ETV Bharat / bharat

ନୁସରତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ - ଓମ ବିର୍ଲା

TMC ସାଂସଦ ନୁସରତ ନିଜ ବୈବାହିକ ଜୀବନକୁ ନେଇ ମିଥ୍ୟା ସୂଚନା ଦେଇଛନ୍ତି । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ । ଅଧିକ ପଢନ୍ତୁ...

ନୁସରତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି, ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

author img

By

Published : Jun 21, 2021, 10:35 PM IST

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ । ତେବେ ସେ ନିଜ ବୈବାହିକ ଜୀବନକୁ ନେଇ ଦେଇଥିବା ମିଥ୍ୟା ସୂଚନା ବିରୋଧରେ ତଦନ୍ତ କରାଯାଇ ନୁସରତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଉତ୍ତରପ୍ରଦେଶ ବଦାଉଁର ବିଜେପି ସାଂସଦ ସଂଘମିତ୍ରା ଗତ ଜୁନ 19 ତାରିଖରେ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ତେବେ ସେ ସାଂସଦ ଭାବେ ଶପଥ ଗ୍ରହଣ ସମୟରେ ନିଖିଲ ଜୈନଙ୍କ ପତ୍ନୀ ଭାବେ ନିଜକୁ ପରିଚିତ କରିଥିଲେ । ଲୋକସଭା ସାଂସଦ ଭାବେ 2019 ମସିହା ଜୁନ 25 ତାରିଖରେ ଶପଥ ନେବା ସମୟରେ ସେ ନୁସରତ ଜାହାଁ ରୁହି ଜୈନ ବୋଲି କହି ଶପଥ ପାଠ କରିଥିଲେ ବୋଲି ସଂଘମିତ୍ରା କହିଛନ୍ତି । ଏହାସହିତ ଜଣେ ନବ ବିବାହିତା ଭାବେ ପୋଷାକ ଧାରଣ ମଧ୍ୟ କରିଥିଲେ । ତେବେ ତାଙ୍କ ବୈବାହିକ ଜୀବନରେ ସେ ହସ୍ତକ୍ଷେପ କରୁନାହାନ୍ତି । କିନ୍ତୁ ସେ ଗଣମାଧ୍ୟମ ସାମ୍ନାରେ ବର୍ତ୍ତମାନ ଦେଇଥିବା ବିବୃତ୍ତିରୁ ସ୍ପଷ୍ଟ ହୋଇଛି ଯେ ସେ ସଂସଦରେ ନିଜ ବିବାହକୁ ନେଇ ମିଥ୍ୟା ସୂଚନା ଦେଇଛନ୍ତି ।

ଲୋକସଭାରେ ସେ ଦେଇଥିବା ମିଥ୍ୟା ସୂଚନା ଅନୈତିକ ଓ ବେଆଇନ ବୋଲି ସଂଘମିତ୍ରା କହିଛନ୍ତି । ନିର୍ବାଚନ ସମୟରେ ସେ ନିଜ ସମ୍ପର୍କରେ ମିଥ୍ୟା ସୂଚନା ଦେଇ ନିର୍ବାଚନ ଲଢିଛନ୍ତି । ଯାହାକି ସାଂସଦ ଓ ଏହାର ସଦସ୍ୟଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଚଳିତ ମାସର କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗର ବିଜେପି ଉପସଭାପତି ଜୟ ପ୍ରକାଶ ମଜୁମଦାର ମଧ୍ୟ ନୁସରତଙ୍କୁ ଟାର୍ଗେଟ କରିଥିଲେ । ସେ ନିଜ ବୈବାହିକ ଜୀବନ ସମ୍ପର୍କରେ ମିଥ୍ୟା ସୂଚନା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସେ ସଂସଦର ଜଣେ ସଦସ୍ୟ, ଆଇନ ନିର୍ମାତା ହୋଇ ମଧ୍ୟ ନିୟମ ବିରୋଧରେ ଯାଇଛନ୍ତି । ସଂସଦରେ ମଧ୍ୟ ସେ ବିବାହିତା ବୋଲି କହିଥିଲେ । ଏଥିଲାଗି ନୁସରତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମଜୁମଦାର ଦାବି କରିଥିଲେ ।

ଗତ କିଛି ମାସ ଧରି ନିଜ ବୈବାହିକ ଜୀବନକୁ ନେଇ ଏହି ବଙ୍ଗାଳୀ ସୁନ୍ଦରୀ ଚର୍ଚ୍ଚାରେ ରହିଛନ୍ତି । ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ବୈଧ ନୁହେଁ ବୋଲି ସେ କହିଥିଲେ । ଙ୍କର ଓ ନିଖଲ ଜୈନଙ୍କ ବିବାହ ତୁର୍କୀର ଆଇନ ଅନୁଯାୟୀ ହୋଇଥିଲା । ଯାହାକି ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ । ଏଣୁ ଛାଡପତ୍ର କଥା ଉଠୁନାହିଁ ବୋଲି ସେ କହିଥିଲେ । ତେବେ ସୂଚନା ଥାଉ କି ନୁସରତ ଜାହାଁ ଗତ 6 ମାସରୁ ନିଜ ସ୍ବାମୀଙ୍କଠୁ ଅଲଗା ରହୁଥିଲେ । ନୁସରତ ନିଖିଲ ଜୈନଙ୍କୁ 2019ରେ ତୁର୍କୀରେ ବିବାହ କରିଥିଲେ । ବର୍ତ୍ତମାନ ସେ ଗର୍ଭବତୀ ଥିବା ବେଳେ ଏ ସମ୍ପର୍କରେ ନିଖିଲଙ୍କୁ ଜଣାନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.