ETV Bharat / bharat

ଥମୁନି ସୀମା ବିବାଦ: ମିଜୋରାମ ନଯିବାକୁ ରାଜ୍ୟବାସୀଙ୍କୁ ଆସାମ ସରକାରଙ୍କ ପରାମର୍ଶ

author img

By

Published : Jul 29, 2021, 11:00 PM IST

ଆସାମ ଓ ମିଜୋରାମ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣା କରିବାରେ ଲାଗିଛି । ମିଜୋରାମରେ ପ୍ରବେଶ ନକରିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲା ଆସାମ । ଅଧିକ ପଢନ୍ତୁ...

ଥମୁନି ଆସାମ-ମିଜୋରାମ ସୀମା ବିବାଦ, ମିଜୋରାମରେ ପ୍ରବେଶ ନକରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲା ଆସାମ

ଗୌହାଟୀ: ଆସାମ ଓ ମିଜୋରାମ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣା କରିବାରେ ଲାଗିଛି । ଆଜି ଆସାମର ଜନ ସାଧାରଣଙ୍କୁ ମିଜୋରାମ ନଯିବା ପାଇଁ ପରାମର୍ଶ ଜାରି କରିଛନ୍ତି ଆସାମ ସରକାର । ଆସାମ ସରକାରଙ୍କ ଗୃହ ରାଜନୈତିକ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟବାସୀଙ୍କୁ ଏହି ପରାମର୍ଶ ଜାରି କରାଯାଇଛି ।

ଗତ ୧୬ ତାରିଖରେ ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଉଗ୍ରରୂପ ଦେଖିବାକୁ ମିଳିଥିଲା । ଦୁଇ ରାଜ୍ୟର ସୀମାନ୍ତରେ ହୋଇଥିବା ସଂଘର୍ଷରେ ଆସାମ ପୋଲିସର ୬ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ପୋଲିସ କର୍ମୀ ଓ ସାଧାରଣ ଜନତା ଆହତ ହୋଇଥିଲେ । ଘଟଣା ଘଟିବା ପରେ ଏହାକୁ ନେଇ ତତ୍ପରତା ପ୍ରକାଶ କରିଥିଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା ।

ତେବେ ଏବେ ପର୍ଯ୍ୟନ୍ତ ଦୁଇ ରାଜ୍ୟ ମଧ୍ୟରେ ସମାଧାନର ବାଟ ବାହାରି ପାରିନଥିବା ବେଳେ ଉଭୟ ରାଜ୍ୟ ପରସ୍ପର ଉପରେ ଦୋଷାରୋପ କରିଛନ୍ତି । ଅନ୍ୟପଟେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଆସାମ ତାର ଜନସଧାରଣଙ୍କୁ ମିଜୋରାମ ସୀମାରେ ପ୍ରବେଶ ନ କରିବା ପାଇଁ ପରାମର୍ଶ ଦେଇଛି ।

ତେବେ ବିଭିନ୍ନ ରାଜ୍ୟ ମଧ୍ୟରେ ସୀମା ବିବାଦ ଥିଲେ ସୁଦ୍ଧା ଏପରି ରକ୍ତାକ୍ତ ସଘଂର୍ଷ ଘଟିନଥିଲା । ଗୋଟିଏ ରାଜ୍ୟରେ ପ୍ରବେଶ ପାଇଁ ଅନ୍ୟ ରାଜ୍ୟ କଟକଣା ଜାରି କରିବା ମଧ୍ୟ ପ୍ରଥମ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.