ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ତାରିଖ ଘୋଷାଣା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ରାଜ୍ୟ ନିର୍ବାଚନ କମିଶନରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ପୂର୍ବ ଅପେକ୍ଷା ଭଲ ଫଳାଫଳ କରିବୁ ବୋଲି ପ୍ରତିକ୍ରିୟା ରିଖିଛନ୍ତି ବିଜେଡି ଉପସଭାପତି ଅମର ପଟ୍ଟନାୟକ । ଏଥିିସହିତ ଲୋକେ ନିଜର ସମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ । ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । ରାଜ୍ୟ ନିର୍ବାଚନ କମିଶନର ଆଣିଥିବା କୋଭିଡ୍ ଗାଇଡ୍ ଲାଇନକୁ ଆମେ ସମ୍ପୂର୍ଣ୍ଣ ସହୋଯୋଗ କରିବୁ ବୋଲି ଅମର କହିଛନ୍ତି ।
ସେହିପରି ବିିଜେଡି ଘର ଘର ବୁଲି ପ୍ରଚାର କରିବ । ଲୋକଙ୍କ ପାଖକୁ ସବୁବେଳେ ଯିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ଏକ ନୂଆ ଅଧ୍ୟାୟ ସୃଷ୍ଚି କରିବ ବୋଲି ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ପୂର୍ବରୁ ଲୋକଙ୍କୁ ପ୍ରଦାନ କରାଯାଇଥିବା ସହାୟତା ରାଶିକୁ ନେଇ ବିରୋଧି ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଭୁଲ । ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହା କରିଛନ୍ତି । ଏହାକୁ ବିରୋଧ କରିବା ଠିକ୍ ନୁହେଁ ବୋଲି ଅମର ପଟ୍ଟନାୟକ କହିଛନ୍ତି । ଲୋକଙ୍କ ସାଥିରେ ଯିଏ ଅଛି ଲୋକେ ତାକୁ ସର୍ମଥନ କରିବେ ବୋଲି କହିଛନ୍ତି ଅମର ।
ସେହିଭଳି ମାର୍ଚ୍ଚ ଆଗରୁ ନିର୍ବାଚନ କରିବା ସାମ୍ବିଧାନିକ ବିଦ୍ଧି । ୨୦୧୭ ତୁଳନାରେ ଦଳ ଏଥର ଭଲ ପ୍ରର୍ଦଶନ କରିବ । ଆମେ ଲୋକଙ୍କ ପାଖରେ ପହଁଞ୍ଚିଛୁ । ଖାଲି ଭୁବନେଶ୍ବରରେ ବସି ସମ୍ବାଦିକ ସମ୍ମିଳନୀ କରିଦେଲେ ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ