ETV Bharat / bharat

Pegasus Spyware Controversy; ବିରୋଧୀଙ୍କୁ ଜବାବ ପାଇଁ ମୈଦାନରେ ବିଜେପିର ବିଗ ଲିଡର - ପେଗାସସ ସ୍ପାଇୱେୟାର

ବିରୋଧୀଙ୍କୁ ମୁକାବିଲା କରିବା, ସଂସଦକୁ ସ୍ବାଭାବିକ କରିବା ସହ ପ୍ରସଙ୍ଗକୁ ପ୍ରଶମିତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବି ରଚିଛି ବଡ ରଚନା । ବିରୋଧୀଙ୍କ ଅଭିଯୋଗର କାଉଣ୍ଟର କରିବା ପାଇଁ ବିଜେପି ନିଜର ପୂରା ବିଗ ବ୍ରିଗେଡିୟରଙ୍କୁ ମୈଦାନକୁ ଓହ୍ଲାଇ ଦେଇଛି । ଅଧିକ ପଢନ୍ତୁ...

Pegasus Spyware Controversy
Pegasus Spyware Controversy
author img

By

Published : Jul 21, 2021, 7:32 PM IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସଂଯୋଗରେ ହେଉ ବା ଷଡଯନ୍ତ୍ରରେ ଦେଶର ରାଜନୀତିକୁ ହୁଲସ୍ତୁଲ କରିଥିବା ‘ପେଗାସସ ସ୍ପାଇୱେୟାର’କୁ ନେଇ ଥମିବାର ନା ଧରୁନାହିଁ ରାଜନୀତି ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବ୍ୟାକଫୁଟକୁ ଠେଲିବାକୁ କଂଗ୍ରେସ ପୁରା ଶକ୍ତି ଲଗାଇ ଦେଇଥିବା ବେଳେ ସହଯୋଗୀ ବି ପୁରା ସାଥ ଦେଉଛନ୍ତି । କଂଗ୍ରେସ ନେତୃତ୍ବରେ କେନ୍ଦ୍ର ସରକାରଙ୍କୁ ସଂସଦରେ ଟିଏମସି, ସପା, ବସପା, ଡିଏମକେ ଆରଜେଡି ଓ ଆପ ପୁରା ଘେରାବନ୍ଦୀ କରିବାକୁ ପ୍ରୟାସ କରୁଛନ୍ତି । ମୁଦ୍ଦାବିହୀନ ରାଜନୀତି ଭଳି ହୋଟ୍ଟଗୋଳ କରୁଛନ୍ତି । ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବାକୁ ଥିବାବେଳେ ବିରୋଧୀ ଯୋଜନାବଦ୍ଧ ଭାବେ ସଂସଦକୁ ଅଚଳ କରିବାକୁ ପ୍ରୟାସ କରୁଥିବା ସରକାର କହୁଛନ୍ତି ।

ଏପରି ସ୍ଥଳେ ବିରୋଧୀଙ୍କୁ ମୁକାବିଲା କରିବା, ସଂସଦକୁ ସ୍ବାଭାବିକ କରିବା ସହ ପ୍ରସଙ୍ଗକୁ ପ୍ରଶମିତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବି ରଚିଛି ବଡ ରଚନା । ବିରୋଧୀଙ୍କ ଅଭିଯୋଗର କାଉଣ୍ଟର କରିବା ପାଇଁ ବିଜେପି ନିଜର ପୂରା ବିଗ ବ୍ରିଗେଡିୟରଙ୍କୁ ମୈଦାନକୁ ଓହ୍ଲାଇ ଦେଇଛି । ଆଉ ଦଳୀୟ ବସ’ଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଟିମ ବ୍ରିଗେଡିୟର ନିଜ ମିଶନରେ ଲାଗିପଡିଛି । କଂଗ୍ରେସର ଦେଶବ୍ୟାପୀ ପ୍ରେସମିଟକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ସମାନ ରଣନୀତି ଆପଣାଇଛି ।

ବିଜେପି ନେତୃତ୍ବ ବିରୋଧୀଙ୍କ ମୁକିବାଲା ପାଇଁ ସାରା ଦେଶରେ ନିଜର କ୍ୟାଡରଙ୍କୁ ଲଗାଇ ଦେଇଛି । ୟୁପି, ଉତ୍ତାରାଖଣ୍ଡ, ହିମାଚଳ, ଆସାମା, ଗୁଜୁରାଟ, ହରିୟାଣା, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ମୁଖ୍ୟମନ୍ତ୍ରୀ ମାନେ ଏବେ ‘ପେଗାସସ ସ୍ପାଇୱେୟାର ପ୍ରସଙ୍ଗରେ ବିରୋଧୀଙ୍କୁ ପ୍ରଚଣ୍ଡ ଆକ୍ରମଣ କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରେ ଦୃଢ ଭାବେ ଛିଡା ହୋଇଛନ୍ତି । ଏହାବାଦ ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ ସେହି ରାଜ୍ୟର ରାଜ୍ୟ ଶାଖା ସଭାପତି ବିରୋଧୀ ଦଳନେତା ବରିଷ୍ଠ ନେତା, ବିଧାୟକ ଓ ସାଂସଦ ମାନେ ପ୍ରେସମିଟ ସଭା ସମିତି କରି ‘ପେଗାସସ ସ୍ପାଇୱେୟାର ପ୍ରସଙ୍ଗରେ ସତ କଣ ଲୋକଙ୍କୁ ବୁଝାଇବା ସହ ବିରୋଧୀଙ୍କ ଅପପ୍ରଚାରର ମୁକାବିଲା କରୁଛନ୍ତି ।

କେନ୍ଦ୍ରୀୟ ନେତୃତ୍ବରୁ ନିର୍ଦ୍ଦେଶ ଆସୁ ଆସୁ ଗତକାଲି(ମଙ୍ଗଳବାର) ବିଜେପି ମୁଖ୍ୟମନ୍ତ୍ରୀ ଗଣ ବିଏସ ୟେଦିରୁପ୍ପା, ବିଜୟ ରୂପାନୀ, ମନୋହର ଲାଲ ଖଟ୍ଟର, ହିମନ୍ତ ବିଶ୍ବଶର୍ମା, ଯୋଗୀ ଆଦିତ୍ବନାଥ, ପୁଷ୍କର ସିଂ ଧାମୀ, ଶିବରାଜ ସିଂ ଚୌହ୍ବାନ ପ୍ରମୁଖ ପ୍ରେସମିଟ କରି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ଯୋରଦାର ବର୍ଷିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ମାନେ ଅଭିଯୋଗ କରିଛନ୍ତି କଂଗ୍ରେସ ଭାରତ ବିରୋଧୀ ଅନ୍ତର୍ଜାତୀୟ ଶକ୍ତିଙ୍କ ସହ ମିଶି ଭାରତକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛି । ଏହାକୁ ଦେଶବାସୀ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟଯେ ଫୋନ ଟ୍ୟାପିଂ ନେଇ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାମ୍ନାକୁ ଆସିଥିଲା ସଙ୍ଗୀନ ଅଭିଯୋଗ । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ନେତାମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିଆରେ ଦାବି ହୋଇଥିଲା ଦାବି । ଆଉ ଏହାକୁ ନେଇ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସମେତ ସମସ୍ତ ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.