ହାଇଦ୍ରାବାଦ: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ନିର୍ବାଚନ ଆୟୋଗ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ବିଜ୍ଞପ୍ତି ଘୋଷଣା କରିବାର ମାତ୍ର କେଇଁ ଘଣ୍ଟା ମଧ୍ୟରେ ବିଜେପି 3 ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମିକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଛତିଶଗଡ ପାଇଁ ପୂର୍ବରୁ ଗୋଟିଏ ପର୍ଯ୍ୟାୟ ଓ ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ରାଜସ୍ଥାନରେ ଖାତା ଖୋଲିଛି ଦଳ ।
-
भारतीय जनता पार्टी की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/BwE9BbcUBq
— BJP (@BJP4India) October 9, 2023 " class="align-text-top noRightClick twitterSection" data="
">भारतीय जनता पार्टी की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/BwE9BbcUBq
— BJP (@BJP4India) October 9, 2023भारतीय जनता पार्टी की केंद्रीय चुनाव समिति ने छत्तीसगढ़ में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/BwE9BbcUBq
— BJP (@BJP4India) October 9, 2023
ଆଜି ପ୍ରଥମ ପର୍ଯ୍ୟାୟରେ ଦଳ ରାଜସ୍ଥାନ ପାଇଁ 41 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ସେହିପରି ଛତିଶଗଡ ପାଇଁ 64 ପ୍ରାର୍ଥୀ ଏବଂ ମଧ୍ୟ ପ୍ରଦେଶ ପାଇଁ 57 ଜଣ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଛି । ଛତିଶଗଡ ପାଇଁ ଏହା ହେଉଛି ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଆଜି 57 ଜଣ ପ୍ରାର୍ଥୀଙ୍କ ନାମ ସହ 3ୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି ଦଳ । ମଧ୍ୟ ପ୍ରଦେଶର ବୁଦ୍ଧନି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦଳ ଟିକେଟ ପକ୍ଷରୁ ଦିଆଯାଇଛି । ଅନ୍ୟତମ ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଦାଟିଆ ଆସନରୁ ମୈଦାନକୁ ଓହ୍ଲାଇଛି ଦଳ ।
-
भाजपा केंद्रीय चुनाव समिति ने मध्य प्रदेश में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/jkj683Lchm
— BJP (@BJP4India) October 9, 2023 " class="align-text-top noRightClick twitterSection" data="
">भाजपा केंद्रीय चुनाव समिति ने मध्य प्रदेश में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/jkj683Lchm
— BJP (@BJP4India) October 9, 2023भाजपा केंद्रीय चुनाव समिति ने मध्य प्रदेश में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/jkj683Lchm
— BJP (@BJP4India) October 9, 2023
ରାଜସ୍ଥାନରେ କାହାକୁ ମିଳିଲା ଟିକେଟ ?
ଦଳ ପ୍ରଥମ ପର୍ଯ୍ୟାୟରେ 41ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ କିରୋଡିଲାଲ ମୀନାଙ୍କୁ ସାୱାଇ ମାଧୋପୁରରୁ ମୈଦାନକୁ ଓହ୍ଲାଇଛି । ସେହିପରି ଅନ୍ୟ ପ୍ରମୁଖ ଚେହେରା ଭାବେ ଭାଗୀରଥ ଚୌଧୁରୀ, ବାଲକନାଥ, ନରେନ୍ଦ୍ର କୁମାର ଏବଂ ଦେବଜୀ ପଟେଲଙ୍କୁ ମଧ୍ୟ ନିର୍ବାଚନ ଲଢାଇବାକୁ ଦଳ ନିଷ୍ପତ୍ତି ନେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଜୟପୁରରୁ ଟିକେଟ ଦେଇଛି ଦଳ ।
-
भारतीय जनता पार्टी की केंद्रीय चुनाव समिति ने राजस्थान में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। pic.twitter.com/s1IDsjXQeo
— BJP (@BJP4India) October 9, 2023 " class="align-text-top noRightClick twitterSection" data="
">भारतीय जनता पार्टी की केंद्रीय चुनाव समिति ने राजस्थान में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। pic.twitter.com/s1IDsjXQeo
— BJP (@BJP4India) October 9, 2023भारतीय जनता पार्टी की केंद्रीय चुनाव समिति ने राजस्थान में होने वाले आगामी विधानसभा चुनाव 2023 हेतु निम्नलिखित नामों पर अपनी स्वीकृति प्रदान की। pic.twitter.com/s1IDsjXQeo
— BJP (@BJP4India) October 9, 2023
ଛତିଶଗଡରୁ ମୈଦାନକୁ ଓହ୍ଲାଇଲେ 3 ସାଂସଦ:-
ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଂଗ୍ରେସ ଶାସିତ ରାଜ୍ୟରେ 3 ସାଂସଦଙ୍କୁ ଟିକେଟ ଦେଇଛି ବିଜେପି । ପୂର୍ବତନ ପ୍ରଶାସନିକ ଅଧିକାରୀ ଓପି ଚୌଧୁରୀ ରାୟଗଡରୁ ଟିକେଟ ପାଇଛନ୍ତି । ରାଜ୍ୟ ବିଜେପି ସଭାପତି ଅରୁଣ ସାଭ ମଧ୍ୟ ଆଜି ତାଲିକାରେ ରହିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡା.ରମଣ ସିଂ ରାଜନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୈଦାନକୁ ଓହ୍ଲାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :-ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି
ଆଜି 5ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ । ନଭେମ୍ବର 7ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ । ଛତିଶଗଡ଼ 2ଟି ପର୍ଯ୍ୟାୟରେ ଓ ଅନ୍ୟ 4 ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନଭେମ୍ବର 7 ଓ 17 ରେ ଭୋଟ ଗ୍ରହଣ ହେବ । 7 ତାରିଖରେ ମିଜୋରାମରେ, 17 ତାରିଖରେ ମଧ୍ୟ ପ୍ରଦେଶ ଗୋଟିଏ ପର୍ଯ୍ୟାୟରେ, 23 ରେ ରାଜସ୍ଥାନରେ ଓ 30ରେ ତେଲେଙ୍ଗାନାରେ ଭୋଟ ଗ୍ରହଣ ହେବ । ତେବେ ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ