ETV Bharat / bharat

Chowkidar Chor Hain Defamation Case: ଭାରତ ଯୋଡ ଯାତ୍ରା ଭିତରେ ରାହୁଲଙ୍କୁ ଆଶ୍ୱସ୍ତି ଦେଲେ ବମ୍ବେ ହାଇକୋର୍ଟ

ଚୌକିଦାର ଚୋର ହୈ ମାନହାନୀ ମକଦ୍ଦମା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଅନ୍ତରୀଣ ଆଶ୍ବସ୍ତି (Chowkidar Chor Hain defamation case) । ଜାନୁଆରୀ 25 ପର୍ଯ୍ୟନ୍ତ ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ଅବଧିକୁ ବୃଦ୍ଧି କଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

Chowkidar Chor Hain defamation case: ବମ୍ବେ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଅନ୍ତରୀଣ ଆଶ୍ବସ୍ତି

author img

By

Published : Dec 5, 2022, 8:48 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଚୌକିଦାର ଚୋର ହୈ (Chowkidar Chor Hain defamation case) ମନ୍ତବ୍ୟ ଦେଇ ଅଡୁଆରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି । ରାହୁଲଙ୍କୁ ପୂର୍ବରୁ ମିଳିଥିବା ଅନ୍ତରୀଣ ଆଶ୍ବସ୍ତି ଅବଧିକୁ ବୃଦ୍ଧି କରିଛନ୍ତି ବମ୍ବେ ହାଇକୋର୍ଟ (Rahul Gandhi get interim relief)। ଆସନ୍ତାବର୍ଷ (2023) ଜାନୁଆରୀ 25 ପର୍ଯ୍ୟନ୍ତ ରାହୁଲଙ୍କ ଅନ୍ତରୀଣ ଆଶ୍ବସ୍ତି ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ ।

ଆଜି ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ ଅମିତ ବୋରକରଙ୍କ ନେତୃତ୍ବାଧୀନ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏହି ଅବଧିକୁ ବୃଦ୍ଧି କରିଛନ୍ତି । ଏହା ସହ ମାମଲାର ଶୁଣାଣି ଜାନୁଆରୀ 20 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଖଣ୍ଡପୀଠ । ଏହି ପ୍ରସଙ୍ଗରେ ମାମଲା ଦାଏର ହେବା ପରେ ସ୍ଥାନୀୟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଥିଲା । ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟରେ ଦ୍ବାରସ୍ଥ ହୋଇ ସମନକୁ ଚ୍ୟାଲେଞ୍ଜ କରିଥିଲେ ।

2018 ରେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ‘ଚୌକିଦାର ଚୋର ହୈ’ ବୋଲି କହିଥିଲେ ରାହୁଲ ଗାନ୍ଧୀ । ମହେଶ ଶ୍ରିମାଲ ନାମକ ଜଣେ ବିଜେପି କର୍ମୀ ଏହାକୁ ପ୍ରଧାନମନ୍ତ୍ରୀଙ୍କ ମାନହାନୀ ଦର୍ଶାଇ କୋର୍ଟରେ ମାମଲା ଦାଏର କରିଥିଲେ । ମାମଲା ଆଧାରରେ ରାହୁଲଙ୍କୁ ତଳ କୋର୍ଟ ସମନ ମଧ୍ୟ ଜାରି କରିବା ସହ ହାଜର ହୋଇ ପକ୍ଷ ରଖିବାକୁ କହିଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.