ETV Bharat / bharat

ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

author img

By

Published : Sep 24, 2022, 7:02 AM IST

ହତ୍ୟା ଅଭିଯୋଗରେ ଉତ୍ତରାଖଣ୍ଡର ବରିଷ୍ଠ ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ଗିରଫ । ନିଜ ରିସୋର୍ଟରେ କାମ କରୁଥିବା ଜଣେ ଯୁବତୀଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ନହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ
ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

ଡେରାଡୁନ: ହତ୍ୟା ଅଭିଯୋଗରେ ଉତ୍ତରାଖଣ୍ଡର ବରିଷ୍ଠ ବିଜେପି ନେତାଙ୍କ ପୁଅ ଗିରଫ । ନିଜ ରିସୋର୍ଟରେ କାମ କରୁଥିବା ୧୯ ବର୍ଷୀ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରାଯାଇଛି (Pulkit Arya arrested) । ପୁଲକିତଙ୍କ ସମେତ ରିସୋର୍ଟର ମ୍ୟାନେଜର ଓ ଅନ୍ୟ ଜଣ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି । ଶୁକ୍ରବାର ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।

ସୂଚନା ମୁତବକ, ବିଜେପି ନେତାଙ୍କ ପୁଅ ପୁଲକିତ ଉତ୍ତରାଖଣ୍ଡ ଋଷିକେଶ ନିକଟରେ ଏକ ରିସୋର୍ଟ ଚଳାଉଥିଲେ । ୧୯ ବର୍ଷୀୟା ଯୁବତୀ ଜଣକ ସେଠାରେ ରିସେପସନିଷ୍ଟ ଭାବେ କାମ କରୁଥିଲେ । ତେବେ ଗତ ସୋମବାର ଠାରୁ ଯୁବତୀ କୁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନଭିନ୍ କରିଥିଲା । ଏହାପରେ ପୁଲକିତ ରିସୋର୍ଟର ଦୁଇ କର୍ମଚାରୀଙ୍କ ସହ ମିଶି ଯୁବତୀଙ୍କ ହତ୍ୟା କରିଥିବାର ଜଣାପଡିଥିଲା । ଏନେଇ ପୋଲିସ ବିଜେପି ନେତାଙ୍କ ପୁଅଙ୍କ ସମେତ ରିପୋର୍ଟ ମ୍ୟାନେଜର ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଗିରଫ କରିଥିଲା । ପ୍ରଥମେ ପଚରାଉଚରା ସମୟରେ ସେମାନେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିବା ଜଣାପଡିଛି ।

ତେବେ ଯୁବତୀଙ୍କୁ ବେଶବୃତ୍ତି କରିବାକୁ ପୁଲକିତ ବାଧ୍ୟ କରୁଥିଲେ । ଏଥିରେ ସେ ଅରାଜି ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ଯାଏଁ ଯୁବତୀଙ୍କ ମୃତଦେହ ମିଳିପାରି ନଥିବା ବେଳେ ରିସର୍ଟ ନିକଟ ଜଳାଶୟରେ ଖୋଜାଖୋଜି କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ

ଅନ୍ୟପଟେ ଯୁବତୀଙ୍କ ହତ୍ୟା ଘଟଣାରେ ଶାସକ ବିଜେପିକୁ ଘେରିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ, ‘‘ଅଭିଯୁକ୍ତ ବିଜେପି ନେତାଙ୍କୁ ପୁଅ ହୋଇଥିବା ଯୋଗୁଁ ପୋଲିସ ତଦନ୍ତରେ ଶିଥିଳତା ଦେଖାଯାଉଛି । ଯୁବତୀ ଜଣକ ଗତ ୧୮ ତାରିଖରୁ ନିଖୋଜ ଥିଲେ । କିନ୍ତୁ ପୋଲିସ କାହିଁକି ୨୧ ତାରିଖରେ ଏତଲା ରୁଜୁ କଲା ବୋଲି ପ୍ରଶ୍ନ କରିଛି ଦଳ । ବିଜେପି ଓ ଆରଏସଏସ ନେତାମାନଙ୍କ ଏପରି କ୍ଷମତାର ଅପବ୍ୟବାହର କେତେ ଦିନ ଜାରି ରହିବ’’ ବୋଲି କହି କଂଗ୍ରେସ ସାମାଲୋଚନା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.