ETV Bharat / bharat

ହୃଦୟହୀନ ପ୍ରେମିକ: ପ୍ରେମିକା ଉପରେ ଚଢ଼ାଇଲା ଗାଡ଼ି - car crushed girlfriend in Mumbai

Boyfriend crushed his girlfriend under a car; କାର ଚକା ତଳେ ପ୍ରେମିକାକୁ ଚାପିଲେ ପ୍ରେମିକ । ପ୍ରେମିକା ଏବେ ଗୁରୁତର ଆହତ । ଥାନାରେ ମାମଲା ରୁଜୁ । ଆଗକୁ ପଡ଼ନ୍ତୁ,

ହୃଦୟହୀନ ପ୍ରେମିକ
ହୃଦୟହୀନ ପ୍ରେମିକ
author img

By ETV Bharat Odisha Team

Published : Dec 16, 2023, 10:33 PM IST

Updated : Dec 17, 2023, 7:16 PM IST

ମୁମ୍ବାଇ : ଛୋଟ ବିବାଦରୁ ହେଲା ବଡ଼ କାଣ୍ଡ । କାର ଚକା ତଳେ ପ୍ରେମିକାକୁ ଚାପିଲେ ପ୍ରେମିକ । ପ୍ରେମିକା ଏବେ ଗୁରୁତର ଆହତ । ଥାନାରେ ମାମଲା ରୁଜୁ । ଅଭିଯୋଗରେ ପରିବର୍ତ୍ତନ କରିବା ପାଇଁ ମହିଳାଙ୍କ ଉପରେ ଚାପ । ମୁମ୍ବାଇର ଓୱାଲା ଅଞ୍ଚଳର ଘଡ଼ବଣ୍ଡର ରୋଡ଼ ଠାରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । କୈଣସି କାରଣରୁ ଝଗଡ଼ା ହେବାରୁ କାର ଚକା ତଳେ ପ୍ରେମିକାକୁ ଚାପିଲେ ପ୍ରେମିକ । ପ୍ରେମିକା ଜଣକ ଗୁରୁତର ଆହତ ହୋଇଥିବା ବେଳେ ପ୍ରେମିକଙ୍କ ନା’ରେ ଥାନାରେ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୁକ୍ତ ଜଣକ ହେଉଛନ୍ତି ଅଶ୍ବଜିତ ଗାଇକୱାଡ଼ । ତେବେ ଅଶ୍ବଜିତଙ୍କ ଗର୍ଲଫ୍ରେଣ୍ଡଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ ତାଙ୍କ କିଛି ବନ୍ଧୁଙ୍କ ସାଙ୍ଗରେ ମିଶି ଏସବୁ କରିଛନ୍ତି । ତେବେ ଜୋରରେ ଆଘାତ ଲାଗିବାରୁ ମହିଳା ଜଣକ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଋଣ ଭାରରେ ବୁଡି ରହିଥିଲେ, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଜୀବନ ହାରିଲେ ସୁରକ୍ଷାକର୍ମୀ

ଅଭିଯୁକ୍ତ ଅଶ୍ବଜିତ ଗାଇକୱାଡ଼ଙ୍କ ସମେତ ତାଙ୍କର ଆଉ ତିନି ଜଣ ସାଙ୍ଗଙ୍କ ନା’ରେ ମଧ୍ୟ କାସରୱାଡଭ୍ୟାଲି ଥାନାରେ ଅଭିଯୋଗ କରାଯାଇଛି । ତେବେ ଅଶ୍ବଜିତଙ୍କ ଗର୍ଲପ୍ରେଣ୍ଡ ଜଣକ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତା ଓ ସେ ଘଡ଼ବଣ୍ଡର ଠାରେ ରହୁଥିଲେ । ଗତ ସୋମବାର ଦିନ ଅଶ୍ବଜିତ ତାଙ୍କୁ ଦେଖା କରିବା ପାଇଁ ଓୱାଲା ନିକଟସ୍ତ ଏକ ହୋଟେଲକୁ ଡାକିଥିଲେ । କୌଣସି କାରଣରୁ ତାଙ୍କ ଭିତରେ ଝଗଡ଼ା ହୋଇଥିଲା । ତାପରେ ଅଶ୍ବଜିତ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଶକ୍ତ ଚାପୁଡ଼ା ମଧ୍ଯ ମାରିଥିଲେ । ପରେ ଅଶ୍ବଜିତ ତାଙ୍କର ଏକ ସାଙ୍ଗକୁ ତାଙ୍କ ଗର୍ଲପ୍ରେଣ୍ଡ ଉପରେ ଗାଡ଼ି ଚଢ଼ାଇବାକୁ କହିଥିଲେ । ତେଙ୍କ ସାଙ୍ଗ ରୋମିଲ ପଟିଲ ଏବଂ ସାଗର ଶେଲକେ ଉକ୍ତ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ତାପରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ମେଡିକାଲକୁ ଯାଇଥିଲେ । ପରେ ସେ ନିଜ ସୋସିଆଲ ମିଡିଆରେ ପୋଷ୍ଚ ମଧ୍ୟ କରିଥିଲେ ଯେ, ତାଙ୍କ ପ୍ରେମିକ ତାଙ୍କ ଉପରେ ସାଂଘାତିକ ଆକ୍ରମଣ କରିଛନ୍ତି । ତେବେ ତାଙ୍କ କହିବା ମୁତାବତ ପୋଲିସ ତରଫରୁ ତାଙ୍କୁ କିଛି ସହାଯତା ମିଳିନଥିଲା । ତା’ ସହିତ ତାଙ୍କୁ ତାଙ୍କ ଅଭିଯୋଗରେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରାଯାଇଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୋଲିସଙ୍କ ପୁଅ ହୋଇଥିବାରୁ ପୋଲିସ ପକ୍ଷରି କେସ୍‌କୁ ଚାପିବା ପାଇଁ ମଧ୍ୟ ପ୍ରୟାଶ କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 17, 2023, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.