ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି 16 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ରହିଛନ୍ତି । କର୍ଣ୍ଣାଟକରୁ ନିର୍ମଳାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମହାରାଷ୍ଟ୍ରରୁ ଗୋୟଲଙ୍କୁ ପ୍ରାର୍ଥୀ କରାଯାଇଛି । ଆସନ୍ତା ମାସ 10 ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମୋଟ 15 ରାଜ୍ୟର 57 ଆସନରେ ନିର୍ବାଚନ ହେବ ।
-
Bharatiya Janata Party (BJP) releases its list of candidates for elections to the Rajya Sabha. Nirmala Sitharaman to contest from Karnataka, Piyush Goyal from Maharashtra. pic.twitter.com/3wy950APhT
— ANI (@ANI) May 29, 2022 " class="align-text-top noRightClick twitterSection" data="
">Bharatiya Janata Party (BJP) releases its list of candidates for elections to the Rajya Sabha. Nirmala Sitharaman to contest from Karnataka, Piyush Goyal from Maharashtra. pic.twitter.com/3wy950APhT
— ANI (@ANI) May 29, 2022Bharatiya Janata Party (BJP) releases its list of candidates for elections to the Rajya Sabha. Nirmala Sitharaman to contest from Karnataka, Piyush Goyal from Maharashtra. pic.twitter.com/3wy950APhT
— ANI (@ANI) May 29, 2022
ସେହିପରି ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନକଭିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିବା ବେଳେ ଏହି ପର୍ଯ୍ୟାୟ ତାଲିକାରେ ତାଙ୍କ ନାମ ସାମିଲ କରିନାହିଁ ଦଳ । ଚଳିତ ରାଜ୍ୟସଭା ନିର୍ବାଚନରେ ସର୍ବାଧିକ 11ଟି ସିଟ୍ ଉତ୍ତରପ୍ରଦେଶର ରହିଛି । ବିଜେପି ଉତ୍ତରପ୍ରଦେଶର ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧା ମୋହନ ଅଗ୍ରୱାଲ, ସୁରେନ୍ଦ୍ର ନାଗର, ବାବୁରାମ ନିଶାଦ, ଦର୍ଶନା ସିଂ ଓ ସଂଗୀତା ଯାଦବଙ୍କୁ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇଛି ।
ସେହିପରି ମହାରାଷ୍ଟ୍ରରେ 6ଟି ଆସନରେ ନିର୍ବାଚନ ହେବାକୁ ଯାଉଛି । ଆଜି ତାଲିକାରେ ଦଳ ଗୋୟଲଙ୍କ ବ୍ୟତୀତ ଅନିଲ ବନ୍ଦେଙ୍କୁ ମଧ୍ୟ ତାଲିକାରେ ସ୍ଥାନ ଦେଇଛି । ତେବେ ଜୁଲାଇରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ରାଜ୍ୟସଭା ନିର୍ବାଚନ ଓ ଏହାର ଫଳାଫଳ ବେଶ ଗୁରୁତ୍ବପୂର୍ଣ୍ଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ