ETV Bharat / bharat

Viral News: କାଠମାଣ୍ଡୁ ନାଇଟ କ୍ଲବରେ ମସ୍ତି କରୁଛନ୍ତି ରାହୁଲ ଗାନ୍ଧୀ ! ଭଡିଓ ସୟାର କଲା BJP, ଜବାବ ଦେଲା କଂଗ୍ରେସ

author img

By

Published : May 3, 2022, 3:49 PM IST

କାଠମାଣ୍ଡୁ ନାଇଟ କ୍ଲବରେ ନଜର ଆସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭିଡିଓ ସେୟାର କରି ସମାଲୋଚନା କଲା ବିଜେପି । କଂଗ୍ରେସ କହିଲା ବାନ୍ଧବୀଙ୍କ ବିବାହରେ ସାମିଲ ହେବା ଅପରାଧ ନୁହେଁ, ମନେ ପକାଇଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନରେ କେକ କଟା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

କାଠମାଣ୍ଡୁ ନାଇଟ କ୍ଲବରେ ରାହୁଲ, ଭଡିଓ ସୟାର କଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପୁଣି ଚର୍ଚ୍ଚା । ରାହୁଲଙ୍କୁ ବିଭିନ୍ନ ପ୍ରସଙ୍ଗରେ ସାମାଲୋଚନା କରି ଆସୁଥିବା ବିଜେପି ଏବେ ଏକ ଭିଡିଓ ମାଧ୍ୟମରେ ରାହୁଲଙ୍କୁୁ ଘେରିଛି । ନେପାଳ ଗସ୍ତରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଜଧାନୀ କାଠମାଣ୍ଡୁର ଏକ ନାଇଟ କ୍ଲବରେ ଅଂଶଗ୍ରହଣ କରିଥିବାର ଏକ ଭିଡିଓ ଜାରି କରିଛି ବିଜେପି । ଭିଡିଓଟିକୁ ବିଜେପି ସୋସିଆଲ ମିଡିଆ ସେଲ ପ୍ରଭାରୀ ଅମିତ ମାଲବ୍ୟ ଟ୍ବିଟ କରିଛନ୍ତି । ଯେଉଁଥିରେ ପାର୍ଟି ଚାଲିଥିବା ବେଳେ ରାହୁଲ ନେପାଳରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ହୁ ୟାନକି (Hou Yanqi)ଙ୍କ ସହ ମସ୍ତି କରୁଥିବାର ନଜର ଆସିଥିଲେ । ତେବେ ସେ ତାଙ୍କର ନେପାଳୀ ବନ୍ଧବୀ ସୁମନିମା ଉଦାସ (Sumnima Udas)ଙ୍କ ବିବାହରେ ଯୋଗ ଦେବାକୁ ଯାଇଥିବା ସ୍ପଷ୍ଟ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେଓ୍ୱାଲା (Randeep Surjewala) ।

  • Rahul Gandhi was at a nightclub when Mumbai was under seize. He is at a nightclub at a time when his party is exploding. He is consistent.

    Interestingly, soon after the Congress refused to outsource their presidency, hit jobs have begun on their Prime Ministerial candidate... pic.twitter.com/dW9t07YkzC

    — Amit Malviya (@amitmalviya) May 3, 2022 " class="align-text-top noRightClick twitterSection" data=" ">

ସାମ୍ନାକୁ ଆସିଥିବା ଭିଡିଓରେ ରାହୁଲ ଏକ ବ୍ଲ୍ୟୁ ଟିସାର୍ଟ ପିନ୍ଧିଛନ୍ତି । ହାଇ ଭଲ୍ୟୁମ୍ ମ୍ୟୁଜିକ ଲାଗିଥିବା ବେଳେ ଅନ୍ୟମାନେ ପାର୍ଟିରେ ମସଗୁଲ ଅଛନ୍ତି । ରାହୁଲ କିନ୍ତୁ ହୁ ୟାନକିଙ୍କ ସହ ସ୍ବଳ୍ପ ବାର୍ତ୍ତାଳାପ କରୁଥିବା ସହ ନିଜ ମୋବାଇଲରେ ବ୍ୟସ୍ତ ଥିବା ନଜର ଆସିଛନ୍ତି । ତେବେ ମାଲବ୍ୟଙ୍କ ଟ୍ବିଟ ପରେ ଏକାଧିକ ବିଜେପି ନେତା ରାହୁଲଙ୍କର ଏହି ଭିଡିଓ ଟ୍ବିଟ୍‌ କରିବା ସହ ସମାଲୋଚନା ଆରମ୍ଭ କରି ଦେଇଛନ୍ତି ।

କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିିଛି । ରାହୁଲ ପାକିସ୍ତାନ ନୁହେଁ ବରଂ ନେପାଳ ଯାଇଛନ୍ତି । ସେ ସେଠାରେ ତାଙ୍କ ଜଣେ ବାନ୍ଧବୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଛନ୍ତି ଓ ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ ବୋଲି ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟରେ କହିଛନ୍ତି ।

ବିଜେପିକୁ ପାଲଟା ଆକ୍ରମଣ କରିବାକୁ ଯାଇ ସୂର୍ଯ୍ୟେଓ୍ବାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଯାଇ ସେଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସହ କେକ କାଟିଥିଲେ । ଠିକ ତା ପରେ ପଠାନକୋଟରେ କ’ଣ ହୋଇଥିଲା ତାହା ସାରା ଦେଶ ଜାଣିଛି । ତେବେ ସୂଚନା ଅନୁସାରେ, ରାହୁଲ ନିଜର ଜଣେ ସାମ୍ବାଦିକ ବାନ୍ଧବୀ Sumnima Udasଙ୍କ ବିବାହରେ ସାମିଲ ହେବା ପାଇଁ ନେପାଳ ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.