ETV Bharat / bharat

ଇମ୍ରାନ ଖାନଙ୍କୁ ବଡ ଭାଇ କହି ପୁଣି ବିବାଦରେ ସିଦ୍ଧୁ, ଜବାବ ଦେଲେ ଗମ୍ଭୀର - ଗୌତମ ଗମ୍ଭୀର

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡଭାଇ ବୋଲି ସମ୍ବୋଧନ କରି ପୁଣି ବିବାଦକୁ ଆସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏନେଇ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ଇମ୍ରାନ ଖାନଙ୍କୁ ବଡ ଭାଇ କହିଲେ ସିଦ୍ଧୁ, ସୀମାକୁ ନିଜ ପୁଅ ଓ ଝିଅକୁ ପଠାନ୍ତୁ କହିଲେ ଗୌତମ ଗମ୍ଭୀର

author img

By

Published : Nov 21, 2021, 8:06 AM IST

ନୂଆଦିଲ୍ଲୀ: ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡଭାଇ ବୋଲି ସମ୍ବୋଧନ କରି ପୁଣି ବିବାଦକୁ ଆସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତକାଲି ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ପାକିସ୍ତାନର କରତାରପୁର ଗସ୍ତ କରିଥିଲେ ସିଦ୍ଧୁ । ଏହି ସମୟରେ ସେ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ ବୋଲି ସମ୍ବୋଧନ କରିଥିଲେ । ସିଦ୍ଧୁଙ୍କ ଏପରି ମନ୍ତବ୍ୟ ପରେ ବିବାଦ ବଢିବା ସହ ତାଙ୍କୁ ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି ।

ଏନେଇ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଭାରତ ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଲଢୁଛି ଏବଂ ସିଦ୍ଧୁ ଆତଙ୍କବାଦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବଡ ଭାଇ ବୋଲି କହିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଦ୍ଧୁ ତାଙ୍କ ପୁଅ କିମ୍ବା ଝିଅକୁ ସୀମାକୁ ପଠାନ୍ତୁ ଏବଂ ତାପରେ ଆତଙ୍କବାଦୀ ଦେଶର ମୁଖ୍ୟଙ୍କୁ ତୁମର ବଡ଼ ଭାଇ ବୋଲି କୁହନ୍ତୁ ବୋଲି ଗୌତମ ଗମ୍ଭୀର କହିଛନ୍ତି ।

ତେବେ ସିଦ୍ଧୁଙ୍କ ଏହି ବୟାନ ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ଇମ୍ରାନ ଖାନଙ୍କୁ ଭାଇ କହୁଥିବାର ଶୁଣିବାକୁ ମିଳିଥିଲା । ଏହାକୁ ନେଇ ଗତକାଲି BJP IT CELL ମୁଖ୍ୟ ଅମିତ ମାଲବ୍ୟ ସିଧାସଳଖ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ରାହୁଲଙ୍କ ପ୍ରିୟ ହେଉଛନ୍ତି ସିଦ୍ଧୁ, କିନ୍ତୁ ସେ ଯାଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଜ ବଡ ଭାଇ ବୋଲି ସମ୍ବୋଧନ କରୁଛନ୍ତି । ସିଦ୍ଧୁଙ୍କ ଏପରି ବ୍ୟବହାର କିଛି ନୂଆ କଥା ନୁହେଁ । ଗତଥର ସେ ପାକିସ୍ତାନ ଗସ୍ତ କରିଥିବା ସୟମୟରେ ପାକିସ୍ତାନ ସେନାମୁଖ୍ୟ ଜେନରାଲ ବାଜୱାଙ୍କୁ ଆଲିଙ୍ଗନ କରିବା ସହ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.