ETV Bharat / bharat

ପ୍ରେରଣା ପାଲଟିଲେ କମଲ କିଶୋର: ୱାଚ୍‌ମ୍ୟାନରୁ ହେଲେ ୟୁନଭର୍ସିଟିର ପ୍ରଫେସର - ୱାଚ୍‌ମ୍ୟାନରୁ ପ୍ରଫେସର ହେଲେ କମଲ କିଶୋର

ପ୍ରେରଣା ପାଲଟିଲେ କମଲ କିଶୋର । ୱାଚ୍‌ମ୍ୟାନରୁ ହେଲେ ୟୁନଭର୍ସିଟିର ପ୍ରଫେସର । ଅଦମ୍ୟ ଇଚ୍ଛା ଶକ୍ତି ବଳରେ ଜଣେ ଯେକୌଣସି ଶିଖର ଛୁଇଁପାରେ । ବିହାରର ଜଣେ ବ୍ୟକ୍ତି ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି । ଅଧିକ ପଢ଼ନ୍ତୁ

ihar-man-becomes-assistant-prof-at-bhagalpur-university-where-he-worked-as-watchman
ପ୍ରେରଣା ପାଲଟିଲେ କମଲ କିଶୋର: ଦିନେ ୱାଚ୍‌ମ୍ୟାନ ଥିଲେ, ଆଜି ସେହି ୟୁନଭର୍ସିଟିର ପ୍ରଫେସର ହେଲେ
author img

By

Published : Oct 13, 2022, 6:46 PM IST

ପାଟନା: କିଛି କରିବାର ଉତ୍ସାହ ଓ ଅଦମ୍ୟ ଇଚ୍ଛା ଶକ୍ତି ବଳରେ ଜଣେ ଯେକୌଣସି ଶିଖର ଛୁଇଁପାରେ । ୱାଚ୍‌ମ୍ୟାନରୁ ହେଲେ ୟୁନଭର୍ସିଟିର ପ୍ରଫେସର । ବିହାରର ଜଣେ ବ୍ୟକ୍ତି ଏହି ଉକ୍ତିକୁ ପ୍ରମାଣିତ କରି ଦେଖାଇଛନ୍ତି । ଏହି ବ୍ୟକ୍ତି ଜଣକ ଦିନେ ଯେଉଁଠି ୱାଚ୍‌ମେନ ଚାକିରି କରିଥିଲେ, ଆଜି ସେଠାରେ ପ୍ରଫେସର ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଏହାକୁ ନେଇ କମଲ କିଶୋର କହିଛନ୍ତି, "ମୁଁ ମୋର ସ୍ବପ୍ନ ସମ୍ମୁଖରେ ଗରିବୀ ଓ ପାରିବାରିକ ସମସ୍ୟାକୁ ବାଧା ହେବାକୁ ଦେଇନି ।"

ବିହାର ମୁଙ୍ଗେର ଜିଲ୍ଲାର ବାସିନ୍ଦା ହେଉଛନ୍ତି କମଲ କିଶୋର ମଣ୍ଡଳ । ନିଜ ଆକ୍ଲାନ୍ତ ପରିଶ୍ରମ ବଳରେ ଆଜି ସେ ପ୍ରଫେସର ହୋଇ ପାରିଛନ୍ତି । କିଶୋର କମଲ ପ୍ରଥମେ ତିଲକମାଞ୍ଝି ଭାଗଲପୁର ବିଶ୍ବବିଦ୍ୟାଳୟରେ ୱାଚମ୍ୟାନ୍‌ ଭାବରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ସମୟରେ ଜଣେ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଥିଲେ କମଲ କିଶୋର । ଏଥିପାଇଁ ସେ ଶିକ୍ଷା ଗ୍ରହଣ କରିଥିଲେ । ଯାହାଫଳରେ ସେ ବିହାର ପ୍ରଶାସନିକ ପରୀକ୍ଷା, National Eligibility Test(NET) ଭଳି ଅନେକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ।

ଏହାପରେ ୱାଚମ୍ୟାନ୍‌ ଚାକିରି ଛାଡ଼ି ଦେଇଥିଲେ କମଲ କିଶୋର । ଏହାକୁ ନେଇ ସେ କହିଛନ୍ତି, "ମୁଁ ୨୦୦୯ ମସିହାରେ PhD ପାଇଁ ଆବେଦନ କରିଥିଲି । ତେବେ ମୋର ବିଭାଗ ମୋତେ ୩ ବର୍ଷ ପରେ ୨୦୧୨ ମସିହାରେ PhD ପାଇଁ ଅନୁମତି ଦେଇଥିଲେ । ମୁଁ ମୋର ସ୍ବପ୍ନ ସମ୍ମୁଖରେ ଗରିବୀ ଓ ପାରିବାରିକ ସମସ୍ୟାକୁ ବାଧା ହେବାକୁ ଦେଇନି । ୱାଚମ୍ୟାନ୍‌ ଚାକିରି କରିବା ବେଳେ ମୁଁ ସକାଳେ ପାଠ ପଢ଼ୁଥିଲି । ରାତିରେ ଡ୍ୟୁଟି କରୁଥିଲି । ରାତିରେ ମଧ୍ୟ ମୁଁ ଯାହା ପଢ଼ିଛି ତାହାକୁ ରିଭିଜନ କରୁଥିଲି ।"

୪୨ ବର୍ଷୀୟ କମଲ କିଶୋର ମଣ୍ଡଳ ଭାଗଲପୁର ସହରରେ ଥିବା ମୁଣ୍ଡିଚାକ ଅଞ୍ଚଳରେ ବାସ କରନ୍ତି । ତାଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ସେ ଏଠାକୁ ଆସିଥିଲେ । ଏହାପରେ ସେ ସ୍ଥାନୀୟ RD and DG କଲେଜରେ ୱାଚମ୍ୟାନ୍‌ ଭାବରେ ଚାକିରି କରିଥିଲେ । ଏହି ସମୟରେ ସେ ସମ୍ପୃକ୍ତ କଲେଜରେ ରାଜନୀତି ବିଜ୍ଞାନରେ ସ୍ନାତ୍ତକ ହାସଲ କରିଥିଲେ । ସେହି ସମୟରେ ଯାହା ରୋଜଗାର କରୁଥିଲେ ତାହା ପର୍ଯ୍ୟାପ୍ତ ହୋଇ ପାରୁନଥିଲା ।

ସେହି ସମୟରେ ତାଙ୍କୁ ଭାଗଲପୁର ବିଶ୍ବବିଦ୍ୟାଳୟକୁ ବଦଳି କରାଯାଇଥିଲା । ସେଠକୁ ଯିବାପରେ ସେ ନିଜ ସ୍ବପ୍ନ ସାକାର ପାଇଁ ଲାଗି ପଡ଼ିଥିଲେ । ଆଜି ତାଙ୍କ ସ୍ବପ୍ନ ସାକାର ହୋଇଛି । ଆଜି ବିହାର ତଥା ସମଗ୍ର ଦେଶ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି । କଲମ କିଶୋରଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.