ETV Bharat / bharat

ବିଲାଓ୍ୱଲ ଭୁଟ୍ଟୋ ହେବେ ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ: ମିଡିଆ ରିପୋର୍ଟ

ପାକିସ୍ତାନର ନୂତନ ବୈଦଶିକ ମନ୍ତ୍ରୀ ହେବେ ବିଲାଓ୍ବଲ ଭୁଟ୍ଟୋ ! ପ୍ରଥମ ଥର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିବେ 33 ବର୍ଷୀୟ ଯୁବନେତା । ଅଧିକ ପଢନ୍ତୁ

author img

By

Published : Apr 27, 2022, 5:52 PM IST

Updated : Apr 27, 2022, 6:18 PM IST

ବିଲାଓ୍ବଲ ଭୁଟ୍ଟୋ ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନୂତନ ବୈଦେଶିକ ମନ୍ତ୍ରୀ ହୋଇପାରନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ର ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ । ଆଜି ଫେଡରାଲ (କ୍ୟାବିନେଟ) ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେ । ରାଷ୍ଟ୍ରପତି ଆରିଫ ଅଲଭି 33 ବର୍ଷୀୟ ବିଲାଓ୍ବଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ଓ ଅନ୍ୟ କିଛି ପ୍ରମୁଖ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କର ଶପଥ ଗ୍ରହଣ ପରେ ପାକିସ୍ତାନ ମିଡିଆରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ବୈଦେଶିକ ମନ୍ତ୍ରୀ ଭେବେ ଦାୟିତ୍ୱ ମିଳିପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ସରିଫ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଏକ ବଡ ଦାୟିତ୍ବ ମିଳିବା ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିପାରେ ।

2018 ରେ ପ୍ରଥମ ଥର ପାଇଁ ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇ ଜାତୀୟ ରାଜନୀତିରେ ସକ୍ରିୟ ଭାବେ ଆତ୍ମପ୍ରକାଶ କରିଥିବା ବିଲାଓ୍ବଲ ଚଳିତ ଥର ପ୍ରଥମ ଥର ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇପାରନ୍ତି । ବୈଦେଶିକ ମନ୍ତ୍ରୀ ଭାବେ ସେ ବେଶ୍ କିଛି ଆହ୍ବାନର ସାମ୍ନା କରିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହେବା ସମୟରେ, ସେ (ଇମ୍ରାନ ଖାନ) ଦେଇଥିବା ଆମେରିକା ବିରୋଧୀ ବୟାନ ମଧ୍ୟ ତାଙ୍କ (ବିଲାଓ୍ୱଲ) ପାଇଁ ଏକ ବଡ ଆହ୍ବାନ ଆଣିପାରେ । ଆମେରିକା ସହ ସମ୍ପର୍କ ସୁଧାରିବା ଓ ଅନ୍ୟ କିଛି ବୈଦେଶିକ ପ୍ରସଙ୍ଗରେ ମଧ୍ୟ ତାଙ୍କ ନେତୃତ୍ବ ଉପରେ ସାରା ଦେଶର ନଜର ରହିଛି ।

ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାରେ ମଧ୍ୟ ବିଲାଓ୍ବଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନୂତନ ଭାବେ ପାକିସ୍ତାନ କ୍ଷମତାରେ ପ୍ରବେଶ କରିଥିବା ସେହେଓ୍ବାଜ ସରିଫ ମେଣ୍ଟ ସରକାରରେ ବିଲାଓ୍ବଲଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି ) ଦ୍ବିତୀୟ ବୃହତ୍ତମ ସହଯୋଗୀ ଦଳ ଭାବେ ରହିଛି । ସେହି ଦୃଷ୍ଟିକୋଣରୁ ବିଲାଓ୍ବଲଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମିଳିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ଗତ ସପ୍ତାହରେ ଲଣ୍ଡନରେ ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ନୱାଜ ସରିଫଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ ସେ ମନ୍ତ୍ରୀ ହେବା ଏପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଆଜି ସେ ଶପଥ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2022, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.