ETV Bharat / bharat

ପାକର ଅସ୍ତ୍ରବିରତି ଉଲ୍ଲଙ୍ଘନ, ପୁଞ୍ଚରେ ନାବାଳକ ଆହତ

author img

By

Published : Jan 12, 2021, 8:57 AM IST

ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ସୋମବାର ପାକ୍ ସେନାର ଗୁଳିମାଡରେ ଜଣେ 16 ବର୍ଷୀୟ ନାବାଳକ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

ପାକର ଅସ୍ତ୍ରବୀରତି ଉଲ୍ଲଙ୍ଘନ, 16ର ନାବାଳକ ଆହତ

ପୁଞ୍ଚ: ପାକିସ୍ତାନର ବଦମାସୀ ଜାରି ରହିଛି। ସୀମାରେ ବାରମ୍ବାର କରୁଛି ଅସ୍ତ୍ରବିରତି ଉଲ୍ଲଙ୍ଘନ। ସୋମବାର ପାକ୍ ସେନାର ଗୁଳିମାଡରେ ଜଣେ 16 ବର୍ଷୀୟ ନାବାଳକ ଆହତ ହୋଇଛନ୍ତି। ଏହି ଘଟଣା ପୁଞ୍ଚର ମେନ୍ଦର ଅଞ୍ଚଳରେ ଜାନୁୟାରୀ 11 ସନ୍ଧ୍ୟା ସମୟରେ ଘଟିଥିଲା।

ଆହତ ନାବାଳକକୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହ ଜିଲ୍ଲା ରେଡକ୍ରସ ପାଣ୍ଠି ତରଫରୁ 5000 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ 3 ଦିନ ଧରି ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି। ଶନିବାର ପାକିସ୍ତାନ ନୌସେରା ସେକ୍ଟରରେ ଛୋଟ ଛୋଟ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.