ETV Bharat / bharat

ବିଏସଏଫ ହେପାଜତରେ ପାକିସ୍ତାନୀ ଅନୁପ୍ରବେଶକାରୀ

author img

By

Published : Apr 13, 2021, 10:47 PM IST

ଭାରତୀୟ ସୀମା ସୁରକ୍ଷା ବଳ ହେପାଜତରେ ପାକିସ୍ତାନୀ ଅନୁପ୍ରବେଶକାରୀ । ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଅଟକାଇଲା ବିଏସଏଫ । ଅଧିକ ପଢନ୍ତୁ...

ବିଏସଏଫ ହେପାଜତରେ ପାକିସ୍ତାନୀ ଅନୁପ୍ରବେଶକାରୀ
ବିଏସଏଫ ହେପାଜତରେ ପାକିସ୍ତାନୀ ଅନୁପ୍ରବେଶକାରୀ

ନୂଆଦିଲ୍ଲୀ: ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ହେପାଜତକୁ ନେଇଛି ଭାରତୀୟ ସୀମା ସୁରକ୍ଷା ବଳ । ମଙ୍ଗଳବାର ଦିନ ସେ ଭାରତ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ବିଏସଏଫ ତାର ଉଦ୍ୟମକୁ ବିଫଳ କରିଛି ଏବଂ ନିଜ ହେପାଜତକୁ ନେଇଛି ।

ବିଏସଏଫର ସୂଚନା ମୁତାବକ, ଅଭିଯୁକ୍ତର ନାମ ଶବୀର । ସେ ଭାରତୀୟ ସୀମାର ପୋଷ୍ଟ ନମ୍ବର 942 ନିକଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏନେଇ ବିଏସଏଫ ପକ୍ଷରୁ ତାକୁ ଚେତାବନୀ ଦିଆଯାଇଥିଲା । ମାତ୍ର ଏହାସତ୍ତ୍ବେ ମଧ୍ୟ ଅଭିଯୁକ୍ତଟି ନିଜ କାର୍ଯ୍ୟରୁ ନିବୃତ୍ତ ହୋଇନଥିଲା । ଏଣୁ ବାଧ୍ୟ ହୋଇ ବିଏସଏଫ ଯବାନ ତାଙ୍କ ଉପରକୁ ଗୁଳି ଚାଳନା କରିବାକୁ ବାଧ୍ୟ ହୋଇଥିଲେ ଏବଂ ଆହତ ଅବସ୍ଥାରେ ନିଜ ହେପାଜତକୁ ନେଇଥିଲେ । ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତକୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.