ETV Bharat / bharat

ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ମିଳିଲା ଜାମିନ

author img

By

Published : Oct 28, 2021, 4:56 PM IST

Updated : Oct 28, 2021, 5:03 PM IST

ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ଜାମିନ ଦେଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ..

ଆର୍ଯ୍ୟନ୍ ଖାନଙ୍କୁ ଜାମିନ
ଆର୍ଯ୍ୟନ୍ ଖାନଙ୍କୁ ଜାମିନ

ମୁମ୍ବାଇ: ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାଲେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ । ବମ୍ବେ ହାଇକୋର୍ଟ ପ୍ରଦାନ କରିଛନ୍ତି ଜାମିନ । ଗତ ୮ ତାରିଖରୁ ଜେଲରେ ଥିଲେ ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ଯ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏହା ପୂର୍ବରୁ ୪ଥର ଆର୍ଯ୍ୟନଙ୍କ ବେଲ ଆବେଦନ ଖାରଜ ହୋଇଥିଲା । ମୁମ୍ବାଇ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆର୍ଯ୍ୟନ । ତେବେ ଆଜି ବମ୍ବେ ହାଇକୋର୍ଟରେ ୩ୟ ଥର ପାଇଁ ଏହି ଜାମିନ ଆବେଦନର ଶୁଣାଣି ହେବା ସହ ଆଜି ବେଲ ପାଇବାରେ ସକ୍ଷମ ହୋଇଛନ୍ତି ଆର୍ଯ୍ୟନ ।

ପୋଲିସ ହେପାଜତରେ ୨୬ ଦିନ ରହିବା ପରେ ମିଳିଲା ଜାମିନ୍ । ଆର୍ଯ୍ୟନଙ୍କ ପକ୍ଷରୁ ମାମଲା ଲଢୁଥିଲେ ମୁକୁଲ ରୋହତଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2021, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.