ETV Bharat / bharat

୧୮ବର୍ଷରୁ ଊର୍ଦ୍ଧଙ୍କୁ ବୁଷ୍ଟର ଡୋଜ, ରବିବାରଠୁ ବେସରକାରୀ କେନ୍ଦ୍ରରେ ଟୀକାକରଣ

author img

By

Published : Apr 8, 2022, 3:41 PM IST

Updated : Apr 8, 2022, 5:22 PM IST

କୋଭିଡ ଟୀକକରଣ ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ବେସରକାରୀ ଟୀକାକରଣ କେନ୍ଦ୍ରରେ ମିଳିବ କୋଭିଡ ବୁଷ୍ଟର ଡୋଜ । ଅଧିକ ପଢନ୍ତୁ

April 10ରୁ ବେସରକାରୀ ଟୀକକରଣ କେନ୍ଦ୍ରରେ, ୧୮ରୁ ବୟସରୁ ଉର୍ଦ୍ଧଙ୍କୁ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: କୋଭିଡ ଟୀକକରଣ ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଏଣିକି ବେସରକାରୀ କେନ୍ଦ୍ରରେ ମିଳିବ କୋଭିଡ ଟୀକାର ବୁଷ୍ଟର ଡୋଜ । ତେବେ ୧୮ ବୟସରୁ ଊର୍ଦ୍ଧ ବ୍ୟକ୍ତି ବେସକାରୀ ଟୀକାକରଣ କେନ୍ଦ୍ରରେ ଟୀକା ନେଇ ପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଦେଶରେ ଏବେ ୬୦ ବୟସରୁ ଊର୍ଦ୍ଧ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ଏଥିସହ ବହୁବିଧ ରୋଗ ଥିବା ଲୋକଙ୍କୁ ମଧ୍ୟ ଟୀକା ଦିଆଯାଉଛି । ତେବେ ପୂର୍ବରୁ ମଧ୍ୟ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ ୱାର୍କର (ସମ୍ମୁଖ ଯୋଦ୍ଧା)ଙ୍କୁ କୋଭିଡ ବୁଷ୍ଟର ଡୋଜ ଦିଆଯାଇଛି ।

ଅନ୍ୟପଟେ ଦେଶରେ କୋଭିଡ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଲାଗି କେନ୍ଦ୍ର ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି । ତେବେ ଏହି ମାସ ୧୦ ତାରିଖରୁ ୧୮ ବୟସରୁ ଉର୍ଦ୍ଧ ବ୍ୟକ୍ତି ମଧ୍ୟ ବେସକରାରୀ ହସ୍ପିଟାଲ ହେଉ ଅବା ବେସକାରୀ ଟୀକକରଣ କେନ୍ଦ୍ରରେ ଟୀକା ନେଇ ପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏପଟେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଡୋଜ ପିଛା ମୂଲ୍ୟ ଧାର୍ଯ୍ୟ କରାଯାଇଛି । କୋଭିସିଲ୍ଡର ପ୍ରତ୍ୟେକ ଡୋଡ ପିଛା ୬ ଶହ ଟଙ୍କା ସହ ଟ୍ୟାକ୍ସ ରହିଥିବା ବେଳେ କୋଭୋଭ୍ୟାକ୍ସର ମୂଲ୍ୟ ୯ ଶହ ଟଙ୍କା ସହିତ ଟ୍ୟାକ୍ସ ଦେବାକୁ ପଡିବ ବୋଲି ସେରମ ପକ୍ଷରୁ କୁହାଯାଇଛି ।

Last Updated : Apr 8, 2022, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.