ଲକ୍ଷ୍ନୈ: ଜରୁରୀକାଳୀନ ଅବତରଣ କଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର । ଏକ ପକ୍ଷୀ ବାଡେଇହେବାରୁ ହେଲିକପ୍ଟରଟି ଜରୁରୀ ଅବତରଣ କରିଛି । ଆଜି ବାରଣାସୀର ରିଜର୍ଭ ପୋଲିସ ଲାଇନ୍ ଗ୍ରାଉଣ୍ଡରୁ ଏହି ହେଲିକପ୍ଟର ଯୋଗେଁ ଲକ୍ଷ୍ନୌ ଅଭିମୁଖେ ବାହାରିଥିବାବେଳେ ଏହି ଅଘଟଣ ଘଟିଛି ।
ଜରୁରୀକାଳୀନ ଅବତରଣ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍କିଟ ହାଉସକୁ ଫେରିଛନ୍ତି । ବର୍ତ୍ତମାନ ସେ ଏକ ରାଷ୍ଟ୍ରାୟତ୍ତ ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ । ଗତକାଲି ଆଇନ ଶୃଙ୍ଖଳା ସମୀକ୍ଷା ପାଇଁ ଆଦିତ୍ୟନାଥ ବାରଣାସୀରେ ରାତ୍ରି ଯାପନ କରିଥିଲେ । ଆଜି ସକାଳେ ସେଠାରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ ।