତ

author img

By

Published : Mar 17, 2022, 9:17 AM IST

ଗାନ୍ଧୀନଗର: ଗୁଜୁରାଟରୁ ୨ଟି ପାକିସ୍ତାନୀ ମାଛଧରା ବୋଟ ଜବତ କଲା ସୀମା ସୁରକ୍ଷା ବଳ (BSF) । ଗତକାଲି ପାଟ୍ରୋଲିଂ ସମୟରେ ଗୁଜୁରାଟର ଭୁଜର ସାର କ୍ରିକରୁ ଜବତ କରାଯାଇଛି ଏହି ମାଛଧରା ବୋଟ । ଏଥିରେ କାହାକୁ ଗିରଫ କରାଯାଇନଥିବା BSF ଗୁଜୁରାଟ ସୀମାନ୍ତ ଜନସମ୍ପର୍କ ଅଧିକାରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗୁଜୁରାଟ ଉପକୂଳରୁ 2 ପାକିସ୍ତାନୀ ମାଛଧରା ବୋଟ ଜବତ
ଗୁଜୁରାଟ ଉପକୂଳରୁ 2 ପାକିସ୍ତାନୀ ମାଛଧରା ବୋଟ ଜବତ

ସୂଚନାଅନୁଯାୟୀ ଗତକାଲି, ସାର୍ କ୍ରିକ୍ ଅଞ୍ଚଳରେ ବିଏସ୍ଏଫ୍ ତରଫରୁ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ୨ଟି ପାକିସ୍ତାନୀ ମାଛଧରା ବୋଟ ଓ ଚାରିରୁ ପାଞ୍ଚ ଜଣ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ ନଜର ରଖିଥିଲା ବିଏସଏଫ । ଏହାପରେ ସେମାନଙ୍କୁ ପିଛା କରିବାରୁ ବୋଟ ଛାଡି ପଲାଇଥିଲେ ସମସ୍ତ ମତ୍ସ୍ୟଜୀବୀ । ଜବତ ପାକିସ୍ତାନୀ ବୋଟକୁ ଯାଞ୍ଚ କରାଯିବା ସହ କମ୍ବିଂ ଅପରେସନ୍ ଜାରି ରଖିଛି BSF ।

ଏହାପୂର୍ବରୁ ଫେବୃଆରୀ ୧୭ରେ ଭୁଜ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରୁ ୭ ପାକିସ୍ତାନୀ ମାଛଧରା ବୋଟ ଜବତ କରାଯାଇଥିଲା । ୯ତାରିଖରେ ମଧ୍ଯ ୧୧ ପାକିସ୍ତାନୀ ବୋଟକୁ ଜବତ କରିବାରେ ସଫଳ ହୋଇଥିଲା ସୀମା ସୁରକ୍ଷା ବଳ । ସର୍ଚ୍ଚ ଅପରେସନରେ ୬ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳତା ମଧ୍ୟ ମିଳିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.