ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ହୋଇଥିବା ବ୍ଲକ ସଭାପତି ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ନିର୍ବାଚନ ଫଳାଫଳ ଆଶା ଠାରୁ ଅଧିକ ମିଳିଛି । ଫଳାଫଳ ସ୍ପଷ୍ଟ କରୁଛି ଯେ ସାଧାରଣ ଲୋକଙ୍କ ବିଶ୍ବାସ ଯୋଗୀ ସରକାର ପ୍ରତି ଅତୁଟ ରହିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଏହାସହ ଉତ୍ତରପ୍ରଦେଶ ବ୍ଲକ ମୁଖ୍ୟ ନିର୍ବାଚନରେ ବିଜେପିର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ହୋଇଛି । ଯୋଗ ସରକାରଙ୍କ ଜନ କଲ୍ୟାଣ ନୀତି ଉପରେ ଲୋକଙ୍କ ବିଶ୍ବାସର ରହିଛି ବୋଲି ଏଥିରୁ ସ୍ପଷ୍ଟ ହୋଇଛି । ଏହି ସଫଳତା ନେଇ ଶାହ ୟୁପି ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଏବଂ ଅନ୍ୟ ଦଳର କର୍ମୀଙ୍କୁ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବ୍ଲକ ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ଉତ୍ତରପ୍ରଦେଶରେ ଶନିବାର ସକାଳ 11 ଟାରୁ ଆରମ୍ଭ ହୋଇ ଅପରାହ୍ନ 3 ଟାରେ ଶେଷ ହୋଇଥିଲା ।
@ANI