ETV Bharat / bharat

ଶସ୍ତାରେ ମିଳିବ Vaccine, 400 ରୁ 500 ଟଙ୍କାରେ ମିଳିବ ଦୁଇଟି ଡୋଜ

author img

By

Published : Jun 5, 2021, 8:30 PM IST

ଖୁବ ଶସ୍ତାରେ ମିଳିବ କୋରୋନା ଟିକା । ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ହାଇଦ୍ରାବାଦରେ 'ବାୟୋଲଜିକାଲ E' କମ୍ପାନୀ କୋରବେଭ୍ୟାକ୍ସ(Corbevax) ଟିକା ପ୍ରସ୍ତୁତ କରୁଛି । ଯାହା ଦୁଇଟି ଡୋଜକୁ 400 ରୁ 500 ଟଙ୍କା ମଧ୍ୟରେ ଲୋକଙ୍କୁ ମିଳିବ । ଅଧିକ ପଢନ୍ତୁ...

Biological E's
ଶସ୍ତା ଦାମରେ ମିଳିବ Vaccine, 400 ରୁ 500 ଟଙ୍କା ମଧ୍ୟରେ ମିଳିବ ଦୁଇଟି ଡୋଜ

ହାଇଦ୍ରାବାଦ: ଖୁବ ଶସ୍ତାରେ ମିଳିବ କୋରୋନା ଟିକା । ସାରା ଭାରତରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏଭଳି ସ୍ଥିତିରେ ଦେଶରେ କୋରୋନା ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଏକ ଖୁସି ଖବର ଆସିଛି । ଯାହା ଦେଶରେ ଚାଲିଥିବା କୋରୋନା ଟିକା ପ୍ରକ୍ରିୟାର ଏକ ନୂତନ ଆଶା । ଖୁବ କମ ଦାମ ଓ ଶସ୍ତା ଦରରେ ଟିକା ମିଳିବା ନେଇ ଆଶା ଦେଖାଦେଇଛି ।

ହାଇଦ୍ରାବାଦ ସ୍ଥିତ 'ବାୟୋଲଜିକାଲ E' କମ୍ପାନୀର ଡାଇରେକ୍ଟରଙ୍କ କହିବା ଅନୁଯାୟୀ ଦେଶରେ ଖୁବ ଶସ୍ତା ଦରରେ ମିଳିବ କୋରୋନା ଟିକା । ଏହି ଟିକାର ପ୍ରସ୍ତୁତି ଚାଲିଛି ଯାହା ନାଁ ରଖାଯାଇଛି କୋରବେଭ୍ୟାକ୍ସ(Corbevax) । ହାଇଦ୍ରାବାଦରେ 'ବାୟୋଲଜିକାଲ E' କମ୍ପାନୀ କୋରବେଭ୍ୟାକ୍ସ(Corbevax) ଟିକା ପ୍ରସ୍ତୁତ କରୁଛି । ଯାହା ଦେଶରେ ଖୁବ ଶସ୍ତାଦାମରେ ଯୋଗାଇବା ନେଇ ଆଶା ଦେଖାଦେଇଛନ୍ତି । ଟିକା କୋରବେଭ୍ୟାକ୍ସ (Corbevax) 400 ରୁ 500 ଟଙ୍କା ମଧ୍ୟରେ ଦୁଇଟି ଡୋଜ ଲୋକଙ୍କୁ ଯୋଗାଇ ଦିଆଯିବା ନେଇ ଜଣାପଡିଛି । ଏହି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି ।

ସୂଚନାଥାଉକି ଦେଶରେ ଦୁଇଟି ଭ୍ୟାକ୍ସିନ ଭାରତ ବାୟୋଟେକର 'କୋଭାକ୍ସିନ' ଓ ସେରମର 'କୋଭିସିଲ୍ଡ' ଅନୁମତି ଦିଆଯାଇଛି । ଏହା ପରେ ଋଷ ପ୍ରସ୍ତୁତ 'ସ୍ପୁଟନିକ ଭି' କୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ଏ ଭଳି ସ୍ଥିତିରେ ଦେଶର ଟୀକାକରଣର ମନ୍ଥର ଗତି ଚାଲୁଥିବାବେଳେ ଖୁବ କମ ଦାମରେ କୋରୋନା ଭ୍ୟାକ୍ସିନ ଉପଲବ୍ଧ ହେଲେ ବହୁ ପରିମାଣରେ ସାଧାରଣ ଲୋକ ଉପକୃତ ହୋଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.