ETV Bharat / bharat

ଦିଲ୍ଲୀରେ ପଞ୍ଜାବ ସରକାର ଅଧିକାରୀଙ୍କ ସହ କେଜ୍ରିୱାଲଙ୍କ ବୈଠକ, ତେଜୁଛି ରାଜନୀତି

author img

By

Published : Apr 12, 2022, 8:51 PM IST

ପଞ୍ଜାବ ମୁଖ୍ୟ ଶାସନ ସଚିବ ଓ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୈଠକକୁ ନେଇ ଦିଲ୍ଲୀ ଭାରତୀୟ ଜନତା ପାର୍ଟିର(BJP) ନେତା ମନଜିଂଦର ସିଂ ସିର୍ସାଙ୍କ ସମାଲୋଚନା । ଅଧିକ ପଢନ୍ତୁ

ଦିଲ୍ଲୀରେ Punjab CSଙ୍କ ସହ କେଜ୍ରିୱାଲଙ୍କ ବୈଠକ, କେଜ୍ରିୱାଲଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୁଖ୍ୟ ଶାସନ ସଚିବ ଓ ରାଜ୍ୟର କିଛି ଅଧିକାରୀଙ୍କ ସହ ଦିଲ୍ଲୀରେ ବୈଠକ କରି ଅଡୁଆରେ ପଡିଛନ୍ତି । ଏହାକୁ ଅସାମ୍ବିଧାନିକ କହି କଡା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି(BJP) । ବୈଠକରେ ପଞ୍ଜାବ ପାଇଁ ନିଷ୍ପତି ହେଉଛି, ମାତ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ଶକ୍ତିମନ୍ତ୍ରୀ ଉପସ୍ଥିତ ନଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଅନେକ ଏହାକୁ ସହଜରେ ଗ୍ରହଣ କରିପାରୁନଥିବାବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ପଞ୍ଜାବ ସରକାର ଚାଲୁଛି କି ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । BJP ନେତା ମନଜିଂଦର ସିଂ ସିର୍ସା ଏହି ବୈଠକକୁ ସଂପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି ।

କେଉଁ ନିୟମରେ କେଜ୍ରିୱାଲ ଏହି ବୈଠକ କରିଥିଲେ ବୋଲି ପ୍ରଶ୍ନ କରିବା ସହ, ଆମ ଆଦମୀ ପାର୍ଟିରୁ(AAP)ପଞ୍ଜାବରୁ ଜିତିଥିବା ୯୨ ଜଣ ବିଧାୟକଙ୍କୁ ମଧ୍ୟରୁ କ'ଣ ଜଣେ ବି କେହି ଦକ୍ଷ ନୁହନ୍ତି ବୋଲି କଟାକ୍ଷ କରିଛନ୍ତି ମନଜିଂଦର ସିଂ ସିର୍ସା । ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଆପ୍‌ର ୯୨ ବିଧାୟକଙ୍କ ମଧ୍ୟରୁ କେହି କାମକୁ ନୁହଁନ୍ତି ଜାଣି, କେଜ୍ରିୱାଲ କ'ଣ ନିଜକୁ ନିଜେ ସୁପର ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ନା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଅଯୋଗ୍ୟ ଭାବୁଛନ୍ତି ।

ଏହି ଘଟଣା ପଞ୍ଜାବ ପାଇଁ ଲଜ୍ୟାର ବିଷୟ । ଉଭୟ କେଜ୍ରିୱାଲ ଓ ମାନଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି ବିଜେପି ଦାବି କରିଛି । ବୈଠକରେ କିଛି ନିଷ୍ପତି ହୋଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିବେ ଯେ ମୁଁ ଜାଣି ନଥିଲି, ଦିଲ୍ଲୀର ଅଧିକାରୀମାନେ ନିଶ୍ଚୟ ନିଷ୍ପତ୍ତି ନେଇଥିବେ କହି କଟାକ୍ଷ କରିଛନ୍ତି ସିର୍ମା । ତେବେ ସବୁଠୁ ରୋଚକ କଥା ହେଉଛି, ଘଟଣାକୁ ୨୪ ଘଣ୍ଟା ବିତିଥିଲେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କିମ୍ବା ଭାଗୱନ୍ତ ମାନ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.