ETV Bharat / bharat

ମୁମ୍ବାଇ କୋରୋନା ବିସ୍ଫୋରଣ, ପଞ୍ଚତାରକା ହୋଟେଲରେ ଚିକିତ୍ସିତ ହେବେ ରୋଗୀ - ବମ୍ବେ ମୁନିସିପାଲ କର୍ପୋରେସନ

ମୁମ୍ବାଇରେ କୋରୋନା ରୋଗୀଙ୍କ ବେଡ୍ ସମସ୍ୟା ଏଡାଇବାକୁ ପଞ୍ଚତାରକା ହୋଟେଲର କରାଯିବ କୋରୋନା ଚିକିତ୍ସା । ବମ୍ବେ ମୁନିସିପାଲ କର୍ପୋରେସନ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ କୋରୋନା ବିସ୍ଫୋରଣ, ପଞ୍ଚତାରକା ହୋଟେଲରେ ଚିକିତ୍ସିତ ହେବେ ରୋଗୀ

author img

By

Published : Apr 15, 2021, 8:57 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପୁଣି ଅଣାୟତ୍ତ ହୋଇଛି କୋରୋନା । ପ୍ରତିଦିନ ହଜାର ହଜାର ସଂଖ୍ୟକ ପଜିଟିଭ ମାମଲା ପ୍ରକାଶ ପାଉଛି । ଫଳସ୍ବରୁପ, ବର୍ତ୍ତମାନ ହସ୍ପିଟାଲଗୁଡିକରେ ରୋଗୀଙ୍କ ପାଇଁ ବେଡର ଅଭାବ ସୃଷ୍ଟି ହୋଇଛି । ବେଡ୍ ସମସ୍ୟା ଏଡାଇବାକୁ ବମ୍ବେ ମ୍ୟୁନିସିପାଲ କର୍ପୋରେସନ ପଞ୍ଚତାରକା ହୋଟେଲରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଛି । ମୁମ୍ବାଇସ୍ଥିତ ଇଣ୍ଟର କଣ୍ଟିନେଣ୍ଟାଲ ଏବଂ ଟ୍ରାଇଡେଣ୍ଟ ଭଳି ଦୁଇଟି ବିଶାଳ ପଞ୍ଚତାରକା ହୋଟେଲ କୋରୋନା ଚିକିତ୍ସା କରାଯିବ । କମ୍ କୋରୋନା ଲକ୍ଷଣ ସମ୍ପନ୍ନ ବ୍ୟକ୍ତି ଏହି ଦୁଇ ହୋଟେଲରେ ଚିକିତ୍ସିତ ହେବେ ।

ବିଗତ ଦିନରେ ସଂକ୍ରମଣ ମାତ୍ରାରେ ସୁଧାର ଆସିଥିବାବେଳେ ଗତ ଫେବୃୟାରୀରୁ ମୁମ୍ବାଇରେ ପୁଣି ଉତ୍କଟ ସ୍ଥିତି ଦେଖାଦେଇଛି । ବଢୁଥିବା ସଂକ୍ରମଣକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସେପଟେ ମେଡିକାଲଗୁଡିକରେ ମଧ୍ୟ ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ୍ ଉପଲବ୍ଧ ନାହିଁ । ଏଣୁ ପଞ୍ଚତାରକା ହୋଟେଲରେ କମ୍ ଲକ୍ଷଣ ଥିବା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଏମସି ନିଷ୍ପତ୍ତି ନେଇଛି । ଅକ୍ସିଜେନ, ଆଇସିୟୁ ଓ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀମାନେ ହସ୍ପିଟାଲରେ ଚିକିତ୍ସିତ ହେବେ । ସେହିଭଳି ଯେଉଁମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ବା ସ୍ଥିର ଥିବ, ସେମାନଙ୍କୁ ଏହି ପଞ୍ଚତାରକା ହୋଟେଲରେ ଭର୍ତ୍ତି କରାଯିବ । ଯାହାଦ୍ବାରା କିଛି ମାତ୍ରାରେ ବେଡ ସମସ୍ୟା ଏଡାଇ ଦିଆଯାଇ ପାରିବ । ବମ୍ବେ ହସ୍ପିଟାଲ ତଥା ଏଚଏନ ରିଲିଆନ୍ସ ହସ୍ପିଟାଲ ଅଧୀନରେ ସମ୍ପୃକ୍ତ ପଞ୍ଚତାରକା ହୋଟେଲ ପରିଚାଳିତ ହେବ ।

ସେହିଭଳି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବେଡ ସଂଖ୍ୟା ବୃଦ୍ଧି କରାଯାଉଛି । ଏହା ସଙ୍ଗେ ସଙ୍ଗେ ହସ୍ପିଟାଲଗୁଡିକରେ ଆଇସିୟୁ, ଭେଣ୍ଟିଲେଟର ଏବଂ ଯଥେଷ୍ଟ ପରିମାଣର ଅକ୍ସିଜେନ ଉପଲବ୍ଧ କରିବା ଉପରେ ଗୁରୁତ୍ବାରୋପ କରାଯାଉଥିବା ବିଏମସି କମିଶନର ଇକବାଲ ସିଂହ ଚହଲ ସୂଚନା ଦେଇଛନ୍ତି । ବିଏମସି ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ବିଗତ ଦିନରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇଥିଲା । ମାତ୍ର ଗତ ଫେବୃୟାରୀରୁ ସ୍ଥିତି ପୁଣି ଅଣାୟତ ହୋଇଛି । ତେବେ ଗତ ଦୁଇ ଦିନରେ ମୁମ୍ବାଇରେ ସଂକ୍ରମଣ ହ୍ରାସ ପାଇଛି । ସୋମବାର ଦିନ 6 ହଜାର 90 ଏବଂ ମଙ୍ଗଳବାର 7 ହଜାର 898 ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ବୁଧବାର 9 ହଜାର 925 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 54 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ 9 ହଜାର 273 ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.