ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଦେଖାଯାଇଥିବା ହିଂସା ସ୍ଥିତି ନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କଲା ଭାରତୀୟ ଜନତା ପାର୍ଟି । ଏହି ଟିମରେ ଦଳର ବରିଷ୍ଠ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ସାଂସଦ ତଥା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ଡ.ସତ୍ୟପାଲ ସିଂ, ସାଂସଦ ଡ.ରାଜଦୀପ ରୟ ଓ ସାଂସଦ ତଥା ଦଳର ରାଷ୍ଟ୍ରୀୟ ଉପସଭାନେତ୍ରୀ ରେଖା ବର୍ମା ସଦସ୍ୟ ରହିଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଶ୍ଚିମବଙ୍ଗର ଏକାଧିକ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବ । ପରେ ଏହି ଟିମ ପାର୍ଟି ମୁଖ୍ୟ ଜେ.ପି ନଡ୍ଡାଙ୍କୁ ରିପୋର୍ଟ ଦାଖଲ କରିବ ।
-
BJP constitutes a four-member fact-finding committee to visit the violence-affected areas in West Bengal pic.twitter.com/jd2N9NTz7S
— ANI (@ANI) July 10, 2023 " class="align-text-top noRightClick twitterSection" data="
">BJP constitutes a four-member fact-finding committee to visit the violence-affected areas in West Bengal pic.twitter.com/jd2N9NTz7S
— ANI (@ANI) July 10, 2023BJP constitutes a four-member fact-finding committee to visit the violence-affected areas in West Bengal pic.twitter.com/jd2N9NTz7S
— ANI (@ANI) July 10, 2023
ଏନେଇ ଭାରତୀୟ ଜନତା ପାର୍ଟି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ସେଥିରେ କୁହାଯାଇଛି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏହି 4 ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ ହୋଇଛି । ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ହିଂସାରେ ଅନେକ ଲୋକେ ପ୍ରାଣ ହରାଇଛନ୍ତି । ଏହି ଟିମ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦାଖଲ କରିବ ।
ଏହା ମଧ୍ୟ ପଢନ୍ତୁ:-WB Panchayat poll Violence: ସନ୍ଧ୍ୟାରେ ଶାହଙ୍କୁ ଭିଟିବେ ରାଜ୍ୟପାଳ ସିଭି ଆନନ୍ଦ
ପୂର୍ବରୁ ନାମାଙ୍କନ ଦାଖଲ ସମୟରେ ହୋଇଥିବା ହିଂସାରେ ପ୍ରାୟ 8 ଜଣଙ୍କ ପ୍ରାଣହାନୀ ହୋଇଥିଲା । ହେଲେ ମତାଦନରେ ପୁଣି ହିଂସା ଦେଖିବାକୁ ମିଳିଥିଲା । ଶନିବାର ହୋଇଥିବା ଭୋଟିଂରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା, ପୋଡାଜଳା ଓ ବୁଥ ଦଖଲ ହୋଇଥିଲା । ଏହି ହିଂସାରେ ମୋଟ 20 ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଉଛି । ସମସ୍ତ ରାଜନୈତିକ ଦଳ ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି ।
ଏହାରି ମଧ୍ୟରେ ଆଜି ସଂଧ୍ୟାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିବେ । ସେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମମତା ସରକାରଙ୍କ ବିରୋଧରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ରିପୋର୍ଟ ମଧ୍ୟ ଦେଇପାରନ୍ତି । ଏହାରି ମଧ୍ୟରେ ହିଂସାରେ ପ୍ରଭାବିତ ହୋଇଥିବା ଓ ପରେ ନିର୍ବାଚନ କମିଶନଙ୍କ ଦ୍ବାର ରଦ୍ଦ ଘୋଷଣା କରାଯାଇଥିବା ଏକାଧିକ ସ୍ଥାନରେ ଆଜି ସାନି ମତଦାନ ଜାରି ରହିଛି । ଆଜି ଭାରତୀୟ ଜନତା ପାର୍ଟି ମଧ୍ୟ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି ହିଂସା ପ୍ରଭାବିତ ସ୍ଥାନକୁ ପଠାଇବାକୁ ନିଷ୍ପତ୍ତି ନେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ