ETV Bharat / bharat

ଗଙ୍ଗାରେ ବୁଡ଼ିଲା ଡଙ୍ଗା; 15 ସୁରକ୍ଷିତ ଉଦ୍ଧାର, 3 ନିଖୋଜ

ଦେଖୁ ଦେଖୁ ଆଖି ସାମ୍ନାରେ ବୁଡ଼ିଗଲା ଡଙ୍ଗା । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଛପ୍ରା ଜିଲ୍ଲା ଡୋରିଗଞ୍ଜ ଘାଟରେ । ଏହି ଦୁର୍ଘଟଣାରେ 15 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 3 ଜଣ ନିଖୋଜ ଥିବା ଜଣାପଡ଼ିଛି ।

ଗଙ୍ଗାରେ ବୁଡ଼ିଲା ଡଙ୍ଗା; 15 ସୁରକ୍ଷିତ ଉଦ୍ଧାର, 3 ନିଖୋଜ
ଗଙ୍ଗାରେ ବୁଡ଼ିଲା ଡଙ୍ଗା; 15 ସୁରକ୍ଷିତ ଉଦ୍ଧାର, 3 ନିଖୋଜ
author img

By

Published : Jun 19, 2021, 10:41 AM IST

ପାଟଣା: ଦେଖୁ ଦେଖୁ ଆଖି ସାମ୍ନାରେ ବୁଡ଼ିଗଲା ଡଙ୍ଗା । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଛପ୍ରା ଜିଲ୍ଲା ଡୋରିଗଞ୍ଜ ଘାଟରେ । ଛପ୍ରାର ଡୋରିଗଞ୍ଜ ପୋଲିସ ଷ୍ଟେସନ୍ ଅଞ୍ଚଳରୁ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଗଙ୍ଗାରେ ବୁଡ଼ିଲା ଡଙ୍ଗା; 15 ସୁରକ୍ଷିତ ଉଦ୍ଧାର, 3 ନିଖୋଜ

କୁହାଯାଉଛି ଯେ, ଗଙ୍ଗା ନଦୀରେ ଏକ ଡଙ୍ଗା ଲୋକଙ୍କୁ ନେଇ ଯାଉଥିବା ବେଳେ ମଝି ନଦୀରେ ତାହା ବୁଡ଼ିଗଲା । ଏଥିରେ ଥିବା ସମସ୍ତ ଲୋକ କୌଣସି ପ୍ରକାରେ ନିଜ ଜୀବନ ରକ୍ଷା କରିବା ପାଇଁ ନଦୀକୁ ଡେଇଁଲେ । ଏପଟେ ଆଖପାଖରେ ଥିବା ଅନ୍ୟ ନାବିକମାନେ ଏହି ଲୋକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ନାବିକମାନେ ଏହି ଡଙ୍ଗାକୁ ପରିଚାଳନା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବାଲିରେ ପରିପୂର୍ଣ୍ଣ ଏହି ଡଙ୍ଗାଟି ଅତ୍ୟଧିକ ଓଜନ ହେଇଥିବାରୁ, ତାହା ଭାରସାମ୍ୟ ହରାଇ ବୁଡ଼ିବାକୁ ଲାଗିଲା ।

ଏହି ଦୁର୍ଘଟଣାରେ 15 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ 3 ଜଣ ନିଖୋଜ ଥିବା ଜଣାପଡ଼ିଛି । ତେବେ ପ୍ରବଳ ଝଡ଼ ଓ ତୋଫାନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.