ETV Bharat / bharat

Delhi Demolition Drive: ବିରୋଧୀ କହିଲେ ସମ୍ବିଧାନ ଉପରେ ଚଢୁଛି ବୁଲଡୋଜର, ଜବାବ ରଖିଲା ବିଜେପି

author img

By

Published : Apr 20, 2022, 5:22 PM IST

ଦିଲ୍ଲୀର ଜାହାଙ୍ଗୀରପୁରୀରେ ଚାଲିଥିବା ଉଚ୍ଛେଦ ନେଇ ସରକାରଙ୍କୁ ଘେରିଲେ ରାହୁଲ । କହିଲେ ବିଜେପି ସମ୍ବିଧାନ ଉପରେ ବୁଲାଉଛି ବୁଲଡୋଜର । ଓଓ୍ବେସୀ କହିଲେ ଉଦ୍ଦେଶ୍ୟମୂଳକ ଟାର୍ଗେଟ ହେଉଛନ୍ତି ସଂଖ୍ୟାଲଘୁ ଗରିବ । ପ୍ରତିକ୍ରିୟା ରଖିଲା ବିଜେପି । ଅଧିକ ପଢନ୍ତୁ

Delhi demolition drive: ବିରୋଧୀ କହିଲେ ସମ୍ବିଧାନ ଉପରେ ଚଢୁଛି ବୁଲଡୋଜର

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ହିଂସାକାଣ୍ଡ ଘଟଣାରେ ବୁଲଡୋଜର ବ୍ୟବହାର କରି ଜବରଦଖଲ ଉଚ୍ଛେଦ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ବୁଧବାର) ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ଏପିର ଆକ୍ରୋଶମୂଳକ କାର୍ଯ୍ୟକଳାପ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ । ଏହା ଗରିବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ପ୍ରାୟୋଜିତ ଟାର୍ଗେଟ । ଏହା ବଦଳରେ ବିଜେପି ସେମାନଙ୍କ ହୃଦୟରେ ଘୃଣାର ସ୍ଥାନ ପାଇବ । ରାହୁଲ ଏକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ ସମ୍ବିଧାନକୁ ବୋଲଡୋଜର ବ୍ୟବହାର କରି ଆକ୍ରମଣ କରାଯାଉଥିବାର ପ୍ରତିକାତ୍ମକ ଫଟୋ ରହିଛି ।

  • This is a demolition of India’s constitutional values.

    This is state-sponsored targeting of poor & minorities.

    BJP must bulldoze the hatred in their hearts instead. pic.twitter.com/ucSJK9OD9g

    — Rahul Gandhi (@RahulGandhi) April 20, 2022 " class="align-text-top noRightClick twitterSection" data=" ">

ସେହିପରି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଘର ନଷ୍ଟ କରି ଗରିବଙ୍କ ବିରୋଧରେ ବିଜେପି ଯୁଦ୍ଧ ଘୋଷଣା କରିଛି । ନୂଆଦିଲ୍ଲୀ ଜାହାଙ୍ଗୀରପୁରୀ ଦଙ୍ଗା ପରେ ଜବରଦଖଲ ଭଙ୍ଗାଯିବା ନେଇ ଓଓ୍ବେସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ । କେବଳ ଗରିବ ସଂଖ୍ୟାଲଘୁଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସରକାର ଟାର୍ଗେଟ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

क्या AAP ने घुसपैठी रोहिंग्या को ओखला से जहांगीरपुरी तक कब्जा नहीं कराया? इस विषय की सख्त जांच होनी चाहिए-श्री @ManojTiwariMP pic.twitter.com/116NygAZTy

— BJP Delhi (@BJP4Delhi) April 20, 2022 " class="align-text-top noRightClick twitterSection" data=" ">

ସେହିପରି ବିଜେପି ନେତା ତଥା ଦିଲ୍ଲୀ ବିଜେପି ପୂର୍ବତନ ମୁଖ୍ୟ ମନୋଜ ତିଓ୍ବାରୀ ଏହି ଉଚ୍ଛେଦ ପ୍ରସଙ୍ଗରେ ଦିଲ୍ଲୀରେ କ୍ଷମତାରେ ଥିବା ଆପକୁ ଘେରିଛନ୍ତି । ଆମ ଆଦମୀ ପାର୍ଟି ଦିଲ୍ଲୀରେ ରୋହିଙ୍ଗୀୟା ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରାଇଥିବା ଓ ସେମାନଙ୍କୁ ଜବରଦଖଲ କରିବା ଅବସର ଦେଇଥିବା ଅଭିଯୋଗ କରିଛନ୍ତି ମନୋଜ । ଏହି ଘଟଣାରେ ଯାଞ୍ଚ ହେବା ମଧ୍ୟ ଜରୁରୀ ବୋଲି ଦାବି କରି ମନୋଜ ଟ୍ବିଟରରେ ଏକ ଭିଡିଓ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ମଧ୍ୟପ୍ରଦେଶର ହିଂସାକାଣ୍ଡ ଘଟଣାରେ ବୁଲଡୋଜର ବ୍ୟବହାର କରି ଜବରଦଖଲ ଉଚ୍ଛେଦ ନେଇ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ବୁଧବାର) ରାହୁଲ ଗାନ୍ଧୀ କହିଛନ୍ତି, ସରକାରଙ୍କ ଏପିର ଆକ୍ରୋଶମୂଳକ କାର୍ଯ୍ୟକଳାପ ଭାରତର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ । ଏହା ଗରିବ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ପ୍ରାୟୋଜିତ ଟାର୍ଗେଟ । ଏହା ବଦଳରେ ବିଜେପି ସେମାନଙ୍କ ହୃଦୟରେ ଘୃଣାର ସ୍ଥାନ ପାଇବ । ରାହୁଲ ଏକ ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ ସମ୍ବିଧାନକୁ ବୋଲଡୋଜର ବ୍ୟବହାର କରି ଆକ୍ରମଣ କରାଯାଉଥିବାର ପ୍ରତିକାତ୍ମକ ଫଟୋ ରହିଛି ।

  • This is a demolition of India’s constitutional values.

    This is state-sponsored targeting of poor & minorities.

    BJP must bulldoze the hatred in their hearts instead. pic.twitter.com/ucSJK9OD9g

    — Rahul Gandhi (@RahulGandhi) April 20, 2022 " class="align-text-top noRightClick twitterSection" data=" ">

ସେହିପରି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ଅଭିଯୋଗ କରିଛନ୍ତି ଯେ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଘର ନଷ୍ଟ କରି ଗରିବଙ୍କ ବିରୋଧରେ ବିଜେପି ଯୁଦ୍ଧ ଘୋଷଣା କରିଛି । ନୂଆଦିଲ୍ଲୀ ଜାହାଙ୍ଗୀରପୁରୀ ଦଙ୍ଗା ପରେ ଜବରଦଖଲ ଭଙ୍ଗାଯିବା ନେଇ ଓଓ୍ବେସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ । କେବଳ ଗରିବ ସଂଖ୍ୟାଲଘୁଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସରକାର ଟାର୍ଗେଟ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

  • क्या AAP ने घुसपैठी रोहिंग्या को ओखला से जहांगीरपुरी तक कब्जा नहीं कराया? इस विषय की सख्त जांच होनी चाहिए-श्री @ManojTiwariMP pic.twitter.com/116NygAZTy

    — BJP Delhi (@BJP4Delhi) April 20, 2022 " class="align-text-top noRightClick twitterSection" data=" ">

ସେହିପରି ବିଜେପି ନେତା ତଥା ଦିଲ୍ଲୀ ବିଜେପି ପୂର୍ବତନ ମୁଖ୍ୟ ମନୋଜ ତିଓ୍ବାରୀ ଏହି ଉଚ୍ଛେଦ ପ୍ରସଙ୍ଗରେ ଦିଲ୍ଲୀରେ କ୍ଷମତାରେ ଥିବା ଆପକୁ ଘେରିଛନ୍ତି । ଆମ ଆଦମୀ ପାର୍ଟି ଦିଲ୍ଲୀରେ ରୋହିଙ୍ଗୀୟା ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରାଇଥିବା ଓ ସେମାନଙ୍କୁ ଜବରଦଖଲ କରିବା ଅବସର ଦେଇଥିବା ଅଭିଯୋଗ କରିଛନ୍ତି ମନୋଜ । ଏହି ଘଟଣାରେ ଯାଞ୍ଚ ହେବା ମଧ୍ୟ ଜରୁରୀ ବୋଲି ଦାବି କରି ମନୋଜ ଟ୍ବିଟରରେ ଏକ ଭିଡିଓ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.