ETV Bharat / bharat

ଛତିଶଗଡ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂ

author img

By ETV Bharat Odisha Team

Published : Dec 17, 2023, 6:04 PM IST

Raman Singh files nomination for Assembly Speaker's post: ଛତିଶଗଡ ବାଚସ୍ପତି ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଭରିଲେ ନାମାଙ୍କନ । ଅଧିକ ପଢନ୍ତୁ

ଛତିଶଗଡ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ରମଣ ସିଂ

ରାୟପୁର: ଛତିଶଗଡ ବିଧାନସଭା ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରମଣ ସିଂ । ବିଷ୍ଣୁଦେବ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପରେ ତାଙ୍କୁ ବାଚସ୍ପତି ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ନାମାଙ୍କନ ଦାଖଲ ଅବସରରେ ରମଣ କହିଛନ୍ତି, ‘‘ମୁଁ ବିଧାନସଭା ଉତ୍ତମ କାର୍ଯ୍ୟପ୍ରଣାଳୀ ଓ ଛତିଶଗଡର ମଙ୍ଗଳ ପାଇଁ ଗୃହରେ ଉତ୍ଥାପନ ହେଉଥିବା ସମସ୍ତ ବିଷୟକୁ ନିଶ୍ଚିତ କରିବି ।’’

ଏହା ପୂର୍ବରୁ ବିଜେପିର ଅନ୍ୟତମ ବରିଷ୍ଠ ନେତା ରାମବିଚାର ନେତାମ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ । ରାଜ୍ୟପାଳ ବିଶ୍ବଭୂଷଣ ହରଚନ୍ଦନ ରାଜଭବନରେ ତାଙ୍କୁ ଶପଥ ପାଠ କରାଇବା ପରେ ସେ ଚଳିତ ବିଧାନସଭା ନିର୍ବାଚନରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ । ଏହା ପରେ ବାଚସ୍ପତି ପଦ ପାଇଁ ରମଣ ସିଂ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ରଣମଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ଥିଲେ ।

2013ରେ ବିଜେପି ଛତିଶଗଡରେ କ୍ଷମତା ହାସଲ କରିଥିଲା । ରମଣ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଚଳିତଥର (2023)ରେ ମଧ୍ୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ସୁଦ୍ଧା ଆଦିବାସୀ ଚେହେରା ବିଷ୍ଣୁଦେବ ସାଏଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିଛି । ଦଳ ପ୍ରଥମରୁ ରମଣ କିମ୍ବା ଅନ୍ୟ କେହି ବରିଷ୍ଠ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ମୈଦାନରେ ରଖିନଥିଲା । କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ମିଶାଇ ମୋଟ 40 ଜଣିଆ ଷ୍ଟାର ପ୍ରଚାରକଙ୍କୁ ନେଇ ଦଳ ନିର୍ବାଚନ ପ୍ରଚାର କରିଥିଲା । କେହି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରିବା ବିଜେପିର ନୂଆ ଚେହେରା ରଣନୀତି ବୋଲି ଚର୍ଚ୍ଚା ହେଉଥିଲା । ଯାହା ପରବର୍ତ୍ତୀ ସମୟରେ ସତ୍ୟ ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-ବଢିଲା ଗେହେଲଟଙ୍କ ଅଡୁଆ: ପେପର ଲିକ୍‌ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଜନଲାଲ

ଚଳିତ ଥର ମୋଟ 90 ଆସନ ମଧ୍ୟରୁ ବିଜେପି 54 ଆସନ ଦଖଲ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । କଂଗ୍ରେସ 35 ଆସନ ସହ ବିରୋଧୀ ଦଳ ଭୂମିକାରେ ରହିଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ଭୋଟିଂ ହୋଇଥିଲା । କଂଗ୍ରେସକୁ କ୍ଷମତାକୁ ହଟାଇ ବିଜେପି ସରକାର ଗଠନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.