ନୂଆଦିଲ୍ଲୀ: ଆଜି ବସୁଛି ବିଜେପିର ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ସଂସଦର ସେଣ୍ଟ୍ରାଲ ହଲରେ । ବିଜେପିର ସଂସଦୀୟ ଦଳ ବୈଠକରେ ଦଳର ସମସ୍ତ ସାଂସଦ ଯୋଗ ଦେବେ । ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସମ୍ଭାବନା ରହିଛି ।
ସୂଚନାଥାଉକି ଗତ 17 ତାରିଖରେ ବିଜେପିର ସଂସଦୀୟ ଦଳ ବୈଠକ ବସିବାର ଥିଲା କିନ୍ତୁ ହିମାଚଳ ପ୍ରଦେଶ ମାଣ୍ଡି ସାଂସଦ ରାମସ୍ବରୂପ ଶର୍ମାଙ୍କ ଆତ୍ମହତ୍ୟା ଘଟଣା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ସେ ସଂସଦୀୟ କମିଟିର ସଦସ୍ୟ ରହିଥିଲେ ।
@ANI