ETV Bharat / bharat

ପାକିସ୍ତାନକୁ ଗୁପ୍ତତଥ୍ୟ ଦେଉଥିଲେ BSF ଯବାନ, ଗିରଫ କଲା ATS - ପାକିସ୍ତାନ ଗୁପ୍ତଚର ଗିରଫ

ପାକିସ୍ତାନକୁ ଭାରତର ଗୁପ୍ତତଥ୍ୟ ଦେଉଥିବା ଅଭିଯୋଗରେ BSF ଯବାନ ଗିରଫ । ଯବାନଙ୍କୁ ଗିରଫ କଲା ଗୁଜୁରାଟ ATS । ଅଧିକ ପଢନ୍ତୁ...

ପାକିସ୍ତାନକୁ ଭାରତର ଗୁପ୍ତତଥ୍ୟ ଦେଉଥିବା BSF ଯବାନ ଗିରଫ

author img

By

Published : Oct 26, 2021, 9:19 AM IST

Updated : Oct 26, 2021, 9:35 AM IST

ଶ୍ରୀନଗର: ପାକିସ୍ତାନକୁ ଭାରତର ପ୍ରତିରକ୍ଷା ସମ୍ବନ୍ଧୀୟ ଗୁପ୍ତତଥ୍ୟ ଦେଉଥିଲେ BSF ଯବାନ । ସୀମାରେ ପାକିସ୍ତାନ ପାଇଁ ଜାସୁସୀ କରୁଥିବାବେଳେ ଜଣେ BSF ଯବାନଙ୍କୁ ଗିରଫ କରିଛି ଗୁଜୁରାଟ ATS (Applicant Tracking System ) । ସେ ହ୍ବାର୍ଟ୍ସଆପରେ ଭାରତର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ଏବଂ ସମ୍ବେଦନଶୀଳ ତଥ୍ୟ ଦେଉଥିଲେ । ଏ ବାବଦରେ ତାଙ୍କୁ ମୋଟ ଅଙ୍କର ଟଙ୍କା ଦେଉଥିଲା ପାକିସ୍ତାନ । ସେ ଟଙ୍କା ତାଙ୍କ ଭାଇ ଏବଂ ଆଉ ଜଣେ ସହଯୋଗୀଙ୍କ ଆକାଉଣ୍ଟରେ ଜମା ହେଉଥିଲା ବୋଲି ATS ସୂଚନା ଦେଇଛି ।

ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲା ଅନ୍ତର୍ଗତ ସରୋଲା ଗାଁରେ ସମ୍ପୃକ୍ତ BSF ଯବାନଙ୍କ ଘର । ତାଙ୍କ ନାମ ମହମ୍ମଦ ସାଜ୍ଜିଦ ବୋଲି ଜଣାପଡିଛି । ସେ ଦୁଇ ମାସ ହେଲା କଚ୍ଛ ଗାନ୍ଧୀଧାମ ୟୁନିଟର ୭୪ ବାଟାଲିୟନରେ ନିଯୁକ୍ତ ହୋଇଥିଲେ । ତେବେ ଭାରତର ଗୁପ୍ତତଥ୍ୟ ଲିକ୍ କରୁଥିବା ଏହି ଯବାନଙ୍କ ଗିରଫଦାରୀ ପରେ ସୀମାବର୍ତ୍ତୀ ଜିଲ୍ଲା କୁଚର ଗୁପ୍ତଚର ଏଜେନ୍ସିକୁ ବଡ ଝଟକା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2021, 9:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.