ETV Bharat / bharat

ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ

author img

By

Published : Feb 12, 2021, 11:57 AM IST

ଉଷୁନା ଚାଉଳ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଲା ବିଜେଡି । ଦଳର ଦୁଇ ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ଅଧିକ ପଢନ୍ତୁ...

ଉଷୁନା ଚାଉଳ ପ୍ରସଙ୍ଗ
ଉଷୁନା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ: ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ଦୁଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ସରକାର ଓଡିଶାରୁ 2020-21 ରବି ଫସଲରେ କାହିଁକି ଉଷୁନା ଚାଉଳ କ୍ରୟ କରିବେ ନାହିଁ ଓ ଖରିଫ ଋତୁର କ୍ରୟକୁ କାହିଁକି 50 ପ୍ରତିଶତ କରିଛନ୍ତି ସେନେଇ ଦୁଇ ସାଂସଦ ପ୍ରଶ୍ନ କରିଛନ୍ତି । ସେହିପରି ଏନେଇ ଓଡିଶାର କେତେ କ୍ଷତି ହେବ ସରକାର ଆକଳନ କରିଛନ୍ତି କି । ଏହା ସହ ସରକାର 2020-21ରେ ଓଡିଶାରୁ 30 ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ କି ପଦକ୍ଷେପ ନେଇଛନ୍ତି ସେନେଇ ରାଜ୍ୟସଭାରେ ଦୁଇ ସାଂସଦ ଏପରି ଲିଖିତ ପ୍ରଶ୍ନ କରିଛନ୍ତି ।

ତେବେ ଏହାର ଉତ୍ତର କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଦିଆଯାଇଛି । ଏଫସିଆଇ(ଭାରତୀୟ ଖାଦ୍ୟ ନିଗମ) ପକ୍ଷରୁ 2020-21 ଖରିଫ ଋତୁରେ ସବୁ ଅତିରିକ୍ତ ଜିଲ୍ଲାରୁ ଉଷୁନା ଚାଉଳ କ୍ରୟ କରାଯାଉଛି । ଏହାସହ ଏନେଇ ଏଫସିଆଇ ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଉଷୁନା ଧାନ ଓ ଅରୁଆ ଧାନ କ୍ରୟ କରିବା ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ମଧ୍ୟରେ ବୁଝାମଣା ହୋଇଛି । ସେହି ଅନୁସାରେ ଧାନ କ୍ରୟ କରାଯାଉଛି । ତେବେ ଏମଓୟୁ ଅନୁସାରେ, ରାଜ୍ୟସରକାର କିଣିଥିବା ଅତିରିକ୍ତ ଧାନକୁ ଏଫସିଆଇ କିଣିବା ନେଇ ବିକଳ୍ପ ରହିଛି ।

ସେହିପରି ରଖିବା ପାଇଁ ଉପଲବ୍ଧ ଖାଲି ସ୍ଥାନ ଉପରେ ଧ୍ୟାନ ଦେବା ପରେ ଓଡ଼ିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟରୁ ଉଷୁନା ଚାଉଳ କ୍ରୟର ସ୍ଥିର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନା ଥାଉକି, 2021 ଫେବୃଆରୀ 5 ତାରିଖ ସୁଦ୍ଧା ଏଫସିଆଇ 4.93 ଏଲଏମଟି ଉଷୁନା ଚାଉଳ ଓଡିଶାରୁ କିଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.