ETV Bharat / bharat

UP MLC Election: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

author img

By

Published : Mar 19, 2022, 10:46 PM IST

ଉତ୍ତର ପ୍ରଦେଶ MLC ନିର୍ବାଚନ ପାଇଁ ଶନିବାର 30 ଜଣିଆ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥମ ପର୍ଯ୍ୟାୟ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ 30 ଜଣିଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ଅଧିକ ପଢନ୍ତୁ

UP MLC Election
UP MLC Election

ଲକ୍ଷ୍ନୌ: ଉତ୍ତର ପ୍ରଦେଶ MLC ନିର୍ବାଚନ ପାଇଁ ଆଜି (ଶନିବାର) 30 ଜଣିଆ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥମ ପର୍ଯ୍ୟାୟ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ 30 ଜଣିଆ ପ୍ରାର୍ଥୀ ଘୋଷଣା କରିଛି ଦଳ ।

  • भारतीय जनता पार्टी की केंद्रीय चुनाव समिति ने उत्तर प्रदेश में होने वाले आगामी स्थानीय प्राधिकरण निर्वाचन क्षेत्रों के विधान परिषद द्विवार्षिक चुनाव के लिए निम्नलिखित नामों पर अपनी स्वीकृति प्रदान की है। pic.twitter.com/f3ERDENFI6

    — BJP Uttar Pradesh (@BJP4UP) March 19, 2022 " class="align-text-top noRightClick twitterSection" data=" ">

ଦଳ ଆଜମଗଡ ଫୁଲପୁରରୁ ପୂର୍ବତନ ବିଧାୟକ ଅରୁଣ କାନ୍ତ ଯାଦବଙ୍କୁ ଟିକେଟ ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 21 ମାର୍ଚ୍ଚ ରହିଛି ନାମାଙ୍କନ ଦାଖଲର ଶେଷ ଦିନ । କାରଣ ଗତ ବୁଧବାର MLC ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ତାରିଖ ବୃଦ୍ଧି କରାଯାଇଥିଲା । 19 ମାର୍ଚ୍ଚ ବଦଳରେ 21 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 36 ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ଗତ 15 ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ 9 ରେ ନିର୍ବାଚନ ହେବାକୁ ଥିବା ବେଳେ 12 ଏପ୍ରିଲରେ ଫଳାଫଳ ପ୍ରକାଶ ପାଇବ ।

ବିଧାନ ପରିଷଦର କାର୍ଯ୍ୟକାଳ ବିଧି ଓ ବ୍ୟବସ୍ଥା

ୟୁପି ବିଧାନ ପରିଷଦର ମୋଟ ଆସନ ସଂଖ୍ୟା ବର୍ତ୍ତମାନ ରହିଛି 100 । ବିଧାନ ପରିଷଦର ସମସ୍ତ ସଦସ୍ୟ 6 ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ତେବେ ଏହି 100 ସଦସ୍ୟ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିର୍ବାଚିତ ହୋଇ ବିଧାନ ପରିଷଦକୁ ପହଞ୍ଚିଥାନ୍ତି । 100 ସଦସ୍ୟଙ୍କ ମଧ୍ୟରୁ 36 ସଦସ୍ୟ ସ୍ଥାନୀୟ ଲୋକ ପ୍ରତିନିଧୀଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି । ଏହାବାଦ 1-12 ଜଣ ସଦସ୍ୟ ଅର୍ଥାତ 8-8 ଆସନ ପାଇଁ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ରହିଛି । ଏତତ ବ୍ୟତୀତ 10 ଜଣ ସଦସ୍ୟ ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ରାଜ୍ୟପାଳ ମନୋନୀତ କରିଥାନ୍ତି । ଅବଶିଷ୍ଟ 38 ସଦସ୍ୟ ବିଧାୟକଙ୍କ ଦ୍ବାରା ନିର୍ବାଚିତ ହୋଇ ଆସିଥାନ୍ତି ।

ବିଧାନ ପରିଷଦରେ ସପା ସଂଖ୍ୟା ଗରିଷ୍ଠ

ଉତ୍ତର ପ୍ରଦେଶ ବିଧାନ ପରିଷଦରେ ବର୍ତ୍ତମାନ 100 ଆସନ ଥିବା ବେଳେ ସଂଖ୍ୟା ଗରିଷ୍ଠତା ପାଇଁ 51 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ । ତେବେ ବର୍ତ୍ତମାନ 48 ସଦସ୍ୟ ସହ ସମାଜବାଦୀ ପାର୍ଟି ସଂଖ୍ୟା ଗରିଷ୍ଠତା ରଖିଛି । 36 ସଦସ୍ୟ ସହ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି । କିନ୍ତୁ ଚଳିତ ଥର ପୁଣି ଥରେ ଗଣିତ ଓଲଟପାଟ ହେବା ସହ ବିଜେପି ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସମ୍ଭାବନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.