ETV Bharat / bharat

ଅତିକ ଅହମ୍ମଦ ଅଫିସରେ ହୋଇଛି କି ହତ୍ୟାକାଣ୍ଡ ? ମିଳିଲା ରକ୍ତଭିଜା ସ୍କାର୍ଫ ଓ ଛୁରୀ

author img

By

Published : Apr 24, 2023, 4:41 PM IST

ମୃତ ମାଫିଆ ଅତିକ ଅହମ୍ମଦ ଅଫିସରୁ ମିଳିଲା ରକ୍ତଭିଜା ସ୍କାର୍ଫ, ଛୁରୀ ଓ କିଛି ବାସନ । ଘଟଣାସ୍ଥଳରେ ପହଞ୍ଚିଲା ଫୋରେନସିକ ଟିମ୍‌ । ଅଧିକ ପଢନ୍ତୁ

ଅତିକ ଅହମ୍ମଦ ଅଫିସରୁ ମିଳିଲା ରକ୍ତଭିଜା ସ୍କାର୍ଫ, ଘଟଣାସ୍ଥଳରେ ଫୋରେନସିକ ଟିମ୍‌

ଲକ୍ଷ୍ନୌ: ମୃତ ମାଫିଆ ଅତିକ ଅହମ୍ମଦର ଅଫିସରେ ଏକ ରକ୍ତଭିଜା ସ୍କାର୍ଫ ଓ ଛୁରୀ ସମେତ ଅନ୍ୟ କିଛି ସନ୍ଦେହଜନକ ସାମଗ୍ରୀ ଠାବ କରାଯାଇଛି । ଏକ ରକ୍ତଭିଜା ଧଳା ରଙ୍ଗରେ ସ୍କାର୍ଫ ସହ ଏକ ଛୁରୀ, ବାସନ ଓ ନିକଟରେ ଏକ ବୁର୍ଖା ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଓ ଫେରେନସିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ଅତିକର ଏହି ଅଫିସ୍‌ ଉମେଶ ପାଲ ହତ୍ୟାକାଣ୍ଡ ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଦ୍ବାରା ପ୍ରଥମେ ସିଲ କରାଯାଇଥିଲା । ପରେ ଏହାର କିଛି ଅଂଶକୁ ଭାଙ୍ଗି ମଧ୍ୟ ଦିଆଯାଇଥିଲା । ହେଲେ ଏବେ ରକ୍ତଭିଜା କପଡା ଓ ଅନ୍ୟ ସାମଗ୍ରୀ ମିଳିବା ପରେ ଭିନ୍ନ ଭିନ୍ନ ଦିଗକୁ ନେଇ ସନ୍ଦେହ କରାଯାଉଛି । ଜଣେ ମହିଳାଙ୍କ ସ୍କାର୍ଫ ପରି ଲାଗୁଥିବା ଏହି ରକ୍ତ ଲଗା ସାମଗ୍ରୀ ଠାବ କରାଯାଇଥିବାରୁ ଅତିକର ପତ୍ନୀ ସହିସ୍ତା ପରବିନ୍‌ ଫେରାର ହେବା ପରେ ଏହି ଠାରେ କିଛି ସମୟ ଆତ୍ମଗୋପନ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ କେବଳ ରକ୍ତ ଭିଜା କପଡା ନୁହେଁ ବରଂ ଏକ ଛୁରୀ ଓ କିଛି ବର୍ତ୍ତନ ମଧ୍ୟ ପଡିଥିବାର ଦେଖିବାକୁ ମିଳିଛି । ତେଣୁ ଏଠାରେ ଭୋଜି ପାଇଁ କୁକୁଡାକୁ ମରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଓ ଫେରନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସାମଗ୍ରୀକୁ ଜବତ କରିବା ସହ ରକ୍ତ ନମୂନା ସଂଗ୍ରହ କରିଛି । ଫେରନସିକ ଯାଞ୍ଚ ପରେ ଏହି ରକ୍ତ ମନୁଷ୍ଯ ନା କୌଣସି ପଶୁପକ୍ଷୀଙ୍କର ତାହା ସ୍ପଷ୍ଟ ହୋଇଯିବ । ମିଳିଥିବା କପଡା ଓ ଅନ୍ୟ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରାଯାଉଛି । ପୋଲିସ ପ୍ରାଥମିକ ଭାବେ ସେଠାରେ କୌଣସି ଅପରାଧିକ ଘଟଣାକୁ ରୂପ ଦିଆଯାଇଥିବା ନେଇ ସୂଚନା ଦେଇନାହିଁ । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ଉମେଶ ପାଲ ହତ୍ୟାକାଣ୍ଡ ପରେ ଅତିକର ପୁଅ ଅସଦ ଓ ପତ୍ନୀ ସହିସ୍ତା ପରବିନ୍‌ ସମେତ ସମସ୍ତ ସୁଟର ପ୍ରୟାଗରାଜ ଛାଡି ଫେରାର ହୋଇଯାଇଥିଲେ । ଏପର୍ଯ୍ୟନ୍ତ ପୋଲିସ ଏନକାଉଣ୍ଟରରେ 4 ଜଣ ସୁଟରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅତିକ ଓ ତାର ଭାଇ ଅଶରଫକୁ ପୋଲିସ କଷ୍ଟଡିରେ 3 ହତ୍ୟାକାରୀ ହତ୍ୟା କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଅତିକ ଓ ଅସରଫର ଘର, ଅଫିସ ସମେତ ଅନ୍ୟ କିଛି କୋଠା ଉପରେ ବୁଲଡୋଜର ଚଢାଇ ସାରିଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.